ଶରୀରରେ କ୍ୟାଲସିୟମର କମି ପୂରଣ କରିବା ପାଇଁ କଣ କରିବା ଉଚିତ ? Calcium Diet Plan

ଆପଣ ମାନେ ଜାଣିଥିବେ କ୍ୟାଲସିୟମ ଆମ ଶରୀର ପାଇଁ କେତେ ଜରୁରୀ ହୋଇଥାଏ । ଆମ ଶରୀର ରେ ହାଡ ମଜବୁତ କରିବା, ମାଂସପେଶୀ ଠିକ ରହିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି । ଆମ ଶରୀର ରେ ଦାନ୍ତ ଓ ହାଡରେ ୯୯% କ୍ୟାଲସିୟମ ରହିଥାଏ । କ୍ୟାଲସିୟମର କମି ହେଲେ ଶରୀରରେ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ମହିଳାଙ୍କ ଠାରେ କ୍ୟାଲସିୟମର କମି ରହିଥାଏ । ଯେଉଁ ମହିଳା ମାନେ ସ୍ତନପାନ କରାଉଥାନ୍ତି ଓ ଯେଉଁ ମାନଙ୍କର ବୟସ ୪୦ରୁ ଉର୍ଦ୍ଧ ରହିଛି ସେମାନଙ୍କ ଠାରେ କ୍ୟାଲସିୟମର କମି ରହିଥାଏ ।

ସେଥିପାଇଁ କ୍ୟାଲସିୟମର କମି ପୁରା କରିବା ପାଇଁ ନିଜ ଡାଏଟରେ କ୍ୟାଲସିୟମ ଯୁକ୍ତ ଖାଦ୍ଯ ସାମିଲ କରିବା ଉଚିତ । ଆଜିର ଆମର ଏହି ଲେଖା ରେ କ୍ୟାଲସିୟମ କମି ହେଲେ କଣ ଲକ୍ଷଣ ରହିଥାଏ ଓ ଏହାର କମି କିପରି ପୁରା ହେବ ତାହା ସଂପୂର୍ଣ୍ଣ ବିବରଣୀ ରହିଛି ।

୧- କ୍ୟାଲସିୟମର କମି ହେଲେ ଶରୀରରେ ହାଡ କମଜୋର ହୋଇଥାଏ । ଏହା ଛଡା ମାଂସପେଶୀରେ ସମସ୍ଯା ହୋଇଥାଏ । ସ୍ମରଣ ଶକ୍ତିରେ ବୃଦ୍ଧି ହୋଇ ନ ଥାଏ । ମହିଳାଙ୍କ ଠାରେ ଋତୁସ୍ରାବବ ରେ ସମସ୍ଯା ହୋଇଥାଏ । ଏହା ଛଡା ହାତଗୋଡ ଝିମଝିମ ହୋଇଯାଏ । କ୍ୟାଲସିୟମର କମି ଯୋଗୁ ଦାନ୍ତ କମଜୋର ହେବା ସହ ରକ୍ତ ସଂଚାଳନ ଠିକ ଭାବେ ହୁଏ ନାହି ।

୨- ଛୋଟ ପିଲାଙ୍କ ଠାରେ ୫୦୦ ରୁ ୭୦୦ ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକତା ରହିଛି । ଯୁବପିଢି ପାଇଁ ୭୦୦ ରୁ ୧୦୦୦ ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକତା ରହିଛି । ଗର୍ଭବତୀ ମହିଳାଙ୍କ ପାଇଁ ପ୍ରତି ଦିନ ୧୦୦୦ରୁ ୧୨୦୦ ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକତା ରହିଛି । ଯେଉଁ ମହିଳା ମାନେ ସ୍ତନପାନ କରାଉଥିବେ ସେମାନଙ୍କୁ ପ୍ରତି ଦିନ ୨୦୦୦ ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକତା ରହିଛି ।

୩- କ୍ୟାଲସିୟମର କମି ଶରୀରରେ ପୁରା କରିବା ପାଇଁ କ୍ଷୀର, ଫୁଲକୋବି ନିଜ ଖାଦ୍ଯରେ ସାମିଲ କରନ୍ତୁ । ଏକ ଚାମଚ ତିଲରେ ୮୮ ମିଲିଗ୍ରାମ କ୍ୟାଲସିୟମ ରହିଥାଏ । ତେଣୁ ଆପଣ ଏହାକୁ ସାଲାଟ ବା ଭୋଜନ ସମୟରେ ଖାଇ ପାରିବେ । ଏହା ବ୍ଯତୀତ ଗୋଟେ ଗ୍ଳାସ ଗରମ ପାଣିରେ ଏକ ଚାମଚ ଜୀରା ମିଶାଇ ସେବନ କରିଲେ କ୍ୟାଲସିୟମ ଅଧିକ ହୋଇଥାଏ । ଏହା ସହ ବାଦାମ, ବିନ୍ସ ଓ ସବୁଜ ପନିପରିବା ଆଡ କରିବା ଉଚିତ ।

୪- କ୍ୟାଲସିୟମର କମି ପୁରା କରିବା ପାଇଁ ପ୍ରତି ଦିନ ଦୁଇ କମଳାର ସେବନ କରିବା ଉଚିତ । କ୍ୟାଲସିୟମ ସହ ଭିଟାମିନ- ଡି୩ ର ଶରୀରରେ ଭରପୁର ମାତ୍ରାରେ ରହିବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଅନେକ ରୋଗର ନିବାରଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *