ଶ୍ରାବଣ ମାସରେ ଏହି 5ଟି ଭୁଲ କେବେବି କରନ୍ତୁ ନାହିଁ, ଲାଗିଥାଏ ଘୋର ପାପ…. ଭୋଲେନାଥ ହୁଅନ୍ତି କ୍ରୋଧିତ

ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ । ଵିଶେଷ କରି ଏହି ମାସରେ ଯଦି ମହାଦେବଙ୍କ ପୂଜା ଅର୍ଚ୍ଚନା କରିବେ ତେବେ ଶିବଙ୍କ କୃପା ଜଲ୍ଦି ମିଳିଥାଏ । ଆପଣଙ୍କ ମନର କାମନା ପୂରଣ ହୋଇଥାଏ । ଯଦି ଏହି ମାସରେ ସମ୍ପୂର୍ଣ୍ଣ ଶିଵ ପରିବାରର ଅଭିଷେକ କରିବେ ତେବେ ସମସ୍ତଙ୍କ ଆର୍ଶୀବାଦ ଆପଣଂକୁ ପ୍ରାପ୍ତ ହେବ ।

ଏହି ମାସ ରେ ମହାଦେବ ବହୁତ ପ୍ରସନ୍ନ ରୁହନ୍ତି । ଏହି ମାସରେ ବିଭିନ୍ନ ଲୋକ ବ୍ରତ ରଖନ୍ତି । ଅନେକ ଲୋକ ଶିଘ୍ର ବିବାହ ପାଇଁ ମହାଦେବଙ୍କ ବ୍ରତ ରଖନ୍ତି । ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ସର୍ବଦା ଅଶାନ୍ତି , କଳହ , କ୍ଳେଶ ଆଦି ଲାଗିରହୁଛି ତେବେ ଆପଣ ଶିଵ ପାର୍ବତୀଙ୍କ ଅଭିଷେକ ପୂଜା କରିଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ପୁଣି ଫେରି ଆସିବ । ପରିବାରରେ ସମ୍ପର୍କରେ ଦୃଢ଼ତା ଆସିଥାଏ ।

ଯଦି ଆପଣଙ୍କ ଘରେ ନକାରତ୍ମକ ଉର୍ଯା ଥାଏ ତେବେ ଭଗବାନ ଶିଵଙ୍କ ଆରଧନା ରେ ତାହା ଦୂରେଇ ଯାଏ । ତେବେ ଶ୍ରାବଣ ମାସର କିଛି ନିୟମାବଳୀ ରହିଛି । ଯେଉଁ ଲୋକମାନେ ବ୍ରତ କରନ୍ତି ଓ ଯେଉଁମାନେ ନ କରନ୍ତି ସେମାନେ ମଧ୍ୟ ଶ୍ରାବଣ ମାସର ନିୟମ ଗୁଡିକୁ ମାନିବା ଦରକାର । ଯଦି କୌଣସି ମହିଳା ବ୍ରତ ରଖନ୍ତି ସେମାନଙ୍କର ଯଦି ଋତୁସ୍ରାବ ହୁଏ ତଥାପି ସେମାନେ ଏହି ସବୁ ନିୟମ ମାନିବେ କିନ୍ତୁ ଶିବଙ୍କ ପୂଜା କରିବେ ନାହିଁ ।

ତେବେ ପ୍ରଥମ ନିୟମ ହେଉଛି ଆପଣ ତାମସିକ ଭୋଜନ ର ତ୍ୟାଗ କରିବେ । ଯେପରି ପିଆଜ, ରସୁଣ, ମାଂସ , ମଦ , ବାସୀ ଖାଦ୍ୟ , ଜଳିଯାଇଥିବା ଖାଦ୍ୟ ଆଦି ତାମସିକ ଖାଦ୍ୟ ରେ ଆସିଥାଏ ତେଣୁ ଏହି ସବୁ ଖାଦ୍ୟର ତ୍ୟାଗ ଆପଣ କରିବା ଉଚିତ । ଆପଣ ସାତ୍ଵିକ ଖାଦ୍ୟ ଖାଇପାରିବେ ମାନେ ସଙ୍ଗେ ସଙ୍ଗେ ବନାଯାଇଥିବା ଖାଦ୍ୟ ଖାଇବେ ଓ ଏହା ବିନା ପିଆଜ ରସୁଣର ହୋଇଥିବା ଦରକାର ।

ଦ୍ଵତୀୟ ନିୟମ ଏହି ମାସରେ ଆପଣ କ୍ରୋଧ ଓ କଳହ ଠାରୁ ଦୂରରେ ରହିବେ । କ୍ରୋଧ ସମ୍ପୂର୍ଣ୍ଣ ମାସରେ ଆପଣ ତ୍ୟାଗ କରିବେ ଏହି ମାସରେ ଆପଣ କେବେବି କାହାର ନିନ୍ଦା କରିବେ ନାହିଁ କାହା ନାମରେ ଅପଶବ୍ଦ ବ୍ୟବହାର କରିବେ ନାହିଁ । ତୃତୀୟ ନିୟମ ଏହି ମାସ ରେ ଆପଣ କଳା ଓ ନୀଳ ରଙ୍ଗର ତ୍ୟାଗ କରନ୍ତୁ । ଏହି ମାସରେ ପୁରୁଷମାନେ ଧଳା ରଙ୍ଗର ଵସ୍ତ୍ର ପରିଧାନ କରନ୍ତୁ ଓ ମହିଳା ମାନେ ନାନା ରଙ୍ଗର ପୋଷାକ ପିନ୍ଧିପାରିବେ ।

ଚତୁର୍ଥ ନିୟମ ଏହି ମାସରେ ଆପଣ କ୍ଷୀର ସେବନ କରିପାରିବେ ନାହିଁ । ଏହି ମାସରେ ଚତୁର୍ଦିଗ ସବୁଜିମା ଥାଏ ତେଣୁ ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧିଲେ ଏହାର ଶୁଭ ଫଳ ମିଳିଥାଏ । ଭଗବାନ ଶିବଙ୍କୁ ଆପଣ ପଞ୍ଚାମୃତରେ ଅଭିଷେକ କରିପାରିବେ ଯଦି ଆପଣ ଅସମର୍ଥ ତେବେ ଏକ ନୋଟା ଜଳ ରେ ଅଭିଷେକ କରିପାରିବେ । ଭଗବାନ ଶିବଙ୍କୁ ଆପଣ ଧଳା ମିଠା , ଧଳା ପୁଷ୍ପ , ବେଲ ପତ୍ର, ଭାଙ୍ଗ, ଆଦି ଦେଇ ପୂଜା କରିପାରିବେ ।

କିନ୍ତୁ ଆପଣ ହଳଦୀ ଶିବଙ୍କୁ ଚଢାଇବେ ନାହିଁ ଓ ସମ୍ପୁର୍ଣ୍ଣ ଶିଵ ପରିବାରଙ୍କୁ ହଳଦୀ ଚଢାଇବେ ନାହିଁ । କୁଂକୁମ ମଧ୍ୟ ମହାଦେବଙ୍କୁ ଅର୍ପଣ କରିବେ ନାହିଁ । କେତକୀ ଫୁଲ ମଧ୍ୟ ମହାଦେବଙ୍କୁ ଦେବେ ନାହିଁ । ତୁଳସୀ ପତ୍ର ଭୁଲ ରେ ବି ମହାଦେବଙ୍କୁ ଅର୍ପଣ କରିବେ ନାହିଁ । ଏହି ସବୁ ନିୟମାବଳୀ କୁ ମାନି ଆପଣ ଶ୍ରାବଣ ମାସର ବ୍ରତ କରିବା ଦ୍ୱାରା ଆପଣଙ୍କୁ ଶିଵ କୃପା ଲାଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *