୧୨ବର୍ଷ ଭିତରେ ଗୋଟେ ପରିବାର ରେ ୬ଟି ଅପ୍ରାକୃତିକ ମୃତ୍ୟୁ- ଏହା ପଛର ସତ୍ୟତା ଜାଣିଲେ ଉଡିଯିବ ହୋସ

କେରଳା ଲୋକଙ୍କ ପାଇଁ ଏହି ଘଟଣା କୌଣସି ଫିଲ୍ମ ଭଳି ଲାଗିଲା, ଏହି ଖବର କେରଳା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କେରଳା ର କୋଝିକୋଡ ଜିଲ୍ଲା ର ଗୋଟେ ପରିବାର ରେ ଛଟି ସଦସ୍ୟ ଗୋଟା ପରେ ଗୋଟା ମୃତ୍ୟୁ ବରଣ କରିଛନ୍ତି । ଏହା ସବୁ ଜମି ବାଡି ପାଇଁ କରା ଯାଇଥିଲା ବୋଲି କୁହା ଯାଉଛି । ଏହି ପରିବାର ର ପ୍ରଥମ ବ୍ୟକ୍ତି ଯାହାର ମୃତ୍ୟୁ ହୋଇଥିଲା ତାଙ୍କ ନା ଅନ୍ନମ୍ମା ଥିଲା ଯାହା ବୟସ ୫୭ଥିଲା ଓ ସେ ରିଟାୟର୍ଡ ସ୍କୁଲ ଟିଚର ଥିଲେ ।

ତାଙ୍କ ପରିବାର ଅନୁଯାଇ ଦିନେ ହଟାତ ଖାଇବା ପରେ ତାଙ୍କ ମୃତ୍ୟୁ ହୋଇ ଗଲା ୨୦୦୨ ରେ ।

 

ଏହା ପରେ ତାଙ୍କ ସ୍ବାମୀ ଟମ ଥୋମାସଙ୍କ ମୃତ୍ୟୁ ହୋଇଥିଲା ୨୦୦୮ରେ, ତାଙ୍କ ମୃତ୍ୟୁ ବି ହଟାତ ଖାଇବା ପରେ ହୋଇଥିଲା ଲୋକେ ତାଙ୍କୁ ହସ୍ପିଟଲ ନେଇ ଥିଲେ କିନ୍ତୁ ବାଟରେ ତାଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ତାଙ୍କ ନିଜ ପୁଅ ରୋୟ ଥମସଙ୍କ ବି ଏହି ଅବସ୍ତା ହେଲା ଖାଦ୍ୟ ଖାଇବା ପରେ ସେ ଶୌଚାଳୟ ଗଲେ ଓ ସେଇଠି ଗଳି ପଡିଲେ ତାଙ୍କୁ ବି ଲୋକେ ହସ୍ପିଟଲ ନବା ପାଇଁ ଚେଷ୍ଟା କଲେ କିନ୍ତୁ ତା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ରୋୟ ପୋଷ୍ଟମର୍ଟମ ରିପୋର୍ଟ ରେ ଜଣାପଡିଲା ଯେ ତାଙ୍କ ଶରୀର ରେ ପୋଟାସିୟମ ସାୟନାଇଡ ଥିଲା ଯାହା ସମସ୍ତଙ୍କୁ ଏହା ଭାବିବା ପାଇଁ ଜୋର ଦେଲା ଯେ ସେ ଆତ୍ମହତ୍ୟା କରିଥିଲେ, ଏହି ଘଟଣା ୨୦୧୧ରେ ହୋଇଥିଲା । ଏହା ପରେ ଅନ୍ନମ୍ମାଙ୍କ ଭାଇ ମାଥ୍ୟୁ ର ମୃତ୍ୟୁ ହୋଇଥିଲା ଯେତେବେଳେ ତାଙ୍କ ପତ୍ନୀ ଘରେ ନଥିଲେ ଏହି ଘଟଣା ଫେବୃୟାରୀ ୨୦୧୪ରେ ହୋଇଥିଲା, ସେ ରୋୟ ମୃତ୍ୟୁ ଉପରେ ସନ୍ଦେହ କରୁଥିଲେ ।

ଏହା ପରେ ତାଙ୍କ ଘରର ୧ବର୍ଷର ଛୁଆ ଅଲଫିନ ମାର୍ଚ ୨୦୧୪ରେ ଠିକ ସେହି ପରି ଖାଇକି ରୋଗରେ ପଡିଲା ଓ ହୋସ୍ପିଟାଲ ରେ ମୃତ୍ୟୁ ହୋଇଥିଲା । ତା ପରେ ଜାନୁୟାରୀ ୨୦୧୬ ରେ ସେହି ଅଲଫିନ ର ମା ସିଲି ର ମୃତ୍ୟୁ ହେଲା ଏବଂ ସମାନ ରୂପରେ ଯେମିତି ସମସ୍ତଙ୍କର ହୋଇଥିଲା ସେମିତି ହେଲା । ଗୋଟେ ବର୍ଷ ପରେ ଶଜୁ ଅଲଫିନ ବାପା ଜୋଲି ସହ ବିବାହ କଲେ ଯିଏ କି ରୋୟ ର ସ୍ତ୍ରୀ ଥିଲେ । ଏହି ମୃତ୍ୟୁ କାଣ୍ଡ ଘଟଣା ପରେ ଓ ଜୋଲିର ଶଜୁ ସହ ବିବାହ ପରେ ଅନ୍ନମ୍ମାର ଦ୍ଵିତୀୟ ପୁଅ ରୋଜି ଯିଏ କି USA ରେ ରହୁଥିଲେ ଜାଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ ଘର, ଧନ ସମ୍ପତି ସବୁ ଜୋଲି ନାରେ ହେଇଯାଇଛି ଏହାର ପରେ ସେ ପୋଲିସକୁ ବର୍ତମାନ ହୋଇଥିବା ମୃତ୍ୟୁ ବିଷୟରେ ତଦନ୍ତ କରିବା ପାଇଁ କହିଲେ ।

ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତି ବି ଏହା କହିଲେ ଯେ ସମସ୍ତଙ୍କ ମୃତ୍ୟୁ ସମୟ ରେ ଜୋଲି ପ୍ରସ୍ତୁତ ଥିଲେ ଓ ଫରେଂସିକ ଲ୍ୟାବ ଅନୁଯାଇ ସମସ୍ତଙ୍କ ମୃତ୍ୟୁ ଏକ ପ୍ରକାରର ହୋଇଥିଲା । ପୋଲିସ ତଦନ୍ତ ରେ ସେମାନେ ସାହାଯ୍ୟ କରିବାକୁ ପାଇଁ ମନା କଲେ ଓ ଏହା ପରେ ତାଙ୍କୁ ପୋଲିସ ଗିରଫ କରିଛନ୍ତି ।

Leave a Reply

Your email address will not be published. Required fields are marked *