20 ଦିନ ମାଛ ତେଲ ଖାଇବା ପରେ ଶରୀରରେ ଆସିବ ଏହି ସବୁ ପରିବର୍ତ୍ତନ

ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଯବାନ, ସୁନ୍ଦର ଓ ଫିଟ ରହିବା ପାଇଁ ଚାହୁଁଛନ୍ତି ଓ ହୃଦଘାତ, ଡିପ୍ରେସନ ଭଳି ଅନ୍ୟ କିଛି ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ତେଲର ସେବନ କରନ୍ତୁ । ଏହି ତେଲର ସେବନ ଦ୍ଵାରା ଆପଣ କିଛି ଦିନ ମଧ୍ୟରେ ହିଁ ଫିଟ ଓ ସୁସ୍ଥ ହୋଇଯିବେ । ଆପଣଙ୍କ ସ୍କିନ ଗ୍ଲୋ କରିବାକୁ ଲାଗିବ । ଆମେ କଥାବାର୍ତ୍ତା କରୁଛୁ ମାଛ ତେଲ । ଏଥିରେ ଓମେଗା ୩, ଇପିଏ, ଡ଼ିଏଚଏ ଭଳି ପୋଷାକ ତତ୍ଵ ଅଛି ।

ସାଧାରଣତଃ ଏହାକୁ ତେଲଜାତୀୟ ମାଛରୁ ବାହାର କରାଯାଏ । ଯଦି ଆପଣ ମାଛ ସେବନ କରୁ ନାହାନ୍ତି ତେବେ ଆପଣ ଏହାର ତେଲ ଓ କ୍ୟାପସୁଲ ନେଇ ପାରିବେ । ଫିସ ଅୟେଲ ଅର୍ଥାତ ମାଛ ତେଲ ଆପଣଙ୍କ ହୃଦୟର ଧ୍ୟାନ ରଖିଥାଏ । ଫିସ ଅୟେଲ ହୃଦଘାତକୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

ବ୍ଲଡ ପ୍ରେସରକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଯୁବପିଢି ମାନଙ୍କ ମଧ୍ୟରେ ବଢୁଥିବା ମାନସିକ ଚିନ୍ତା ଓ ଡିପ୍ରେସନ ରୋକିବାରେ ବି ଏହା ବହୁତ ସାହାର୍ଯ୍ୟକାରୀ ଅଟେ । ରୋଗ ପ୍ରତିରୋଧକ ଶକ୍ତିକୁ ବି ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ଫିସ ଅୟେଲ । ଫିସ ଅୟେଲ ସେବନ ସହିତ ବ୍ୟାୟମ କରିବା ଦ୍ଵାରା ଆପଣଙ୍କ ଶରୀରର ଓଜନ କମ ହୋଇଯିବ । ଫିସ ଅୟେଲ ଶରୀରରେ ଜମାଟ ବାନ୍ଧି ରହୁଥିବା ଚର୍ବିକୁ ତରଲାଇ ଦିଏ ।

ଫିସ ଅୟେଲ ବ୍ୟବହାର କରିବା ଦ୍ଵାରା ଚେହେରା ଗ୍ଲୋ କରିବା ସହିତ ସୁନ୍ଦର କେସ ବି ହୋଇଥାଏ । ଫିସ ଅୟେଲରେ ଭରପୁର ମାତ୍ରାରେ ଓମେଗା ୩ ଫାଟି  ଏସିଡ ଥାଏ ଯାହା କି ଶରୀରରେ ପ୍ରାକୃତିକ ତେଲ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ । ଫିସ ଅୟେଲ ସେବନ ଦ୍ଵାରା ଶରୀରରେ ବ୍ଲଡ ସରକୁଲେସନ ସଠିକ ରହିଥାଏ ଯାହାକି ବୟସ ବଢିବାକୁ କମ କରିଥାଏ । ଫିସ ଅୟେଲ ସହ ଭିଟାମିନ ଓ ହେଲଥୀ ଡାଏଟ ନେବା ଦ୍ଵାରା କିଛି ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କର ଇଚ୍ଛା ମୁତାବିକ ଫିଗର ମିଳିଯିବ ।

ଫିସ ଅୟେଲ ନେବା ଦ୍ଵାରା ଆଖିର ଦ୍ରୁଷ୍ଟିଶକ୍ତି ବି ବଢିଥାଏ । ଫିସ ଅୟେଲ ସେବନ ଦ୍ଵାରା ଏହା ଶରୀରରେ ଭିଟାମିନ Dର ଅଭାବ ବି ହେବାକୁ ଦିଏ ନାହିଁ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହାକୁ କେତେ ମାତ୍ରାରେ ସେବନ କରିବା ଉଚିତ । ଗୋଟିଏ ସୁସ୍ଥ ବ୍ୟକ୍ତି ପାଇଁ ଓମେଗା ୩ ଫାଟି ଏସଡି ୨୫୦ ରୁ ୫୦୦ ମିଳି ଗ୍ରାମ ସବୁଦିନ ସେବନ କରିବା ଉଚିତ । ଏହା ଠାରୁ ଅଧିକ ନୁହେଁ । ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଫିସ ଅୟେଲ ସେବନ କରନ୍ତୁ । ଯଦି ଆପଣଙ୍କୁ କୌଣସି ପ୍ରକାରର ଏଲର୍ଜି ଅଛି କିମ୍ବା ମାଛ ଖାଇବା ଦ୍ଵାରା ବି ଆପଣଙ୍କୁ ଏଲର୍ଜି ହେଉଛି ତେବେ ଫିସ ଅୟେଲ ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *