ସୁମନଙ୍କ ବିଷୟରେ ଏମିତି କିଛି କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ 

ଆଲିଉଡ ଦୁନିଆ ବାହାରୁ ଦେଖିବା ପାଇଁ ବହୁତ ସୁନ୍ଦର କିନ୍ତୁ ଏହାର ସତ୍ୟତା କେବଳ ସେଥିରେ କାମ କରୁଥିବା ଲୋକ ଜାଣିଥାନ୍ତି, ତେବେ ଯେଉଁ କଳାକାର ଦର୍ଶକ ମାନଙ୍କ ମନ କିଣି ପାରିଲା ସେ ଆଗକୁ ବଢିଥାଏ କିନ୍ତୁ ବହୁତ ଏମିତି କଳାକାର ଅଛନ୍ତି ଯିଏ ଦର୍ଶକ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚାନ୍ସ ମଧ୍ୟ ପାଇ ନଥାନ୍ତି । ତେବେ କେତେ ଯୁବା ଯୁବତୀ ଅଛନ୍ତି ଯିଏ ଏହି ଦିନ ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରିଥାନ୍ତି କିନ୍ତୁ ସେ ଆଗକୁ ବଢିବା ପାଇଁ ଚାନ୍ସ ପାଇ ନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ପରିଶ୍ରମ ଦ୍ଵାରା ଆଲିଉଡରେ ପାଦ ରଖିଲେ ଆଉ ବର୍ତମାନ ଦର୍ଶକ ମାନଙ୍କ ପ୍ରିୟ ହୋଇଛନ୍ତି ।

ଆପଣ ମାନେ ୨୦୧୮ରେ ରଜ କ୍ଵିନ ଦେଖିଥିବେ ଏହି ରିଆଲିଟି ଶୋ ବିନର ହେଇଥିଲେ ସୁମନ ଯାହା ପରେ ତାଙ୍କୁ “ମୁଁ ବି ଅର୍ଦ୍ଧାଙ୍ଗିନୀ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବା ପାଇଁ ଚାନ୍ସ ମିଳିଥିଲା ଆଉ ସେ ନିଜ ଅଭିନୟ ଆଉ ସୁନ୍ଦରତ ଦ୍ଵାରା ସମସ୍ତଙ୍କ ମନ କିଣି ପାରିଛନ୍ତି । କଣ ଆପଣ ଜାଣିଛନ୍ତି ସୁମନ ଅନ୍ୟ ଝିଅ ମାନଙ୍କ ପରି ଆଜୀବ୍ୟ ସାଙ୍ଗ ମାନଙ୍କ ସହ ବୁଲିବା ପସନ୍ଦ କରନ୍ତି, ସେ ଅଭିନେତ୍ରୀ ହେଲା ପରେ ମଧ୍ୟ ବହୁତ ସାଧାରଣ ଜୀବନ ବଞ୍ଚିବା ପସନ୍ଦ କରନ୍ତି ତାଙ୍କୁ ନିଜ ସ୍ଵତନ୍ତ୍ରତା ବହୁତ ପସନ୍ଦ ଆସିଥାଏ ।

ସୁମନ ବିଷୟରେ ଯେତେବେଳେ ମୁଁ ବି ଅର୍ଦ୍ଧାଙ୍ଗିନୀ ଅନ୍ୟ କଳାକାର ମାନଙ୍କୁ ପଚରା ଗଲା ତାଙ୍କ ଅକହିବା ଅନୁଯାଇ ସୁମନ ନିଜ କାମ ପାଇଁ ଯେତେ ଗମ୍ଭୀର ରୁହନ୍ତି ସୁଟ ସାରିବା ପରେ ସେ ସେତିକି ମଜାଳିଆ ମଧ୍ୟ ରୁହନ୍ତି, ତାଙ୍କ ବ୍ୟବହାର ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ସେ ଆଉ ଗୋଟେ ସିରିଏଲରେ ମଧ୍ୟ କାମ କରିଛନ୍ତି ଯାହା ନାମ ଥିଲା “ସୁଭଦ୍ରା” ଏହି ସିରିଏଲରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ପାରିଥିଲା ।

ତେବେ ତାଙ୍କ ଅଭିନୟ ଦେଖି ତାଙ୍କୁ ” ତାରିଣୀ ଆଖିରେ ତାରା ” ସିରିଏଲରେ କାମ ମିଳିଛି, ତେବେ ଦେଖିବା ଏହି ସିରିଏଲରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ କେତେ ପସନ୍ଦ ଆସୁଛି । ତେବେ ଆପଣ ମାନଙ୍କୁ ସୁମନ କେମିତି ଲାଗନ୍ତି ଆଉ ତାଙ୍କ ଅଭିନୟ ବିଷୟରେ ଆପଣାଙ୍କ ଭାବନା କଣ ତାହା ଆମକୁ ନିଶ୍ଚିନ୍ତ ଜଣାଇବେ ।

Leave a Reply

Your email address will not be published. Required fields are marked *