ସାରା ଦେଶରେ ଆଉ ୨ସପ୍ତାହ ପର୍ଯ୍ୟନ୍ତ ବଢିଲା ଲକଡାଉନ, ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି ସର୍ତ୍ତ ସହ ଛାଡ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ୨ ସପ୍ତାହ ବଢିଲା । ଅର୍ଥାତ ୧୭ ମଇ ପର୍ଯ୍ୟନ୍ତ ଏହାକୁ ବାଧା ଗଲା । ଦେଶ ସାରା ୪୦ ଦିନର ଲକଡାଉନ ୩ ମଇରେ ପୁରା ହେଉଥିଲା । ଏହା ମଧ୍ୟରେ କେନ୍ଦ୍ର ସରକାର ଏହି ଲକଡାଉନ ବଢାଇବାର ଘୋଷଣା କରିଛନ୍ତି । କିନ୍ତୁ ଏଥର ଗ୍ରୀନ ଏବଂ ଅରେଞ୍ଜ ଜୋନ ମାନଙ୍କରେ କିଛି ସର୍ତ୍ତ ସହ ଛାଡ ଦିଆଯିବ । ହେଲେ ସାମାଜିକ ଦୂରତାର ନିୟମ ସେହିଭଳି ପାଳନ କରାଯିବ । ଗୃହମନ୍ତ୍ରାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦେଶରେ କୁହାଯାଇଛି କି ଏହି ଲକ ଡାଉନ ପାଇଁ ଦେଶରେ କରୋନା ସହ ଲଢେଇରେ ବହୁତ ସହାୟତା ମିଳିଛି ।

ଏହା ସହ ୪ ମଇ ଠାରୁ ଆଉ ୨ସପ୍ତାହ ଏହାକୁ ବଢାଇବାର ଘୋଷଣା କରାଯାଉଛି । ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ପାଇଁ ଅଲଗା ଗଇଡ୍ ଲାଇନ ପ୍ରସ୍ତୁତ ହୋଇଛି । ସାରା ଦେଶରେ କରୋନା ସଂକ୍ରମଣ ଜାରି ଅଛି । ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୭୫୫ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ୭୭ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟ ଗୁଡିକ ଦେଇଥିଲେ ଲକଡାଉନ ବଢେଇବା ପାଇଁ ମନ୍ତବ୍ୟ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ ଉପରେ ଚର୍ଚ୍ଚା କରିଥିଲେ । ଏଥିରେ ପ୍ରାୟତଃ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କହିଥିଲେ କି ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଏହି ଲକ ଡାଉନକୁ ଜାରି ରଖିବା ପାଇଁ । କିଛି ରାଜ୍ୟ ଲକଡାଉନ ସହ ଆର୍ଥିକ ଗତିବିଧିକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

୨୪ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିଲା ଲକଡାଉନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ମାର୍ଚ୍ଚରେ ୨୧ ଦିନର ଲକଡାଉନ ପାଇଁ ଘୋଷଣା କରିଥିଲେ । ଏହା ପରେ ୧୪ ଏପ୍ରିଲ ରେ ୧୭ ଦିନ ପାଇଁ ପୁଣି ଏହାକୁ ବଢା ଯାଇଥିଲା । ଏଥରକ ତୃତୀୟ ଥର ପାଇଁ ଏହାକୁ ୧୭ ମଇ ପର୍ଯ୍ୟନ୍ତ ବଢାଇ ଦିଆଗଲା ।

Leave a Reply

Your email address will not be published. Required fields are marked *