ସିଂହ ରାଶିଙ୍କ ବ୍ୟକ୍ତିଙ୍କ ଲୁଚି ଥିବା କିଛି କଟୁ ସତ୍ୟ- Jyotisha Shastra

ଆଜି ଆମେ ଆପଣଙ୍କୁ ସିଂହ ରାଶିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଆପଣଙ୍କୁ କିଛି ବିଶେଷ ସୂଚନା ଦେବୁ । ସିଂହ ରାଶିର ସ୍ଵାମୀ ସୂର୍ଯ୍ୟଦେବ ହୋଇଥାନ୍ତି । ଯିଏକି ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସିଂହ ରାଶି ରାଜକୀୟ ରାଶି ରୂପରେ ବି ମାନ୍ୟତା ଅଛି ।

ଏମାନଙ୍କର ଚିନ୍ତା, ବେଶଭୁଷା, ଖାଦ୍ୟ, ଭ୍ରମଣ କରିବା ଓ ରହିବା ସ୍ଥାନ ସବୁ ରାଜକୀୟ ହୋଇଥାଏ । ସାହାସ ଓ ଏକାଗ୍ରତା ସିଂହ ରାଶିମାନଙ୍କ ପାଇଁ ଏକ ସାମାନ୍ୟ କଥା । ଏମାନଙ୍କୁ ଯାହା ଅବଶ୍ୟକତା ହୋଇଥାଏ ତାକୁ ଏମାନେ ନିଶ୍ଚିତ ରୂପରେ ପ୍ରାପ୍ତ କରନ୍ତି । ସିଂହ ରାଶିର ବ୍ୟକ୍ତି ଆଦେଶ ଦେବାକୁ ଇଚ୍ଛା ରଖନ୍ତି । କିନ୍ତୁ କାହାର ବି ଆଦେଶକୁ ସହି ପାରନ୍ତି ନାହିଁ । ଏମାନେ ବୁଦ୍ଧିମାନ, ପରାକ୍ରମୀ, ଉଦ୍ୟମୀ, କର୍ମଠ, ଅଭୟ ଆକର୍ଷକ ବ୍ୟକ୍ତିତ୍ବର ଧନୀ ହୋଇଥାନ୍ତି । ସିଂହ ରାଶି ଥିବା ବ୍ୟକ୍ତିଙ୍କ ସ୍ଵଭାବ ସ୍ଥିର ହୋଇଥାଏ ।

ଏମାନେ ନିଜ ମଧ୍ୟରେ ସନ୍ତୁଷ୍ଟ ଓ ପ୍ରସନ୍ନ ରହିଥାନ୍ତି । ଏମାନଙ୍କ ଜୀବନଶୈଳୀ କୌଣସି ରାଜା ଠାରୁ କମ ହୋଇ ନ ଥାଏ । ସିଂହ ରାଶିର ବ୍ୟକ୍ତିମାନେ ସର୍ବଦା ଆତ୍ମବିଶ୍ଵାସରେ ପରିପୂର୍ଣ ରହିଥାନ୍ତି । ଯେଉଁ କାର୍ଯ୍ୟ ବି କରନ୍ତି ତାକୁ ଶେଷ ପର୍ଯ୍ୟନ୍ତ କରନ୍ତି । ଏମାନଙ୍କର ବ୍ୟକ୍ତିତ୍ବରେ ଲୋକମାନେ ଆକର୍ଷିତ ହୋଇଯାନ୍ତି । ସିଂହ ରାଶି ବ୍ୟକ୍ତିଙ୍କ ମିତ୍ର ସଂଖ୍ୟା ବହୁତ ଥାଏ । ଏମାନେ ବହୁତ ଉଦାର ବିଶ୍ଵାସନୀୟ ହୋଇଥାନ୍ତି । ଏମାନେ ନିଜର ମିତ୍ରର ସାହାର୍ଯ୍ୟ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ।

ସିଂହ ରାଶି ନିଜର ବଚନକୁ ଭାଙ୍ଗିବାକୁ ପସନ୍ଦ କରନ୍ତି ନାହିଁ । ଦେଶ ବିଦେଶ ଭ୍ରମଣ କରିବାକୁ ଏମାନଙ୍କୁ ଭଲ ଲାଗେ । ସିଂହ ରାଶି ବ୍ୟକ୍ତି ନିଜ ସ୍ଵଭାବରେ ହିଁ ଅନ୍ୟ ବ୍ୟକ୍ତିଙ୍କ ନିକଟରେ ନିଜର ପ୍ରଭାବ ଦେଖାଇଥାନ୍ତି । ଅନ୍ୟମାନଙ୍କର ସଫଳତାରେ ଏମାନେ କେବେ ବି ଇର୍ଷା କରନ୍ତି ନାହିଁ । ଏମାନେ ଅତ୍ୟଧିକ ଜିଦି ପ୍ରକୃତିର ହୋଇଥାନ୍ତି । ଏମାନେ ଯାହା ବି କୁହନ୍ତି ସେଥିରେ ସ୍ଥିର ରୁହନ୍ତି । ସିଂହ ରାଶି ବ୍ୟକ୍ତି ଉଦାର ହୃଦୟ କାରଣରୁ ସମସ୍ତଙ୍କୁ ଖୁସିରେ ଦେଖିବାକୁ ଭଲ ପାଆନ୍ତି ।

ସିଂହ ରାଶି ବ୍ୟକ୍ତି ଶାରୀରିକ କାର୍ଯ୍ୟ ଅପେକ୍ଷା ମାନସିକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରନ୍ତି । ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟକୁ ଭୟ କରନ୍ତି ନାହିଁ । ଏମାନଙ୍କ ଅନୁସାନରେ ଚାଲିବାକୁ ପସନ୍ଦ କରନ୍ତି । କୌଣସି ବି ପ୍ରକାରର ଅବହେଳା ଏମାନଙ୍କୁ ପସନ୍ଦ ନୁହେଁ । କିନ୍ତୁ ଯେତେବେଳେ ଏମାନଙ୍କୁ କ୍ରୋଧ ଆସେ ତେବେ ଏମାନେ ତାକୁ ଅଟକାଇ ପାରନ୍ତି ନାହିଁ । ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା ଏମାନଙ୍କର ସ୍ଵଭାବ ହୋଇଥାଏ ।

ଏମାନେ ବହୁତ ଦୟାଳୁ ସ୍ଵଭାବର ବ ବ୍ୟକ୍ତି ହୋଇଥାନ୍ତି । କାହାର କୌଣସି ବି ପ୍ରକାରର କଷ୍ଟ ଦେଖିଲେ ଏମାନେ ସହି ପାରନ୍ତି ନାହିଁ ଓ ତାକୁ ସବୁବେଳେ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଏମାନଙ୍କୁ ତର୍କ କରିବାକୁ ଭଲ ଲାଗେ । ବାଦ ବିବାଦ କରିବାରେ ଓ ସେଥିରେ ସଫଳ ହେବା ଏମାନଙ୍କ ଗୋଟିଏ ଜିଦ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *