ରାଜ୍ୟ ସରକାରଙ୍କର ବଡ ଘୋଷଣା: ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ରହିବ ଲକ୍ ଡାଉନ୍- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ସାରା ପୃଥିବୀରେ ଏବେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଯାଇଛି । ତେବେ ଏହଥିରୁ ବଞ୍ଚିବା ପାଇଁ ସରକାର ନିୟମ ଉପରେ ନିୟମ ଲାଗୁ କରି ଚାଲିଛନ୍ତି । ସାରା ଭାରତରେ ଏବେ କରୋନା ପାଦୃଭାବ ବଢିବାରେ ଲାଗିଛି । ଯେମିତି କି ଆପଣ ମାନେ ଜାଣିଛନ୍ତି କାଲି ସାରା ଦେଶକୁ ଆହ୍ଵାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନତା କର୍ଫ୍ୟୁର’ ପାଇଁ କହିଛନ୍ତି । ତେବେ ଆସନ୍ତା କାଲି ସାରା ଦେଶ ବନ୍ଦ ରହିବ ।

କିନ୍ତୁ ଆମ ଓଡିଶା ସରକାର ଏହି ନିୟମକୁ ଆହୁରି କଡା କରି ଏହି ଗୋଟେ ଦିନର ଜନତା କର୍ଫ୍ୟୁକୁ ଗୋଟେ ସପ୍ତାହ ପାଇଁ ଲାଗୁ କରିଛନ୍ତି । ଯେଉଁଥିପାଇଁ ଏହି ଗୋଟେ ସପ୍ତାହ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା, ଓ ଅନୁଗୁଳ ଆଦି ଏହି ସବୁ ଜିଲ୍ଲା ଲକ୍ ଡାଉନ୍ ରହିବ । ତେବେ ଏହା ଆସନ୍ତା ୨୨ ରୁ ୨୯ ପର୍ଯ୍ୟନ୍ତ ଲାଗୁ କରା ଯାଇଛି ।

ଏହା ବନ୍ଦ ରହିଲେ ମଧ୍ୟ ଅତ୍ୟାବଶ୍ୟକ ସମସ୍ତ ଦୋକାନ ବା ସେବା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏହି ସବୁ ଜିଲ୍ଲା ବ୍ୟତୀତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ଵର, ରାଉରକେଲା, ଭଦ୍ରକ, ପୁରୀ ଓ ଯାଜପୁର ରେ ମଧ୍ୟ ଏହି ନିୟମ ଲାଗୁ ହେବ । ତେବେ ଏହା ୨୨ ମାର୍ଚ୍ଚ ସକଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବ ।

ତେବେ ଏହି ଭାଇରସ ସହ ଲଢିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଘରେ ରହିଲେ ହିଁ ଆପଣ ସୁରକ୍ଷିତ ରହି ପାରିବେ । ସେଥିପାଇଁ ସରକାର ଏହିଭଳି ଏକ କଡା ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସବୁ ଖୋଲା ରହିବ । ଯେମିତିକି ଗ୍ରୋସେରୀ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ । ହସ୍ପିଟାଲ, ବ୍ୟାଙ୍କ, ଏଟିଏମ, ପୋଲିସ ଓ ମ୍ୟୁନିସିପାଲଟି ଏବଂ ଅଗ୍ନିସମ ଆଦି ସେବା ଜାରି ରହିବ । ଏହା ବ୍ୟତୀତ ପାନୀୟ ଜଳ, ବିଦ୍ୟୁତ କାର୍ଯ୍ୟାଳୟ ଖୋଲା ରହିବ ।

ତେବେ ନିଜର ସୁରକ୍ଷା ନିଜ ହାତରେ । ଯଦି ଆପଣମାନେ ଚାହୁଁଛନ୍ତି ଏହି ଭାଇରସ ଦ୍ଵାରା ଆପଣ ଆକ୍ରାନ୍ତ ନ ହୁନନ୍ତୁ ସେଥିପାଇଁ ସରକାରଙ୍କର ଏହି ନିୟମକୁ ମାନନ୍ତୁ । ସେତିକି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ । ଅଯଥା ଡରନ୍ତୁ ନାହିଁ କି କାହାକୁ ଡରାନ୍ତୁ ନାହିଁ । କୌଣସି ଅପପ୍ରଚାର କରନ୍ତୁ ନାହିଁ । ସବୁବେଳେ ସ୍ଵଚ୍ଛ ରହିବାକୁ ଚେଷ୍ଟା କରନ୍ତୁ । ନିଜର ଓ ନିଜ ପରିବାର ସଦସ୍ୟଙ୍କର ଯତ୍ନ ନିଅନ୍ତୁ । ଯଦି ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ଉଲଂଘନ କରନ୍ତି ତେବେ ପୋଲିସ ଆପଣଙ୍କ ଉପରେ କଡା ପଦକ୍ଷପ ନେବ ।

Leave a Reply

Your email address will not be published. Required fields are marked *