ରାସ୍ତାରେ ସୁନସାନ ଜାଗା ଦେଖି ହଠାତ ସାଙ୍ଗକୁ ଦେଇଦେଲା ନିଜ ସ୍ତ୍ରୀକୁ ଆଉ ତା ପରେ…

ରାଜସ୍ଥାନର ଅଲବର ଜିଲ୍ଲାର ସ୍ଵାମୀ ସ୍ତ୍ରୀ ସମ୍ପର୍କକୁ ଲାଜରେ ଡୁବାଇଲା ଭଳି ଖବର ସାମ୍ନାକୁ ଆସିଛି । ଜଣେ ସ୍ଵାମୀ ଉପରେ ସାଙ୍ଗ ମାନଙ୍କ ଦ୍ଵାରା ସ୍ତ୍ରୀର ରେପ କରିବାର ଆରୋପ ଲଗାଯାଇଛି । ଖାଲି ସେତିକି ନୁହେଁ ଆରୋପରେ ଏହା ବି କୁହାଯାଇଛି ସ୍ତ୍ରୀ ସହିତ ସାଙ୍ଗ ମାନେ ଦୁଷ୍କର୍ମ କରୁଥିଲାବେଳେ ସେହି ସ୍ଵାମୀ ବାହାରେ ରହି ପହରା ଦେଉଥିଲା । ସଂସାରରେ ଏଭଳି ଦେଖିବାକୁ ମିଳୁଛି ଯାହା ଶୁଣିଲେ କି ଦେଖିଲେ ବିଶ୍ଵାସ ହେଉନାହିଁ, କିନ୍ତୁ ତଥପି ଏହା ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର କଣ ।

Image Courtesy: Google

ବଜାରକୁ ଯିବା ପାଇଁ କହି ଘରୁ ବାହାରିଥଲେ

ଆଲବର ଜିଲ୍ଲାର ଶାହାଜାହାଁପୁର ଥାନା ଅଧିକାରୀ ସୁରେନ୍ଦ୍ର ସିଂହ ରାବତ କହିଛନ୍ତି କି ୩୫ ବର୍ଷର ଜଣେ ବିବାହିତା ହରିୟଣାର ନିବାସୀ ନିଜ ପିତାଙ୍କ ସହିତ ୪ ଜୁନକୁ ଥାନାରେ ଆସି ଏହି ବାବଦରେ ରିପୋର୍ଟ ଲେଖିଥିଲେ । ପୀଡ଼ିତା ଜଣକ କହିଥିଲେକି ତାର ସ୍ଵାମୀ ୩୧ ମେ ୨୦୨୦ ରେ ସହଜାହାଁପୁର ବଜରା ଯିବା ପାଇଁ କହି ଘରୁ ବାଇକରେ ବସାଇ ନିଜ ସାଥିରେ ନେଇଥିଲା । ରାସ୍ତାରେ ସ୍ଵାମୀ ତାର ସାଙ୍ଗ ମିଛୁ ଓରଫ ବଳବନ୍ତ ଧ୍ହାନକ କୁ ବି ବାଇକରେ ନିଜ ସହିତ ନେଇଥିଲା ।

Image Courtesy: Google

ଏମିତି ଦେଲେ ଘଟଣାକୁ ପରିଣାମ

ବାଇକରେ ତିନିଜଣ ଯାଇ ଗୋଟେ ସୁନସାନ ଜାଗାରେ ଅଟକିଥିଲେ । ସେଠାରେ ଗୋଟେ ଘର ବନା ଯାଇଥିଲା । ତାପରେ ୩ ଜଣ ଯାକ ସେଠି ବସିଥିଲେ । ତାପରେ ବଳବନ୍ତ ତାକୁ ଜବରଦସ୍ତ ସେହି ଘର ଭିତରକୁ ନେଇଗଲା ଓ ତା ସହିତ ରେପ କରିଥିଲା । ଘଟଣା ସମୟରେ ତା ସ୍ଵାମୀ ଘର ବାହାରେ ପହରା ଦେଉଥିଲା ।

ସ୍ଵାମୀ ଓ ସାଙ୍ଗ ଗିରଫ ହୋଇଛନ୍ତି

ପୀଡିତ ବୟାନରେ କହିଛନ୍ତି କି ସ୍ଵାମୀ ସଡଯନ୍ତ୍ରକରି ରେପ କରାଇଛନ୍ତି । ତାପରେ ଘଟଣା ବିଷୟରେ କାହାକୁ କହିଲେ ମାରିବାର ଧମକି ଦେଇଥିଲା । ପୀଡିତ ୩ /୪ ଦିନପରେ ଘରକୁ ଯାଇ ନିଜ ପିତାଙ୍କୁ ସବୁ କହିଥିଲା । ତାପରେ ବାପା ଝିଅ ଆସି କେସ ଦେଇଥିଲେ । ପିଡିତାର ସ୍ଵାମୀ ଓ ସାଙ୍ଗକୁ ଗିରଫ କରଯାଇଥିଲା ।

Image Courtesy: Google

ମାମଲାର ଯାଞ୍ଚ ନିମରାନା ଡିଏସପି ଲୋକେଶ ମିଣା କରୁଛନ୍ତି । ତେବେ ବର୍ତମାନ ସେ ଦୁଇଜଣ ପୋଲିସ ଗିରଫରେ ଅଛନ୍ତି ଓ କାରବାହୀ ଚାଲିଛି । ଏହି ଘଟଣା ଉପରେ କମେଣ୍ଟ ରେ ଜଣାନ୍ତୁ, ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *