ଶ୍ରାବଣ ରେ ଏହି 5ଟି ପକ୍ଷୀ ଯଦି ଆପଣଙ୍କ ଗୃହକୁ ଆସି ଯାଉଛନ୍ତି ତେବେ ବହୁତ ଶୁଭ ହୋଇଥାଏ

ବନ୍ଧୁଗଣ ଭଗବାନ ଶିବ ଙ୍କୁ ପଶୁପତିନାଥ କୁହାଯାଇଥାଏ । ମହାଦେବ ସବୁ ପ୍ରାଣୀଙ୍କ ପୀଡା କୁ ଦୂର କରିଥାନ୍ତି । ଦୁନିଆରେ ଯେତେ ବି ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କୁ ମହାଦେବ ପ୍ରିୟ ହୋଇଥାନ୍ତି । ସେଥିପାଇଁ ମହାଦେବଙ୍କୁ ପଶୁ ମାନଙ୍କର ରାଜା କୁହାଯିଥାଏ । ତେବେ ବର୍ତ୍ତମାନ ଚାଲୁଅଛି ଶ୍ରାବଣ ମାସ । ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ଶ୍ରାବଣ ମାସ ଓ ଅଗଷ୍ଟ 31ରେ ଶେଷ ହେବ । ଆଜି ଆମେ ଜାଣିବା ଶ୍ରାବଣ ମାସରେ କେଉଁ ପଶୁପକ୍ଷୀ ଘରକୁ ଆସିଲେ ବ୍ୟକ୍ତି ଧନବାନ ହୋଇଥାଏ ।

1- ନୀଳକଣ୍ଠ : ଶାସ୍ତ୍ର ଅନୁଯାୟୀ ନୀଳକଣ୍ଠ ମହାଦେବଙ୍କର ପ୍ରତୀକ ଅଟେ । ବହୁତ କମ ଲୋକଙ୍କ ଛାତରେ ନୀଳକଣ୍ଠ ପକ୍ଷୀ ଆସି ବସିଥାଏ । ଓ ଦାନା ପାଣି ପିଇଥାଏ । ଏହି ପାଖିକୁ ଦେଖିଲେ ସବୁ କଷ୍ଟ ଦୂର ହୋଇଥାଏ । ଏହି ପକ୍ଷୀ ଘରକୁ ଆସିଲେ ଦାନା ଖାଇବାକୁ ଦିଅନ୍ତୁ ଓ ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ ।

2- କାଉ : ଯଦି ଆପଣଙ୍କ ଛାତ ଉପରେ କାଶୁ ଆସି ଖାଦ୍ଯ ଖାଇଥାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ସହ କେବେ ବି ଖରାପ ହେବ ନାହିଁ । ଆପଣଙ୍କ ଘରେ କେବେ ବି କାହାର ଅକାଳ ମୃତ୍ୟୁ ହେବ ନାହିଁ । ଯେଉଁ ବ୍ୟକ୍ତି କାଉ ର ସେବା କରିଥାଏ ତାର ଗୁଣ କାଉ ଅନନ୍ତ କାଳ ଯାଏଁ ଗାଇଥାଏ । କାଉ ଯେବେ ଛାତକୁ ଆସେ ତେବେ ତାକୁ ଦାନା ପାଣି ଦିଅନ୍ତୁ । କାଉ କୁ ପିତୃପୁରୁଷ ଙ୍କ ପ୍ରତୀକ ମଧ୍ୟ ମାନା ଯାଇଥାଏ ।

3- ଘରଚଟିଆ ପକ୍ଷୀ : ଘରକୁ ଘରଚଟିଆ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଲେ ଆପଣଙ୍କ ଗୃହକୁ ମା ଲକ୍ଷ୍ମୀ ଙ୍କ ବାସ ହେବାର ସୂଚନା ହୋଇଥାଏ । ଏହି ପକ୍ଷୀ ଘରେ ବସା ବାନ୍ଧିଲେ କେବେ ବି କୌଣସି ସଙ୍କଟ ଆସିବ ନାହିଁ । ଭାଗ୍ୟବାନ ବ୍ୟକ୍ତିଙ୍କ ଘରକୁ ଏହି ପକ୍ଷୀ ଆସିଥାନ୍ତି । ଏହି ବ୍ଯକ୍ତିର ଭାଗ୍ୟ ସର୍ବଦା ଉଚ୍ଚ ରେ ରହିଥାଏ ।

4- ପାରା : ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଘରକୁ ପାରା ଆସିଥାଏ ସେହି ବ୍ୟକ୍ତିର ଭାଗ୍ୟ ଉଦୟ ହେବା ସହ ଜୀବନରେ କିଛି ପରିବର୍ତ୍ତନ ହେବାର ସଂକେତ ହୋଇଥାଏ । ପାରା ବସା ବାନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ପାରା ଯାହା ଘରକୁ ଯାଇଥାଏ ଭଲ ଭାବେ ଆସିଥାଏ ।

5- ପେଚା : ଘରକୁ ସକାଳୁ ପେଚା ଆସିଲେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ଙ୍କ ଆଗମନ ହେବାକୁ ଯାଉଛି । ତେଣୁ ଭୁଲରେ ବି ପେଚା କୁ ଘଉଡାଇ ଦିଅନ୍ତୁ ନାହିଁ । ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା । ଯଦି ରାତି ସମୟରେ ପେଚା ଘରକୁ ଆସିଥାଏ ତେବେ ଅଶୁଭ ନକେତ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ପଇସା ଖର୍ଚ୍ଚ ହେବ ଓ କରଜ ଭାର ବଢିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *