ଶନିଙ୍କ ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି, ସ୍ଵୟଂ ଶନିଦେବ କରନ୍ତି ଏମାନଙ୍କ ରକ୍ଷା

ବନ୍ଧୁଗଣ ଆପଣ ସମସ୍ତେ ପ୍ରାଏ ଜାଣିଛନ୍ତି ଯେ, ଭଗବାନ ଶନିଦେବ ଯାହା ଉପରେ ନିଜ କୃପା ଦ୍ରୁଷ୍ଟି ଦେଇଥାନ୍ତି, ତାହାର ଜୀବନର ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥାଏ । ଭଗବାନ ଶନିଦେବଙ୍କର କିଛି ଏହିଭଳି ସବୁଠାରୁ ପ୍ରିୟ ରାଶି ଅଛନ୍ତି, ଯାହାଙ୍କ କୁଣ୍ଡଳୀରେ ଶନିଦେବ ସର୍ବଦା ଶୁଭ ସ୍ଥିତିରେ ରୁହନ୍ତି । ଏହା ଫଳରେ ଏହି ରାଶି ମାନଙ୍କ ବ୍ୟକ୍ତିଙ୍କୁ ତାଙ୍କ ସବୁ କାମରେ ସଫଳତା ମିଳିଥାଏ । ଯଦି କୌଣସି କାରଣ ବଶତ ଏମାନଙ୍କ ଜୀବନରେ ସଙ୍କଟ ଆସିଥାଏ ତେବେ ଭଗବାନ ଶନିଙ୍କ କୃପା ରୁ ତାହା ଅଳ୍ପ ଦିନ ମଧ୍ୟରେ ଦୂର ମଧ୍ୟ ହୋଇଯାଇଥାଏ । ଆସନ୍ତୁ ଏବେ ଜାଣିବା ଯେ ସେହି ଭାଗ୍ୟ ଶାଳି ରାଶି ଗୁଡିକ କିଏ ଅଟନ୍ତି ଯାହାଙ୍କ ଉପରେ ଶନି ଦେବଙ୍କ ଅପାର କୃପା ରହିଅଛି ।

୧- ତୁଳା ରାଶି;- ଏହି ରାଶିଟିର ସ୍ଵାମୀ ଶୁକ୍ରଦେବ ଅଟନ୍ତି । ଶନିଦେବ ଏହି ରାଶିରେ ଉଚ୍ଚ ସ୍ଥିତିରେ ରହିଥାନ୍ତି । ତୁଳା ରାଶିର ଲୋକ ମାନଙ୍କ ଉପରେ ଶନିଙ୍କର ସର୍ବଦା ଭଲ ଦ୍ରୁଷ୍ଟି ରହିଥାଏ । ତୁଳା ରାଶିର ଲୋକେ ବିନମ୍ର ସ୍ଵୋଭାବର ହୋଇଥାନ୍ତି । ଏହି ଲୋକ ମାନେ ବିବାଦ ଠାରୁ ଦୂରରେ ରହିଥାନ୍ତି । ଏମାନେ ଜୀବନରେ ସନ୍ତୁଳନ ବନାଇ ଚାଲିଥାନ୍ତି । ସେଥିପାଇଁ ଏହି ରାଶିର ଚିହ୍ନ ମଧ୍ୟ ତରାଜୁ ଅଟେ । ଏହି ରାଶିର ଲୋକ ମାନେ ପରିଶ୍ରମ ଏବଂ ଇମାନଦାରିରେ ନିର୍ବାହ କରିବା ପସନ୍ଦ କରିଥାନ୍ତି । ଶାସ୍ତ୍ର ରେ ଦର୍ଶାଯାଇଛି, ଏହି ରାଶିର ଲୋକେ ପରିଶ୍ରମ ସହିତ ଗରିବ ଲୋକଙ୍କୁ ସାହାଯ୍ୟ କରିଲେ, ଏମାନଙ୍କୁ ଜୀବନରେ ବହୁତ ସଫଳତା ମିଳିଥାଏ । ଶନିଦେବ ସର୍ବଦା ନିଜର ଶୁଭ ଦ୍ରୁଷ୍ଟି ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ରଖିଥାନ୍ତି ।

୨- ମକର ରାଶି;- ବନ୍ଧୁଗଣ ମକର ରାଶି ଭଗବାନ ଶନିଦେବଙ୍କ ସ୍ଵୋୟଙ୍ଗ ର ରାଶି ଅଟେ । ମକର ରାଶି ର ଲୋକ ମାନଙ୍କ ଉପରେ ମଧ୍ୟ ଶନିଦେବ ଙ୍କ ଶୁଭ ନଜର ରହିଥାଏ । ଏହି ରାଶିର ଲୋକଙ୍କୁ ସେମାନଙ୍କ ଭଲ କର୍ମର ଫଳ ସର୍ବଦା ଉଚିତ ସମୟରେ ଦେଇଥାନ୍ତି । ଏମାନଙ୍କ ଜୀବନରେ ଖୁସି ହିଁ ଖୁସି ରହିଥାଏ । ମକର ରାଶିର ବ୍ୟକ୍ତି ଗମ୍ଭୀର ଏବଂ ସହନଶୀଳତା ସ୍ଵୋଭାବର ହୋଇଥାନ୍ତି । ଏମାନେ ନିଜ ମନ ବିପରୀତ କୌଣସି କାର୍ଯ୍ୟ କରିନଥାନ୍ତି । ଶନିଦେବ ଯଦି ଏମାନଙ୍କ ରାଶିରେ ଶୁଭ ସ୍ଥିତିରେ ରହିଥାନ୍ତି, ତେବେ ମକର ରାଶି ମାନଙ୍କୁ ଧନ-ସମ୍ପତ୍ତି ରେ ପରିପୂର୍ଣ୍ଣ କରିଦେଇଥାନ୍ତି ।

୩- ସିଂହ ରାଶି;- ବନ୍ଧୁଗଣ ଏହି ଲୋକମାନେ ବହୁତ ସତ୍ୟ ଏବଂ ଉତ୍ତମ ଧରଣର ଲୋକ ଅଟନ୍ତି । ଏମାନଙ୍କ ଠାରେ କୌଣସି ପ୍ରକାରର ଖରାବ ଅଭ୍ଯାସ କିମ୍ବା ଖରାପ ଗୁଣ ରହି ନଥାଏ । ଏମାନେ ସାଧାରଣତ ଲୋକ ମାନଙ୍କର ସାହାଜ୍ଯ କରିବାକୁ ଭଲ ପାଇଥାନ୍ତି । ଏବଂ ଏମାନେ ବ୍ୟକ୍ତିଗତ ଜୀବନକୁ ଖୁସିରେ ବିତାଇ ଥାନ୍ତି । ଏମାନେ ଶନିଦେବଙ୍କ ପ୍ରିୟ ପାତ୍ର ହୋଇଥାନ୍ତି । ବନ୍ଧୁଗଣ ସିଂହ ରାଶିର ସ୍ଵାମୀ ସୂର୍ଯ୍ୟ ଦେବ ଅଟନ୍ତି । ଭଗବାନ ଶନିଙ୍କର ପିତା ସୂର୍ଯ୍ୟ ଅଟନ୍ତି ।

ବନ୍ଧୁଗଣ ଯଦି ଆପଣ ସୂର୍ଯ୍ୟଦେବ ଙ୍କୁ ପ୍ରତିଦିନ ଜଳ ଅର୍ପିତ କରି ପୁଷ୍ପ ଧୂପ ପ୍ରଦାନ କରନ୍ତି ତେବେ, ଆପଣଙ୍କ ସମସ୍ତ ପ୍ରକାରର ଦୁଖଃ ଦୂର ହୋଇଯିବ । ୪- କନ୍ୟା ରାଶି;- ବନ୍ଧୁଗଣ କନ୍ୟା ରାଶିର ଲୋକେ ବହୁତ ପରିଶ୍ରମିକ ପ୍ରକୃତିର ବ୍ୟକ୍ତି ଅଟନ୍ତି । ଏମାନେ ଗରିବ ଏବଂ ସହାୟତା ଲୋଡା କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ । ଶନିଦେବ ଙ୍କୁ ଏହିଭଳି ଲୋକ ପସନ୍ଦ ଆସିଥାନ୍ତି, ଯିଏ କି ବିପଦରେ ପଡିଥିବା ଲୋକଙ୍କୁ ହେଲ୍ପ କରିଥାନ୍ତି ।

୫- ମେଷ ରାଶି;- ଏହି ରାଶିର ଲୋକମାନେ ବହୁତ ମହତ ଆକାଂକ୍ଷା ରଖୁଥିବା ଲୋକ ଅଟନ୍ତି । ଏହି ଲୋକମାନେ ମାନ ସନ୍ନମାନ ପ୍ରାପ୍ତ କରିବା ପାଇଁ ସଦାସର୍ବଦା ତତତ୍ପର ରହିଥାନ୍ତି । ଏବଂ ଏଥିପାଇଁ ସର୍ବଦା ପରିଶ୍ରମ ମଧ୍ୟ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ଇଛାକୁ ପୂର୍ଣ୍ଣ କରିବାକୁ ଯାଇ ବହୁତ ପରିଶ୍ରମ କରିଥାନ୍ତି । ଏହି ରାଶିର ଲୋକଙ୍କୁ ଯାତ୍ରା କରିବା ବହୁତ ପସନ୍ଦ ହୋଇଥାଏ । ଏମାନେ ସାଧାରଣତ ଗମ୍ଭୀର ସ୍ଵୋଭାବର ମଧ୍ୟ ହୋଇଥାନ୍ତି । ଏଥିପାଇଁ ଏମାନଙ୍କର ଅଧିକ ସାଙ୍ଗ ମଧ୍ୟ ବନିପାରନ୍ତି ନାହିଁ ।

ଏମାନଙ୍କୁ କମ କଥା ବାର୍ତା କରିବା ପସନ୍ଦ ହୋଇଥାଏ । ଏମାନେ ଭଗବାନ ଶନିଦେବ ଏବଂ ଭାଗ୍ୟ ଉପରେ ବହୁତ ଅଧିକ ବିଶ୍ଵାସ କରିବା ଭଳି ଲୋକ ହୋଇଥାନ୍ତି । ଏମାନଙ୍କ ଭିତରେ କୌଣସି ଖରାପ ଅଭ୍ଯାସ ଅଥବା ଖରାପ ଗୁଣ ନଥାଏ ଏହା ସହିତ ଏମାନେ ଉତ୍ତମ ବ୍ୟକ୍ତିତ୍ବ ରେ ପରିପୂର୍ଣ୍ଣ ହୋଇ ରହିଥାନ୍ତି । ଏଥିପାଇଁ ଭଗବାନ ଶନିଦେବ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ରାଶି ଗୁଡିକର ବିବରଣୀ ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *