ବ୍ରାହ୍ମଣ କାହିଁକି ଭିକ୍ଷା ମାଗନ୍ତି ? ଏହା ପଛରେ କଣ ରହିଛି କାରଣ ଏବଂ ଏହାର ପୌରଣିକ କଥା ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ରାହ୍ମଣମାନେ କାହିଁକି ଭିକ୍ଷା  ମାଗନ୍ତି । ଆପଣମାନେ ସାଧାରଣତଃ ଦେଖିଥିବେ ବ୍ରାହ୍ମଣମାନେ ଘରେ ଘରେ ଯାଇ ଭିକ୍ଷା ମାଗିଥାନ୍ତି । ତେବେ ଆମ ପୌରଣିକ ଶାସ୍ତ୍ର ଅନୁସାରେ ଏହା ପଛରେ ବିଶେଷ କାରଣ ଯାହା ସମ୍ପର୍କରେ ଆଜି ଆମେ ଆପଣମାନଙ୍କୁ କହିବାକୁ ଚାହୁଛୁ । ଆମେ ସମସ୍ତେ ଜାଣିଛୁ ଭଗବାନ ଶଙ୍କରଙ୍କ ବାହନମାନଙ୍କ ମଧ୍ୟରୁ ନନ୍ଦି ହେଉଛନ୍ତୁ ସର୍ବଶ୍ରେଷ୍ଟ ।

ନନ୍ଦିକୁ ବଳଦମାନଙ୍କ ମଧ୍ୟରେ ଉତ୍ତମ ବୋଲି ମନେ କରାଯାଇଥାଏ । ବଳଦମାନଙ୍କ ସ୍ଵଭାବ ଶାନ୍ତଶିଷ୍ଟ ଓ ମୋହମାୟା ଠାରୁ ଦୂରେଇ ହୋଇ ରହିଥାନ୍ତି । ଏହା ବ୍ୟତୀତ ବଳଦମାନେ ଶକ୍ତିର ପ୍ରତୀକ ଅଟନ୍ତି ଏମାନଙ୍କୁ ଯଦି କ୍ରୋଧ ଆସିଥାଏ ତେବେ ସେମାନଙ୍କ ଆଗକୁ ବାଘ ଆସିଗଲେ ମଧ୍ୟ ହାର ମାନିବାକୁ ପଡିଥାଏ । ଆଜି ଆମେ ଜାଣିବା ଏହି ଭଗବାନଙ୍କ ନନ୍ଦିଙ୍କ ବିଷୟରେ ଯିଏ କି କ୍ରୋଧରେ ସମଗ୍ର ବ୍ରାହ୍ମଣ ବଂଶକୁ ଅଭିଶାପ ଦେଇଥିଲେ ଯାହାକୁ ଏବେ ବି ବ୍ରାହ୍ମଣମାନେ ଭୋଗୁଛନ୍ତି ।

କଣ ପାଇଁ ନନ୍ଦି କ୍ରୋଧରେ ଜର୍ଜରିତ ହୋଇ ବ୍ରାହ୍ମଣ ବଂଶକୁ ଘୋର ଅଭିଶାପ ହେଇଥିଲା । ଶିବପୁରାଣ ଅନୁସାରେ ଶ୍ରୀରାନ୍ତ ରୁଷି ଭଗବାନ ଭୋଳାନାଥକୁ କଠୋର ତପସ୍ୟା କରିବା ପରେ ନନ୍ଦିକୁ ପୁତ୍ର ରୂପେ ପାଇଥିଲେ । ନନ୍ଦି ଖୁବ ଅଳ୍ପ ବୟସରେ ଧର୍ମ ଜ୍ଞାନ ଓ ବୃଦ୍ଧିକୁ ପ୍ରାପ୍ତ କରିଥିଲେ ।ଅଳ୍ପ ଆୟୁରେ ହିଁ ନନ୍ଦି ଶିବଙ୍କ ତପସ୍ୟାରେ ନିଜକୁ ଲୀନ କରିଥିଲେ ଏହି ବୟସରେ ଭଗବାନଙ୍କ ପ୍ରତି ନିଷ୍ଟାପର ଭାବନା ଦେଖି ଭଗବାନ ଭୋଳାନାଥ ପ୍ରସନ୍ନ ହୋଇଥିଲେ ଏବଂ ସ୍ଵୟଂ ନନ୍ଦିଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ବରଦାନ ମାଗିବାକୁ କହିଲେ ।

ଏହା ଶୁଣି ନନ୍ଦି କହିଲେ ହେ ମହାପ୍ରଭୁ ମୁଁ ଆପଣଙ୍କର ପ୍ରିୟା  ଭକ୍ତ ଅଟେ ତେଣୁ ମୁଁ ସର୍ବଦା ଆପଣଙ୍କ  ଛତ୍ରଛାୟାରେ ରହିବାକୁ ଇଛା କରେ । ଏହି କଥା ପ୍ରସନ୍ନ ହୋଇ ଭଗବାନ ଭୋଳାନାଥ ନନ୍ଦୀ ଆଲିଙ୍ଗନ କରି ବଳଦର ତ୍ଵଚା ପ୍ରଦାନ କରି ତାଙ୍କୁ ନିଜର ବାହନ କରିଥିଲେ । ସେହିଦିନ ଠାରୁ ନନ୍ଦୀକୁ ଭୋଳାନାଥଙ୍କ ପ୍ରିୟା ବାହନ ଓ ବନ୍ଧୁ ରୂପେ ମାନା ଯାଇଥାଏ ।

ବନ୍ଧୁଗଣ ବ୍ରହ୍ମା ପୁରାଣ ଦ୍ଵାରା ଏକଦା ବ୍ରାହ୍ମଣମାନଙ୍କ ଦ୍ଵାରା ଏକ ଯଜ୍ଞର ଆୟୋଜନ କରାଯାଇଥିଲେ ଏବଂ ଏହି ଯଜ୍ଞରେ ଭଗବାନ ବ୍ରହ୍ମା ଓ ଭଗବାନ ଭୋଳାନାଥକୁ ନିମନ୍ତ୍ରଣ କରାଯାଇଥିଲେ । ଏହି ଯଜ୍ଞକୁ ଭଗବାନ ଶିବଙ୍କର ଶଶୁର ବ୍ରାହ୍ମଣ ପ୍ରଜାପତି ଦଖସ୍ୟା ଆସିଥିଲେ ତାଙ୍କ ଆଗମନରେ ସେଠାରେ ଉପସ୍ଥିତ ସମସ୍ତ ଦେବାଦେବୀମାନେ ଛିଡା ହୋଇଥିଲେ କିନ୍ତୁ ଭଗବାନ ବ୍ରହ୍ମା ଓ ଭଗବାନ ଶିବ ଛିଡା ନ ହେବା କାରଣରୁ ପ୍ରକାପତି କ୍ରୋଧିତ ହୋଇ ଭାଗବାନ ଶିବଙ୍କୁ ପଚାରିଲେ ଓ ଅନେକ ଗୁଡାଏ କଥା କହିଲେ ଯାହାକୁ ଭଗବାନ ଶିବ ନୀରବତା ସହ ଶୁଣୁଥିଲେ ।

ମାତ୍ର ନନ୍ଦୀ ଏହାକୁ ଅସହ କରି ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣମାନଙ୍କୁ ଅଭିଶାପ ଦେଇଥିଲେ କି ସମସ୍ତେ ବ୍ରାହ୍ମଣ ବୁଦ୍ଧିହୀନ ହୋଇଯିବେ ଓ ନିଜର କ୍ଷୁଦା କୁ ମିଣ୍ଟାଇବା ପାଇଁ ଘର ଘର ବୁଲି ଭିକ୍ଷା ମାଗିବେ । ତେଣୁ ବ୍ରାହ୍ମଣ ମାନେ ଭିକ୍ଷା ମାଗିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *