ସ୍ନାନ ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନଚେତ…

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସ୍ନାନ ର ବହୁତ ଅଧିକ ମହତ୍ଵ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମୟ ବଦଳି ଚାଲିଛି । ଲୋକ ମାନେ ନଦୀ ଅଥବା ପୋଖରୀରେ ବର୍ତ୍ତମାନ ସ୍ନାନ କରୁନାହାନ୍ତି । ମାତ୍ର ବନ୍ଧୁଗଣ ବିଭିନ୍ନ ପର୍ବ ପର୍ବାଣିରେ ସ୍ନାନ କୁ ନେଇ ବହୁତ ମହତ୍ଵ ରହିଅଛି । ହିନ୍ଦୁ ଧର୍ମ ର ଶାସ୍ତ୍ର ରେ ସ୍ନାନ କୁ ନେଇ ଅନେକ ପ୍ରକାର ର ନିୟମ ବର୍ଣ୍ଣନା କରାଯାଇଛି । ମନୁଷ୍ୟକୁ ସ୍ନାନ ନିମନ୍ତେ ୩ ପ୍ରକାରର ସମୟ ନିର୍ଧାରିତ କରାଯାଇଛି । ଏହା ସହିତ ଏହା ମଧ୍ୟ ଦର୍ଶାଇ ଦିଆଯାଇଛି ଯେ ସ୍ନାନ ସମୟରେ କେଉଁ କେଉଁ ଭୁଲ ଗୁଡିକ କରିବା କଥା ନୁହେଁ ।

ଯଦି ସେ ଏହିଭଳି କରେ ତେବେ ଗ୍ରହ ଦୋଷ ସାଙ୍ଗେ ବିଭିନ୍ନ ପାପ ର ଭାଗୀଦାରୀ ବନିଯାଏ । ଏହା ସହିତ ଆମେ ଆପଣଙ୍କୁ ସ୍ନାନ ର ମହତ୍ଵପୂର୍ଣ୍ଣ କଥା ସମ୍ବନ୍ଧରେ କହିବାକୁ ଯାଉଛୁ । ଆପଣଙ୍କୁ ସ୍ନାନ ସମୟରେ କଣ କଣ ନିୟମ ପାଳନ କରିବାକୁ ହେବ ତାହା ସମ୍ବନ୍ଧରେ ଜଣେଇବାକୁ ଯାଉଛୁ ।

୧;- ବନ୍ଧୁଗଣ ପ୍ରଥମେ ଆସନ୍ତୁ ମୁନି ସ୍ନାନ ବିଷୟରେ ଜାଣିବା ଯାହାକି ବ୍ରହ୍ମମୁହୂର୍ତ୍ତରେ ହୋଇଥାଏ । ଏହା ସକାଳ ୪ ରୁ ୫ ମଧ୍ୟରେ ହୋଇଥାଏ । ଶାସ୍ତ୍ର ରେ ଏହି ସ୍ନାନ କୁ ସର୍ବୋତ୍ତମ ସ୍ନାନ ର ସାଙ୍ଘ୍ଯା ଦିଆ ଯାଇଛି । ଯେଉଁ ପ୍ରାଣୀ ସକାଳୁ ସ୍ନାନ କରେ ତାହାକୁ ବଳ ବୁଦ୍ଧି ତଥା ଆରୋଗ୍ୟର ପ୍ରାପ୍ତି ହୋଇଥାଏ । ଏହା ସହିତ ସେହି ଘରେ ସୁଖଶାନ୍ତି ତଥା ଉନ୍ନତି ହୋଇଥାଏ ।

୨;- ଏହାପରେ ଆସନ୍ତୁ ଜାଣିବା ଦେବ ସ୍ନାନ ସମ୍ବନ୍ଧରେ, ଏହା ସକାଳ ୫ ରୁ ୬ ମଧ୍ୟରେ କରାଯାଇଥାଏ । ଶାସ୍ତ୍ରରେ ଦେବ ସ୍ନାନ କୁ ଉତ୍ତମ ସ୍ନାନ ର ସାଙ୍ଘ୍ଯା ଦିଆଯାଇଛି । ଯେଉଁ ବ୍ୟକ୍ତି ଦେବ ସ୍ନାନ କରିଥାଏ । ତାକୁ ଯଶ, କୀର୍ତି, ଧନ, ସନ୍ତୋଷ, ବୈଭବ, ଆଦି ପ୍ରାପ୍ତ ହୋଇଥାଏ ।

