ଆସନ୍ତା ୧୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ, ଘରୁ ପାଦ କାଢିଲେ…

ଏବେ ଏବେ ରାଜ୍ୟ ସରକାର ଜାରି କଲେ ପୁଣି ନୂଆ କଟକଣା, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସବୁ ରହିବ ବନ୍ଦ । ଏହି ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି । ଏହି ସମୟ ମଧ୍ୟରେ ଘରୁ ବାହାରିବାକୁ ମନା କରାଯାଇଛି । କେବଳ ସମସ୍ତ ଜରୁରୀ କାଳୀନ କାମ ପାଇଁ ଏହି ନିୟମ ଲାଗୁ ହେବନି । ଏହି କଥା ଉଆପରେ ସୂଚନା ଦେଇଛନ୍ତି କମିଶନର ଡାଃ ସୁଧାଂଶୁ ସରଙ୍ଗୀ । ତେବେ ଯାହା ବି ସାଧାରଣ କାମ ଅଛି ତାହା ଆପଣ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କରିପାରିବେ । କିନ୍ତୁ ଏହା ପରେ ଆପଣ ସନ୍ଧ୍ୟା ୭ଟା ପରେ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ପାଦ ବି କାଢିବାକୁ ମନା କରାଯାଇଛି । ଏହି କଟକଣା ଆଜିଠାରୁ ଲାଗୁ ହୋଇଛି । ଲକଡାଉନ ଶେଷ ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯିବ । ଏହି ସମୟରେ କେହିବି ବାହାରିବାକୁ ମନା କରିଛନ୍ତି ରାଜ୍ୟ ସରକାର ।

ଯେଉଁଭଳି କରୋନା ପାଇଁ ଦେଶରେ ପରିସ୍ଥିତି ବିଗିଡିବା ରେ ଲାଗିଛି ସେଥିପାଇଁ ସରକାର ନୂଆ ନୂଆ ନିୟମ ବାହାର କରି ଏହାର ମୁକାବିଲା କରୁଛନ୍ତି । ସାଧାରଣ ଜନତା ମଧ୍ୟ ଏହି ସବୁ ନିୟମକୁ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ ନଚେତ ଏହି ସଂକ୍ରମଣକୁ ରୋକିବା କଷ୍ଟକର ହୋଇଯିବ । ସେଥିପାଇଁ ଲୋକଙ୍କ ସ୍ୱାସ୍ଥ୍ୟକୁ ନଜର ରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସବୁ କଟକଣା କେବଳ ସାଧାରଣ ଜନତାଙ୍କ ପାଇଁ ଅଟେ । ଜରୁରୀ କାଳୀନ ସମସ୍ତ ସେବା ଏହି ସମୟରେ ମଧ୍ୟ ଜାରୀ ରହିବ ।

ଆଶା କରୁଛୁ ଆପଣ ସରକାରଙ୍କର ଏହି ନିୟମକୁ ପାଳନ କରିବେ । ଯେମିତି କି ଆପଣ ଜାଣିଛନ୍ତି ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ମେଡ଼ିସିନ ବାହାରି ନାହିଁ, ସେଥିପାଇଁ ସଜାଗ ରହିବା ହିଁ ଏହାର ବଡ ହତିଆର । ସେଥିପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *