ମହାଭାରତ ରେ ଦ୍ରୋପଦୀଙ୍କ ବିବାହ ଅର୍ଜୁନ ଙ୍କ ସହ ହୋଇଥିଲା । କିନ୍ତୁ ମା କୁନ୍ତୀ ଙ୍କ ଆଦେଶ କୁ ଅମାନ୍ୟ ନ କରି ପାରି ପାଞ୍ଚ ପାଣ୍ଡବ ଦ୍ରୋପଦୀ ଙ୍କୁ ବିବାହ କରିଥିଲେ । ବେଦବ୍ୟାସ ଏହି ବିବାହ କୁ ନେଇ କିଛି ଟା ସର୍ତ ରଖିଥିଲେ । ଯାହା ପାଳନ କରିବା ଦ୍ରୋପଦୀ ଙ୍କ ସହ ପାଞ୍ଚ ପାଣ୍ଡବ ଙ୍କୁ ମଧ୍ୟ କରିବାର ଥିଲା ।
ବନବାସ ସମୟ ରେ ଦ୍ରୋପଦୀ ଓ ପାଞ୍ଚ ପାଣ୍ଡବ ଏକ ବୃକ୍ଷ ଛାୟା ତଳେ ବିଶ୍ରାମ କରୁଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ ତାଙ୍କ ପତ୍ନୀ ସତ୍ୟଭାମା ଙ୍କ ସହ ଆସି ପହଞ୍ଚିଲେ । ଶ୍ରୀ କୃଷ୍ଣ ପାଣ୍ଡବ ଙ୍କ ସହ କଥାବାର୍ତ୍ତା ରେ ବେସ୍ତ ହୋଇଗଲେ ।
ସେହି ସମୟ ରେ ସତ୍ୟଭାମା ଓ ଦ୍ରୋପଦୀ ଏକ ସ୍ଥାନ ରେ ବସି କଥା ହେଉଥିଲେ । କଥା କଥା ରେ ସତ୍ୟଭାମା ଦ୍ରୋପଦୀ ଙ୍କୁ ପଚାରିଲେ କି ସେ କେମିତି ନିଜ ପାଞ୍ଚ ପତି ଙ୍କୁ ସମାନ ରୂପ ରେ ନିଜ ସହ ଯୋଡି କି ରଖନ୍ତି । ଏହି ପ୍ରଶ୍ନ ର ଉତ୍ତର ରେ ଦ୍ରୋପଦୀ କିଛି ସଫଳ ବୈବାହିକ ଜୀବନ ର ସୂତ୍ର ବିଷୟ ରେ କହିଥିଲେ ।
1) ଯଦି ପତି ପତ୍ନୀ ଦୁହେଁ ଦୁହିଁ ଙ୍କ ସହ ଖୁସି ରହିବାକୁ ଚାହାନ୍ତି ତେବେ ଦୁହେଁ ଙ୍କ ମଧ୍ୟ ରେ ଈର୍ଷା ଭଳି ଭାବନା ଆସିବା କଥା ନୁହେଁ ।
2) ସ୍ତ୍ରୀ କୁ ନିଜ ସ୍ଵାମୀ ଉପରେ କୌଣସି ପ୍ରକାର ନିୟନ୍ତ୍ରଣ କରିବା ଉଚିତ ନୁହେଁ ।
3) ବହୁତ ସାରା ପତ୍ନୀ ଏମିତି ବି ଅଛନ୍ତି ଯିଏ ନିଜ ସ୍ଵାମୀର ସବୁ କାମ ଉପରେ ନଜର ରଖିଥାନ୍ତି । ଏହା ଦ୍ଵାରା ତାଙ୍କ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।
4) ପତ୍ନୀ ଙ୍କୁ ପତି ସହ ପୁରା ପରିବାର ର ସବୁ ଧ୍ୟାନ ରଖିବାକୁ ପଡିଥାଏ । ଯେଉଁ ମହିଳା ମାନେ ନିଜ ଶାଶୁଘର ର ପ୍ରତ୍ୟେକ ବ୍ୟକ୍ତିଙ୍କ ଧ୍ୟାନ ରଖିଥାଏ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ଉପରେ ବହୁତ ଖୁସି ରହିଥାନ୍ତି ।
5) ବିବାହ ପରେ ମହିଳା ମାନେ ନିଜ ସଙ୍ଗତ ବି ଠିକ ରଖିବା ଦରକାର । ତାକୁ ଚରିତ୍ରହୀନ ବା ଝଗଡା କରୁଥିବା ମହିଳା ମାନଙ୍କ ଠୁ ଦୂରେଇ ରହିବା ଦରକାର । ନଚେତ ପରିଣାମ ସ୍ୱରୂପ ତାକୁ ତା ବୈବାହିକ ଜୀବନ ରେ କେବେ ଖୁସି ମିଳି ନଥାଏ ଏବଂ ବିବାହ ଭାଙ୍ଗି ବି ଯାଇଥାଏ ।
6) ପରିବାର ରେ ରହି ମଧ୍ୟ ପତି ଓ ପତ୍ନୀ ଦୁହିଁଙ୍କୁ ଉଭୟଙ୍କ ସମ୍ମାନ କରିବା ଦରକାର । କାହାକୁ ବି ନିଜ କର୍ତ୍ତବ୍ୟ ରୁ ମୁହଁ ବୁଲେଇବା ଉଚିତ ନୁହେଁ ।
7) ବିବାହ ପରେ ସ୍ତ୍ରୀ କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏବଂ ଏହା ସହ କୌଣସି ଅଜଣା ବ୍ୟକ୍ତି ଙ୍କ ସହ ମନ ଖୋଲି କଥା ହେବ ଉଚିତ ନୁହେଁ । ଯେଉଁ ମହିଳା ମାନେ ଏହା କରିଥାନ୍ତି ସମାଜ ରେ ତାଙ୍କ ଛବି ଖରାପ ହୋଇଥାଏ ।
8) ଏକ ସୁଖଦ ବୈବାହିକ ଜୀବନ ର ସବୁଠାରୁ ମହତ୍ବପୂର୍ଣ୍ଣ ସର୍ତ ହେଉଛି ପତି କୁ ପତ୍ନୀ ର ସବୁ ଇଚ୍ଛା କୁ ପୁରା କରିବା ଦରକାର । ଏବଂ ତାଙ୍କୁ ସନ୍ତୁଷ୍ଠ ରଖିବା ଦରକାର ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।