୩;- ଏହାପରେ ବର୍ତ୍ତମାନ ଆସନ୍ତୁ ମାନବ ସ୍ନାନ ସମ୍ବନ୍ଧରେ ଜାଣିବା, ଏହା ସକାଳ ୬ ରୁ ୮ ମଧ୍ୟରେ ହୋଇଥାଏ । ଶାସ୍ତ୍ର ଏହି ସ୍ନାନ କୁ ସାମାନ୍ଯ ସ୍ନାନ କୁହାଯାଏ । ଯେଉଁ ମନୁଷ୍ୟ ମାନବ ସ୍ନାନ କରିଥାଏ, ତାହାକୁ କାର୍ଯ୍ୟ ରେ ସଫଳତା, ଉତ୍ତମ ଭାଗ୍ୟ, ତଥା ପରିବାରରେ ଏକତା ର ସହିତ କାମ କରିଥାନ୍ତି । ବନ୍ଧୁଗଣ ଆମ ସନାତନ ଧର୍ମରେ ସ୍ନାନ କୁ ବହୁତ ମହତ୍ଵ ଦିଆଯାଇଛି କାରଣ ସକାଳ ୮ ଟା ପରେ କରାଯାଇଥିବା ସ୍ନାନ କୁ ରାକ୍ଷସୀ ସ୍ନାନ କୁହାଯାଏ । ଯେଉଁ ମନୁଷ୍ୟ ରାକ୍ଷସୀ ସ୍ନାନ କରିଥାଏ ତାହା ଜୀବନରେ ଦରିଦ୍ରତା ଲାଗିରହିଥାଏ । ଏବଂ ସେ ସର୍ବଦା ହାନି ଦୁଖ ଦୁର୍ଦଶା ରେ ରହିଥାଏ ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସ୍ନାନ ସମୟରେ କେଉଁ କେଉଁ ଭୁଲମାନ କରିବା କଥା ନୁହେଁ । ବନ୍ଧୁଗଣ ପଦ୍ମ ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ଗୋପୀ ମାନେ ସ୍ନାନ ନିମନ୍ତେ ନଦୀକୁ ଯାଇ ଭଗବାନ କୃଷ୍ଣ ଙ୍କର ଲୀଳାର କୁ ସ୍ମରଣ କରନ୍ତି । ମାତ୍ର ସେମାନେ ନିବସ୍ତ୍ର ହୋଇ ସ୍ନାନ କରୁଥିଲେ । ଭଗବାନ ଦିନେ ତାଙ୍କ ପାଖରେ ପ୍ରକଟ ହୋଇ ସେମାନଙ୍କ ବସ୍ତ୍ର ହଋ ନେଲେ, ଗୋପୀମାନେ ତାଙ୍କୁ ବସ୍ତ୍ର ମାଗିବାରୁ ଭଗବାନ କହିଲେ ଯେ, ଜଳରୁ ବାହିରି ଆସି ନେଇଯାଅ । ଗୋପୀମାନେ ମନାକଲେ କିନ୍ତୁ କାହ୍ନା ଆଦୌ ବସ୍ତ୍ର ଦେଲେ ନାହିଁ ।

ଏବଂ ପରେ ଜଳରେ ଅଧିକ ସମୟ ଧରି ରହିବାରୁ ତାଙ୍କୁ ଥଣ୍ଡା ଲାଗିଲା ଏହାପରେ ସବୁ ନିବସ୍ତ୍ର ଅବସ୍ଥାରେ ଯାଇ ବସ୍ତ୍ର ଆଣି ପିନ୍ଧିଲେ । ଭଗବାନ ଗୋପି ମାନଙ୍କୁ କହିଲେ ଯେ, ତୁମେ ନିବସ୍ତ୍ର ଅବସ୍ଥାରେ ସ୍ନାନ କରୁଅଛ ଏହା କରିବା ଦ୍ଵାରା ବରୁଣ ଦେବ ଙ୍କର ଅପମାନ ହେଉଛି । ଏହାପରେ ଗୋପୀମାନେ ବରୁଣ ଦେବତାଙ୍କୁ କ୍ଷମା ମାଗିଲେ । ଏଣୁ ନିବସ୍ତ୍ର ଅବସ୍ଥାରେ ସ୍ନାନ କରିବା ଆଦୌ ଉଚିତ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *