ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି କୁମ୍ଭୀରର ଫଟୋ, ଏହାର ପଛରେ ଥିବା କାରଣ ଆପଣଙ୍କ ହୃଦୟକୁ ଛୁଇଁଯିବ

ସୋସିଆଲ ମିଡିଆରେ ଏହି ଦିନ ଏକ ଘଡିଆଳର ଫଟୋ ଭାଇରାଲ ହେଉଛି, ଯାହା ଚର୍ଚାର ବିଷୟ ହୋଇଛି । ଏହି ଘଡିଆଳର ଚର୍ଚାକୁ ଆସିବାର କାରଣ ଆପଣ ଜାଣିବେ, ତାହା ଆପଣଙ୍କ ମନକୁ ଛୁଇଁ ଯିବ । ଏହି ଫଟୋରେ ଏକ ଘଡିଆଳ ନିଜ ପିଲାଙ୍କ ସହିତ ଦେଖିବାକୁ ମିଳୁଛି, ଯିଏ ନିଜ ପିଲାଙ୍କୁ ପାଣି ଭିତରୁ କୂଳକୁ ଆଣି ଆସୁଥିବାର ଦେଖା ଯାଉଛି । ଲୋକମାନଙ୍କୁ ଘଡିଆଳ ଠାରୁ ମିଳିଥିବା କର୍ତବ୍ୟର ପାଠ ବହୁତ ପସନ୍ଦ ଆସୁଛି ।

ଆଇଏଫଏସ ଅଧିକାରୀ ପ୍ରବୀଣ କାସବାନ ଏହି ଫଟୋକୁ ୬ ଫେବୃୟାରୀ ରେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଥିଲେ ,ଯାହାକୁ ବହୁତ ଲୋକ ପସନ୍ଦ କରୁଛନ୍ତି ।

ଏହି ଫଟୋକୁ ଏପର୍ଜ୍ଯନ୍ତ ୫୨୦୦ରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ ୧୧୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ଶେୟାର କରିଛନ୍ତି । ଆଇଏଫଏସ ଅଧିକାରୀ କାସବାନ ଏହି ଫଟୋକୁ ଶେୟାର କରିବା ସମୟରେ ଲେଖିଛନ୍ତି କି ସବୁଠାରୁ ସତର୍କ ପିତା ସହରରେ ଅଛନ୍ତି । ସେ କହିଛନ୍ତି କି ଏକ ଘଡିଆଳ ନିଜ ପିଲାଙ୍କ ସହିତ ଧବଳ ନଦୀକୁ ପାର କରିବାର ଫଟୋ ଘୁତିମାନ ମୁଖାର୍ଜୀ ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି ।

ସେ ଆଗକୁ ଲେଖିଛନ୍ତି କି ସରକ୍ଷଣ ପ୍ରୟାସ କାରଣରୁ ଏହି ଜୀବଙ୍କୁ ନିଜ ବଂଶ ବିସ୍ତାର କରିବା ପାଇଁ ସାହାଯ୍ୟ ମିଳୁଛି । ସେ କହିଛନ୍ତି କି ଯେତବେଳେ ଆମେ ନଦୀ ସଂରକ୍ଷଣ ବିଷୟରେ କଥା ହେଉଛୁ ତାହେଲେ ଆମେ ତାଙ୍କ ଭବିଷ୍ୟତ ବିଷୟରେ କଥା ହେଇଥାଉ । ଏହି ଘଡିଆଳ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ନିଜ ଉପରେ ବସାଇଛି । ସେ ସୁରକ୍ଷା ପାଇଁ ତାଙ୍କୁ ନଦୀ କୂଳକୁ ନେଇ ଯାଉଛି । ଏହି ଫଟୋରେ ଜଣେ ଦାୟିତ୍ଵବାନ ପିତାର ଫଟୋ ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି ।

ଅଧିକ ଲୋକ ନିଜ ପିଲାଙ୍କ ପ୍ରତି ଘଡିଆଳ ଦାୟିତ୍ଵ ବୋଧକୁ ବହୁତ ପ୍ରସନ୍ନସା କରିଛନ୍ତି । କିଛି ଲୋକ କହିଛନ୍ତି କି ମଣିଷକୁ ଏହି ପ୍ରାଣୀମାନଙ୍କ ଠାରୁ ଶିଖିବା ଦରକାର ଅଛି । ଜଣେ ଲୋକ ଲେଖିଛନ୍ତି କି ସେ ସର୍ତ ଲଗାଇ କହିବେ କି ଏହି ଘଡିଆଳ ମାଆ ଅଟେ ,କାରଣ ସରୀସୃପ ପ୍ରଜାତିରେ ପିତା ଏତେ ଦାୟିତ୍ଵବାନ ହୋଇ ନଥାନ୍ତି ।

Leave a Reply

Your email address will not be published. Required fields are marked *