ସାଇଲେଣ୍ଟ ହାର୍ଟ ଅଟାକ କେତେ ଥର ଜଣା ବି ପଡେନି ଯେ ଏହା ସାଇଲେଣ୍ଟ ହାର୍ଟ ଅଟାକ ବୋଲି, କେତେଥର ଏହାର ଲକ୍ଷଣ ବି ଦେଖା ଯାଏ ନାହିଁ ଏବଂ ହଟାତ ଲୋକ ପୀଡାରୁ ବ୍ୟସ୍ତ ହୋଇଥାଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ସାଇଲେଣ୍ଟ ହାର୍ଟ ଅଟାକ ଅଧିକ ଭୟଙ୍କର ହୋଇଥାଏ, କେତେକ ଥର ହୃଦୟରେ ହେଉଥିବା ପୀଡାକୁ ଆମେ ଅଣଦେଖା ବା ଅବହେଳା କରିଥାଉ କିନ୍ତୁ ଏହା ଉଚିତ ନୁହେଁ ଏହା ସାଇଲେଣ୍ଟ ହାର୍ଟ ଅଟାକ ର ସଂକେତ ବି ହୋଇପାରେ ।
ଏହି ଭଳି ସଂକେତକୁ ନଜରଅନ୍ଦାଜ କଲେ ଏହା ମୃତ୍ୟୁ ର କାରଣ ବି ହୋଇପାରେ ସେଥିପାଇଁ ଏହା ଆବଶ୍ୟକ ଅଟେ ଯେ ଆପଣ ସାଇଲେଣ୍ଟ ହାର୍ଟ ଅଟାକ କାରଣ, ଲକ୍ଷଣ ଏବଂ ବଞ୍ଚିବା ଉପାୟ ଜାଣି ରଖନ୍ତୁ ।
ଶରୀର ରେ ବ୍ଲଡ ଦ୍ଵାରା ଅକ୍ସିଜେନ ସବୁ ଅଙ୍ଗ ରେ ପହଞ୍ଚି ଥାଏ, କିନ୍ତୁ କେତେକ ଥର କୋଲେଷ୍ଟ୍ରୋଲ ରୂପରେ ଫ୍ୟାଟ ହାର୍ଟ ଧମନୀରେ ଏମିତି ପ୍ରକାର ଜମା ହୋଇଥାଏ ଯେ ବ୍ଲଡ ସରକୁଲେସନ ବନ୍ଦ ହବାକୁ ଲାଗିଥାଏ । ଏହା କାରଣରୁ ହାର୍ଟ ଅତ୍ୟଧିକ ପମ୍ପ ହୋଇଥାଏ ବା ହାର୍ଟ ଫେଲ ହୋଇଯାଏ, କିଛି ସେକେଣ୍ଡରେ ଯଦି ପରିସ୍ଥିତି ସାମାନ୍ୟ ନହୁଏ ତାହେଲେ ଲୋକର ମୃତ୍ୟୁ ହୋଇଯାଏ ।
ସାଇଲେଣ୍ଟ ହାର୍ଟ ଅଟାକ ବି ଦେଇଥାଏ ସଂକେତ, ଚିହ୍ନିବା ଅତି ଆବଶ୍ୟକ ଅଟେ : ହୃଦୟ ପର୍ଯ୍ୟନ୍ତ କାହିଁ ପହଞ୍ଚିପାରେ ନାହିଁ ଅକ୍ସିଜେନ:
ଯେତେବେଳେ ଶରୀରରେ କୋଲେଷ୍ଟ୍ରୋଲ ବଢି ଥାଏ, ବ୍ଲଡ ଗାଢ ହବାକୁ ଲାଗେ, ଏହା କାରଣରୁ ଧମନୀ ରେ ବ୍ଲଡ ସରକୁଲେସନ ସଠିକ ଭାବରେ ହୋଇ ପାରେ ନାହିଁ । ଧମନୀରେ ପ୍ଲାକ ଜମା ହୋଇଥିବାରୁ ଏହା ବ୍ଲକ ହୋଇଥାଏ, ଯେତେବେଳେ ଆପଣଙ୍କ ଛାତିରେ ଦରଜ ଅନୁଭବ ହୁଏ, ହଡବଡ ଲାଗେ ବା ହୃଦୟ ହଟାତ ଉତ୍ତେଜିତ ହୋଇ ଯାଏ ତାହେଲେ ବୁଝି ଯାଅନ୍ତୁ ଆପଣଙ୍କ ଶରୀର ରେ କିଛି ଗଡବଡ ହୋଇଛି ଓ ଏହା ଦ୍ଵାରା କିଛି ବଡ ଅନିଷ୍ଠ ହୋଇ ପାରେ ।
ହାଇବିପିରୁ ସାବଧାନ ରୁହନ୍ତୁ :
କୋଲେଷ୍ଟ୍ରୋଲ ଭଳି ହାଇବିପି ବି ହାର୍ଟ ପାଇଁ ଖତର୍ନାକ ଅଟେ, ସେଥିପାଇଁ ଚେଷ୍ଟା କରନ୍ତୁ ଏହି ରୋଗ ଆପଣଙ୍କୁ ନ ହେଉ କିନ୍ତୁ ଯଦି ଅଛି ତାହେଲେ ଏହାର ନିୟମିତ ଭାବରେ ଯାଞ୍ଚ କରନ୍ତୁ ଓ ନିୟମିତ ରୂପରେ ଔଷଧ ବି ସେବନ କରନ୍ତୁ ।
ଯଦି ଶରୀର କିଛି ସଂକେତ ଦେଉଛି ତାହେଲେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ :
ଓଟ୍ସ ଠାରୁ ଉତ୍ତମ କିଛି ବି ନୁହେଁ, ଯଦି ଆପଣ କୋଲେଷ୍ଟ୍ରୋଲ, ହାଇବିପି ବା ଡାଇବେଟିଜ ରୋଗୀ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଓଟ୍ସ ସବୁଠାରୁ ଉତ୍ତମ ଖାଦ୍ୟ ଅଟେ । ଏହି ଖାଦ୍ୟ ଆପଣଙ୍କ ଏହି ସବୁ ସାମସ୍ୟାକୁ ଦୂର କରିଥାଏ ଓ ଶରୀରକୁ ସାମାନ୍ୟ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ ।
ରସୁଣ ଖାଇବା ଆରମ୍ଭ କରନ୍ତୁ, କୁହାଯାଇଛି ଯେ ସକାଳେ ସକାଳେ ରସୁଣ ଖାଇଲେ କୋଲେଷ୍ଟ୍ରୋଲ ସାମାନ୍ୟ ରହିଥାଏ ଏବଂ ରସୁଣ ଖାଇଲେ ଧମନୀ ରେ ଜମା ହୋଇଥିବା ଫ୍ୟାଟ ବି କମିବାକୁ ଲାଗିଥାଏ ।
ଆସା କରୁଛୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ, ଆଗକୁ ଏହି ଭଳି ଅନେକ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।