ସ୍ତ୍ରୀମାନେ କାହିଁକି ସ୍ବାମୀଙ୍କଠାରୁ ସାନ ହେବ ଦରକାର ?

ଆଜିକା ସମୟରେ ବହୁତ ଏମିତି ପୁରୁଣା ମାନ୍ୟତା ଥିଲା ଯାହା ବଦଳିଯାଇଛି ଓ ଭଗବାନ ବିଷ୍ଣୁ ମଧ୍ୟ ଗରୁଡ ପୁରାଣରେ କହିଛନ୍ତି ମଣିଷକୁ ସମୟ ସହ ଚାଲିବା ଉଚିତ ଆଗୁଆ ବା ପ୍ପାଛୁଆ ଚାଲିଲେ ମଣିଷକୁ କଷ୍ଟ ର ସାମ୍ନା କରିବାକୁ ପଡିଥାଏ ।

ତେବେ କିଛି ମାନ୍ୟତା ବଦଳି ଯାଇଛି କିନ୍ତୁ କିଛି ମାନ୍ୟତା ଏବେ ବି ଲୋକଙ୍କ ମଧ୍ୟରେ ଅଛି ଯାହା ଗୋଟେ ପ୍ରକାର ଭଲ ମଧ୍ୟ । ତେବେ ଯେବେ ବି ପୁଅ ପାଇଁ ଝିଅ ଖୋଜା ଯାଏ ସବୁବେଳେ ପୁଅ ଠାରୁ ୫ରୁ ୬ ବର୍ଷ ସାନ ଝିଅ ଖୋଜା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହାର କାରଣ କହିବୁ ଯେ ଏମିତି କଣ ପାଇଁ କରା ଯାଏ ।

Image Courtesy: Google

ତେବେ ଆଗ କାଳ ଲୋକଙ୍କ କହିବା ଅନୁଯାଇ ପୁଅ ଝିଅ ଠାରୁ ୫ରୁ ୬ ବର୍ଷ ବଡ ହେଲେ ସମ୍ପର୍କ ବହୁତ ଭଲରେ ଚାଲିଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଅଧ୍ୟୟନରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ପୁଅ ବଡ ଓ ଝିଅ ସାନ ହେଲେ ତାଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ କୌଣସି ସମସ୍ଯା ଆସିଲେ ଦୁହେଁ ଏକାଠି ଏହାକୁ ସମାଧାନ କରିଥାନ୍ତି ।

Image Courtesy: Google

ତେବେ ସମାନ ବୟସର ହୋଇଲେ କୌଣସି କଥା ବଢି ବଢି ବହୁତ ଆଗକୁ ବଢି ଯାଇଥାଏ ଓ ଦୁହିଙ୍କ ମଧ୍ୟରୁ କେହି ଏହାକୁ ସମାପ୍ତ କରିବା ରାଜି ହୁଅନ୍ତି ନାହିଁ । ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ମହିଳାଙ୍କ ଭିତରେ ହର୍ମୋନ ବଢିବା ଦ୍ଵାରା ସେ ବହୁତ ଶୀଘ୍ର ମେଚୋର ହୋଇଥାନ୍ତି ଓ ପୁରୁଷଙ୍କ ଭିତରେ ଏହା ଟିକେ ଲେଟରେ ହୋଇଥାଏ ତେବେ ଯଦି ଦୁହିଙ୍କ ସମାନ ବୟସ ରହିବ ତେବେ ଝିଅ ପୁଅ ଠାରୁ ଅଧିକ ଭଲ ବୋଲି ନିଜକୁ ମନେ କରିବ ଯାହା ପରେ ଅହଂକାର ଭାବନା ଓ ବହୁତ କିଛି ତାଙ୍କ ସମ୍ପର୍କ ନଷ୍ଟ କରି ପାରେ ।

Image Courtesy: Google

ଏହା ଛଡା ଶାରୀରିକ ରୂପରେ ମଧ୍ୟ ଝିଅ ମାନେ ବହୁତ ଶୀଘ୍ର ବଡ ଦେଖା ଦିଅନ୍ତି ଯାହା ଫଳ ସ୍ୱରୂପ ଯଦି ସମାନ ବୟସ ପୁଅ ସହ ବିବାହ ହୁଏ ତେବେ ପୁଅ ଝିଅ ଠାରୁ ସାନ ଦେଖା ଜୀବ କିନ୍ତୁ ଯଦି ଝିଅ ବୟସ ପୁଅ ଠାରୁ ସାନ ହୁଏ ତେବେ ଦୁହିଙ୍କ ଯୋଡି ବହୁତ ସୁନ୍ଦର ଦେଖା ଜୀବ କେହି କାହା ଠାରୁ ବଡ ବା ସାନ ଦେଖା ଯିବେ ନାହିଁ । ତେବେ ଝିଅ ମାନେ ବହୁତ କମ ବୟସରୁ ବହୁତ ବୁଝିବାର ହୋଇଥାନ୍ତି ଯାହା ଦ୍ଵାରା ସେ ଅନ୍ୟ ଘରେ ବହୁତ ଭଲରେ ଚଳି ଯାଇଥାନ୍ତି ଓ ନିଜ ସମ୍ପର୍କ ଗୁଡିକ ସମ୍ଭାଳି ରଖିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *