ସରିଯିବ କଳିଯୁଗ ମିଳୁଛି ଆଭାସ! ଏଭଳି ସବୁ ଦୁର୍ଘଟଣା ଦେଖି ମନରେ ଉଠୁଛି ପ୍ରଶ୍ନ…

ସରିଯିବ କଳିଯୁଗ କାନ୍ଦୁଛି କାଳିଆ । ହଁ ଦର୍ଶକ ବନ୍ଧୁ ଆଜି କାଳିଆ କାନ୍ଦୁଛି । କାରଣ ଏବେ ସବୁବେଳେ ସେହି ପୁରୀକୁ ନେଇ ଚର୍ଚ୍ଚା । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ପୁରୀରେ ଲାଗୁଛି ନିଆଁ । ଆଉ ଆଜି ବି ନିଆଁ ଲାଗିଛି । ଯାହାକୁ ଅଗ୍ନିସମ ବାହିନୀ ଆୟତ କରି ସାରିଛି । ଦର୍ଶକ ବନ୍ଧୁ ଆପଣ ମାନଙ୍କର ମନେ ଥିବ ଏହି କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ଦଦିନଉତି ଉପରେ ଚିଲ ଉଡିଥିଲେ । ଚାରି ଆଡେ ଅନ୍ଧାର ଘୋଟି ଆସିଲା ।

ବଡ ଦାନ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କଲା । ବାଇଶି ପାହାଚରେ ଶୁଅ ଛୁଟିଲା । ସମୁଦ୍ର ଭିତରେ ଖଣ୍ଡିଆ ଭୁତ ବୁଲିଲା । ଆକାଶ ପୁରା ରକ୍ତିମ ଦିଶିଲା । ପଥର ଖସିଲା ରୋଷ ଘରେ ନିଆଁ ଲାଗିଲା । ଛପନ ଭୋଗ ରନ୍ଧା ଯାଉଥିବା ଚୁଲିକୁ ଭାଙ୍ଗି ଦିଆଗଲା । ଶ୍ରୀମନ୍ଦିର ଗୁମୁଟରେ ଫାଟ ଦିଶିଲା । ରନ୍ତ ଭଣ୍ଡାରର ଚାବି ହଜିଲା । ଶ୍ରୀମନ୍ଦିର ଗୁମୁଟରୁ କିନ୍ନର ବଳରାମ ଡେଇଁ ଜୀବନ ହାରିଲେ ।

ଏମିତି ଅନେକ ସାରା ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଯାହା ସମସ୍ତଙ୍କୁ ବ୍ୟଥିତ କରି ପକାଉଚି । ଯେଉଁ ସବୁ ଦୃଶ୍ୟକୁ ଭାବିଲେ ଡର ଲାଗେ ଯେଉଁ ସବୁ ଦୃଶ୍ୟକୁ ସ୍ଵପ୍ନରେ ଦେଖିଲେ ଭୟ ଲାଗେ । ସେ ସବୁ ଦୃଶ୍ୟ ଗୁଡିକ ଏବେ ଜଳଜଳ କରି ଦେଖା ଯାଉଛି । ଆଉ ଏସବୁ ଘଟଣାକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି କଳିଯୁଗ ସରିଗଲା ।

ଆଉ ଏ ସବୁ ଘଟଣାକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି କଳିଯୁଗ ସରିଗଲା । ଆଉ ପାପ ଚଳିବନି ଆଉ ଅନ୍ୟାୟ ଚଳିବ ନାହିଁ ଆଉ ଅନୀତି ଚଳିବ ନାହିଁ । କାରଣ କାଳିଆ ସବୁ ସହି ସହି ଆଉ ସହି ପାରୁନି । କାରଣ କାଳିଆ ସବୁ ଦେଖୁଛି ଆଉ ସେଥିପାଇଁ ତ ଏ ସତର୍କ ସୂଚନା କାଳିଆ ଛାଡୁଛି । ତଥାପି ଆମେ ବୁଝି ବୁଝି ପାରୁ ନାହାନ୍ତି ।

ହଁ ଦର୍ଶକ ବନ୍ଧୁ ଏହି ନିକଟ ଅତୀତରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଯେଉଁ ଭଳି ଭାବରେ ନିଆଁ ଲାଗିଲା ତାହା କଣ ସମସ୍ତଙ୍କୁ ଭୟବିତ କରୁନି କି ? ତେବେ ଦର୍ଶକ ବନ୍ଧୁ ଏଠି କହି ରଖିବାକୁ ଚାହିଁବୁ ନିଆଁରେ ୪୫ଟି ଦୋକାନ ଜଳି ପୋଡି ନଷ୍ଟ ହୋଇ ଯାଇଛି । କ୍ଷୟ କ୍ଷତି ୪୦ କୋଟିରୁ ଉର୍ଦ୍ଧ ନେଇ ଦୋକାନୀଙ୍କ ଆକଳନ କରା ଯାଉଛି । ତଳ ଓ ପ୍ରଥମ ମହଲାର ଦୋକାନ ଛାତ ଫାଟି ଯାଇଛି ।

ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି । ସେପଟେ ଜୀବନ ଜୀବିକା କୁ ନେଇ ଚିନ୍ତାରେ କ୍ଷତିଗ୍ରସ୍ତ ଦୋକାନୀ ମାନେ । ପୂର୍ବରୁ ଅଗ୍ନିସନ ବାହିନୀ ଅଧିକାରୀ ମାନେ ନୋଟିସ କରିଥିଲେ । ଏହାକୁ ବେଖାତିର କରିଥିଲେ ମାର୍କେଟ କମ୍ପପ୍ଲେକ୍ସ ମାଲିକ ମାନେ । ବ୍ୟବସାୟୀ ମାନେ ମାଲିକ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *