SBIର ନୂଆ ଗାଇଡଲାଇନ, ୩୦ ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ଡେବିଟ ଓ କ୍ରେଡିଟ କାର୍ଡର ଏହି ସେବା 

ଦେଶର ସବୁଠୁ ବଡ କର୍ଜଦାତା ସ୍ଟେଟ ବ୍ୟାଙ୍କ ଓଫ ଇଣ୍ଡିଆ ତାଙ୍କ ଗ୍ରାହକଙ୍କୁ ଗୋଟେ ଖାସ ସନ୍ଦେଶ ଦେଇଛନ୍ତି । ଏଥିରେ ଗ୍ରାହକଙ୍କୁ କୁହାଯାଇଛିକି ତାଙ୍କର କ୍ରେଡିଟ ଓ ଡେବିଟ କାର୍ଡରେ ମିଳୁଥିବା କିଛି ସର୍ଭିସେସ ୩୦ ସେପ୍ଟମ୍ବର ୨୦୨୦ ରେ ବନ୍ଦ ହୋଇଯିବ । ବ୍ୟାଙ୍କ କହିଛିକି ନିସ୍ପତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିଛି ନୂଆ ନିୟମ ଆଧାରରେ ନିଆ ଯାଇଛି ।

ଯାହା ଠିକ ଦୁଇ ଦିନ ପରେ ଲାଗୁ ହେଉଛି । ଏହି ସେବା ଅନ୍ତରାଷ୍ଟ୍ରୀୟ ଲେନଦେନ ସହିତ ଜଡିତ ଅଛି । ବ୍ୟାଙ୍କ କହିଛି ଯଦି ଆପଣ ନିଜ କାର୍ଡରେ ଅନ୍ତରାଷ୍ଟ୍ରୀୟ ବଜାରରେ କିଣିବାର ସୁବିଧା ଜାରି ରଖିବାକୁ ଚାହୁଁଛନ୍ତି ତ INTL ପରେ ନିଜ କାର୍ଡର ସଂଖ୍ୟାର ଶେଷ ଚାରୋଟି ଡିଜିଟ ଲେଖିକି ୫୬୭୬୭୯୧ ରେ ଏସେମେସ କରନ୍ତୁ । ଆସନ୍ତୁ ଜାଣିବା ଆରବିଆଇ କାର୍ଡ ହୋଲ୍ଡର୍ସ ମାନଙ୍କ ପାଇଁ ନିୟମରେ କଣ ବଦଳାଇଛନ୍ତି ।

Image Courtesy: Google

ଜାନୁଆରୀ ୨୦୨୦ ରେ ଲାଗୁ ହେବାର ଥିଲା ନିୟମ, କୋଭିଡ ୧୯ ପାଇଁ ଡେରି ହେଲା

ରିଜର୍ଭ ବ୍ୟାଙ୍କ ୩୦ ସେପ୍ଟେମ୍ବର ୨୦୨୦ ରୁ ଡେବିଟ ଓ କ୍ରେଡିଟ କାର୍ଡରୁ ଜଡିତ କେତେ ନିୟମ ବଦଳୁଛି । ଯଦି ଆପଣ ଡେବିଟ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏହି ଖବର ବିଷୟରେ ଜାଣିବା ପାଇଁ ଆପଣଙ୍କର ଜରୁରୀ ଅଟେ । କୋଭିଡ ୧୯ କାରଣରୁ ଅସାଧାରଣ ସ୍ଥିତିକୁ ଦେଖି କାର୍ଡ କର୍ତାଙ୍କୁ ଆରବିଆଇ ନିୟମ ଲାଗୁ କରିବା ପାଇଁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ପୂର୍ବରୁ ଏହି ନିୟମ ଜାନୁଆରୀ ୨୦୨୦ରେ ଲାଗୁ ହେବାର ଥିଲା, କିନ୍ତୁ ଏହାକୁ ମାର୍ଚ ପର୍ଯ୍ୟନ୍ତ ବାତିଲ କରଯାଇଥିଲା । ପରେ କୋଭିଡ ୧୯ କାରଣରୁ ଏହାକୁ ବାତିଲ କରଯାଇଥିଲା ଓ ୩୦ ସେପ୍ଟେମ୍ବରରେ ଲାଗୁ କରାଯିବ ।

Image Courtesy: Google

ଗ୍ରାହକ ମାନଙ୍କୁ ନିଜେ ଦେବାକୁ ପଡିବ ଦେବାନେବାକୁ ନେଇ ପ୍ରଥମିକତା

ଆରବିଆଇର ନୂଆ ନିୟମ ମୁତାବିକ, ଗ୍ରହକଙ୍କୁ ଅନ୍ତର୍ରାଷ୍ଟୀୟ, ଅନଲାଇନ ଓ କନ୍ଟାକ୍ଟଲେସ କାର୍ଡରେ ଲେନଦେନ ପାଇଁ ଅଲଗା ପ୍ରଥମିକତା ଦେବାକୁ ହେବ । ଗ୍ରାହକ ମାନଙ୍କୁ ଏହାର ଆବଶ୍ୟକତା ଥିଲେ ଏହି ସେବା ତାଙ୍କୁ ମିଳିବ । ଗ୍ରାହକ ମାନଙ୍କୁ ଏବେ ଆପ୍ଲାଏ କରିବାକୁ ହେବା ।

Image Courtesy: Google

ଆରବିଆଇ ବ୍ୟାଙ୍କକୁ କହିଛିକି ଡେବିଟ ଓ କ୍ରେଡିଟ କାର୍ଡ ଜାରି କଲାବେଳେ ଗ୍ରାହକ ମାନଙ୍କୁ ଘରେଲୁ ଟ୍ରାଞ୍ଜକସନ ପାଇଁ ଅନୁମତି ଦେବା ଦରକାର । ଯଦି ଆବଶ୍ୟକ ନହିଁ ଏଟିଏମ ମେସିନରୁ ପଇସା ବାହାର କରି ଓପିଓ ଏସ ଟର୍ମିନାଲରେ ସପିଙ୍ଗ ପାଇଁ ବିଦେଶୀ ଟ୍ରାଞ୍ଜକସନ ପାଇଁ ଅନୁମତି ଦିଆଯିବନି ।

ଏବେ ଗ୍ରାହକ କେବେବି ବଦଳାଇ ପାରିବେ ନିଜ ଟ୍ରାଞ୍ଜକସନ ଲିମିଟ

Image Courtesy: Google

ପାଖରେ ଥିବା କାର୍ଡ ପାଇଁ ଜାରିକର୍ତା ନିଜର ସଙ୍କଟ ସମୟରେ ନିର୍ନୟ ନେଇପାରିବେ । ଅନ୍ୟ ଶବ୍ଦରେ କହିଲେ ଏବେ ଆପଣଙ୍କୁ ନିସ୍ପତି ନେବେ ତାଙ୍କୁ ଫୋନରେ କେଉଁ ସର୍ଭିସ ଆକ୍ଟିଭେଟ କରିବେ ଓ କୋଉଟା ଡିଆକ୍ଟିଭେଟ । ଗ୍ରାହକ ୨୪ ଘଣ୍ଟା ସାତ ଦିନ ନିଜ ଟ୍ରାଞ୍ଜକସନ ଲିମିଟ ବଦଳାଇ ପାରିବେ । ଏବେ ଆପଣ ନିଜ ଏଟିଏମ କାର୍ଡକୁ ମୋବାଇଲ ଆପ, ଇଣ୍ଟର୍ନେଟ ବ୍ୟଙ୍କିଙ୍ଗ, ଏଟିଏମ ମେସିନକୁ ଯାଇ ଆରବିଆଇ ଜରିଆରେ କେବେବି ଟ୍ରାଞ୍ଜକସନ ଲିମିଟ ସ୍ଥିର କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *