ଆଜି ସୁଦଶା ବ୍ରତରେ କରନ୍ତୁ ଏହି ୫ଟି କାମ, ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ 

ସୁଦଶା ଅର୍ଥ ଶୁଭ ହୋଇଥାଏ, ତେବେ ସୁଦଶା ବ୍ରତ ମାତା ଲକ୍ଷ୍ମୀଙ୍କ ବଡ ପର୍ବ ଅଟେ, ଏହି ଦିନ ସମସ୍ତଙ୍କ ଘରେ ପୂଜା ହୋଇଥାଏ ଆଉ ମହିଳା ମାନେ ନୂଆ ନୂଆ ବସ୍ତ୍ର ପିନ୍ଧି ଏହି ବ୍ରତ କରିଥାନ୍ତି । ଦଶମୀ ତିଥି ଶୁକ୍ଳ ପକ୍ଷ ଗୁବାରରେ ପଡିଲେ ଏହାକୁ ସୁଦଶା ବ୍ରତ ରୂପରେ ପାଳନ କରା ଯାଇଥାଏ । ତେବେ ଏହି ବ୍ରତ ନାରେ ଦଶ ଅଙ୍କ ଯୋଡି ଅଛି ଫଳରେ ପୂଜାରେ ୧୦ଟି ପଦମ ପାଖୁଡା, ୧୦ଟି ମୁରୁଜ,୧୦ ମୁଖୀ ଦୀପ, ୧୦ଟି କଦଳୀ, ୧୦ ମୁଠା ଚାଉଳ, ୧୦ ଗୋଟି ମାନ୍ଦା ଓ ମାତା ଲକ୍ଷ୍ମୀଙ୍କ ସ୍ଵରୂପେ ୧୦ଟି ମାତାଙ୍କ ନାମ ଜାପ କରା ଯାଇଥାଏ । ଏହି ବ୍ରତରେ ୧୦ ଖିଅ ଧଳା ସୁତାର ପୂଜା କରିବାର ବିଧି ରହିଛି, ଏହି ଧଳା ସୂତା ଆସନ୍ତା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରି ରହିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ବୋଲି କୁହା ଯାଇଛି ।

୧. ସୁଦଶା ବ୍ରତ ଦିନ ଆପଣଙ୍କୁ ପ୍ରଥମ ରୁଟି ଗାଇକୁ ଖୁଆଇବା ଉଚିତ କାହିଁକିନା ଆମ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାଇ ଗାଈ ଭିତରେ ୩୬ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ ସେଥିପାଇଁ ପ୍ରଥମ ରୁଟି ଖୁଆଇବା ଅର୍ଥ ଆପଣ ଭଗବାନ ପାଖରେ ଭୋଗ ଲଗାଇଲେ । ଯଦି ଆପଣ ଏହି ଭଳି ସବୁ ଦିନ କରନ୍ତି ତେବେ ଆହୁରି ଶୁଭ କିନ୍ତୁ ସୁଦଶା ବ୍ରତ ଦିନ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ।

୨. ସୁଦଶା ବ୍ରତ ଦିନ ଦାନ ପୂଣ୍ୟ ଅବଶ୍ୟ କରନ୍ତୁ କାହିଁକିନା ଏହି ଭଳି କରିବା ଦ୍ଵାରା ଆପଣ ନିଜ ଆଉ ଆସନ୍ତା ବଂଶ ପାଇଁ ପୂଣ୍ୟ ଅର୍ଜିତ କରିଥାନ୍ତି, ଆବଶ୍ୟକତା ଅନୁଯାଇ ଦାନ କରନ୍ତୁ ଆପଣ ନିଜ କ୍ଷମତା ଅନୁଯାଇ କିଛି ବି ଦାନ କରି ପାରନ୍ତି କପଡା ଠାରୁ ଆରମ୍ଭ କରି ଟଙ୍କା ଧନ ଆଉ ଅନ୍ନ କିଛି ବି ଯାହା ଆପଣଙ୍କୁ ସୁବିଧା ଲାଗିଥାଏ ।

୩. ସୁଦଶା ବ୍ରତ ଦିନ ଭୁଲରେ ବି ଘରେ ଝଗଡା କରନ୍ତୁ ନାହିଁ ଏହା ବହୁତ ଖରାପ ହୋଇଥାଏ ଯେତେ ନିଷ୍ଠାରେ ବ୍ରତ କଲେ ମଧ୍ୟ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ, ତେବେ ଆଜିକା ସମୟରେ ଲୋକଙ୍କୁ ବହୁତ ଶୀଘ୍ର ରାଗ ଆସି ଯାଉଛି କିନ୍ତୁ ଏହି ଗୋଟେ ଦିନ ନିଜ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ କାହିଁକିନା ଏହି ଦିନ ଝଗଡା କଲେ ମାତା ଆପଣଙ୍କ ଘର ଛାଡି ଯାଇ ଥାନ୍ତି ।

ଏହା ବ୍ୟତିତି ଅନ୍ୟ ଦୁଇଟି ଉପାୟ ହେଲା ଘରର ସମସ୍ତ ବଡଙ୍କୁ ପ୍ରବମ କରି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ ଓ ଏହି ଦିନ ଶୁଦ୍ଧ ସ୍ଵାତିକ ଆହାର ସେବନ କରନ୍ତୁ । ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ଅବଶ୍ୟ ଢାଳିବେ ।

Leave a Reply

Your email address will not be published. Required fields are marked *