ମ୍ୟାଗି ଯାହାକୁ ଆମେ ‘ଟୁ ମିନଟ୍ସ ନୁଡଲ’ ନାମ ରେ ଜାଣିଛୁ, ଆଜି ପୁରା ଦୁନିଆ ସାରା ପ୍ରସିଦ୍ଧ ଅଟେ, ଏବଂ ଏହା ଲୋକଙ୍କ ପ୍ରିୟ ମଧ୍ୟ ଅଟେ । ଭାରତରେ ଲୋକଙ୍କ ଏହା ବହୁତ ପ୍ରିୟ ଅଟେ, ତେବେ ଏହାର ସେବନ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଟେ, ତେବେ ଯାହାକୁ ରୋଷେଇ କରି ଆସୁ ନାହିଁ ସେ ମଧ୍ୟ ମ୍ୟାଗି ବନେଇୟା ଜାଣିଛନ୍ତି ଏବଂ ଖାଇ ନିଜ ପେଟ ପୁରା କରନ୍ତି, କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଯେଉଁ ମ୍ୟାଗି ଆଜି ଆମ ସମସ୍ତଙ୍କୁ ପସନ୍ଦ ଏହାର ଇତିହାସ କଣ ? ଏବଂ ଏହାର ନାମ ମ୍ୟାଗି କେମିତି ରହିଲା ? ଏହା ୧୨୩ ବର୍ଷ ପୁରୁଣା କାହାଣୀ ଅଟେ ।
ତେବେ ଭାରତରେ ମ୍ୟାଗି କାହାଣୀ ୧୯୮୩ ରେ ଆରମ୍ଭ ହୋଇଥିଲା, ନେସ୍ଲେ ଇଣ୍ଡିଆ ଲିମିଟେଡ ଭାରତରେ ମ୍ୟାଗି ନୁଡଲ୍ସ କୁ ଲଞ୍ଚ କରିଥିଲା କିନ୍ତୁ ଏହା ଆଗରୁ ବିଦେଶରେ ଏହା ବହୁତ ପ୍ରଚଳନ ରେ ଥିଲା, ୧୮୯୭ ରେ ପ୍ରଥମ ଥର ପାଇଁ ଜର୍ମାନୀ ରେ ମ୍ୟାଗି ନୁଡଲ୍ସ ଆରମ୍ଭ କରା ଯାଇଥିଲା । ମ୍ୟାଗି ନୁଡଲ୍ସ ତିଆରି କରିଥିବା ଲୋକ ନାମ ଜୁଲିୟସ ଜୋହାନସ ମ୍ୟାଗି ଥିଲା, ସେ ସ୍ଵିଜରଲ୍ୟାଣ୍ଡ ନିବାସୀ ଥିଲେ, ତାଙ୍କ ନାମ ଦ୍ଵାରା ଏହି ନୁଡଲ୍ସ ନାମ ମ୍ୟାଗି ରଖା ଯାଇଥିଲା ।
ଏହାକୁ ବନେଇବା ପଛ କାହାଣୀ ବହୁତ ଆକର୍ଷଣୀଅ ଅଟେ, ୧୮୮୪ରେ ଜୁଲିୟସ ଅଟା ଜିନିଷ ବିକିବା ଆରମ୍ଭ କଲେ, କିନ୍ତୁ ତାଙ୍କ ଏହି ବ୍ୟାପାର ଭଲ ଚାଲିଲା ନାହିଁ, ଏହା ପରେ ୧୮୮୬ରେ ସେ କୌଣସି ଖାଦ୍ୟ ପଦାର୍ଥ ବିକିବେ ବୋଲି ନିଶ୍ଚୟ କଲେ, ଯାହା ଶୀଘ୍ର ରୋଷେଇ ହେଇଯାଉ ଏହା ଭାବି ମ୍ୟାଗି ବନେଇବା ଆରମ୍ଭ କଲେ । ଆହିସ୍ତା ଆହିସ୍ତା ଜୁଲିୟସ ମ୍ୟାଗି ମାର୍କେଟରେ ପ୍ରସିଦ୍ଧ ହବାକୁ ଲାଗିଲା, ସେହି ସମୟରେ ସ୍ଵିଜରଲ୍ୟାଣ୍ଡ ସରକାର ମଧ୍ୟ ତାଙ୍କ ଏହି କାମରେ ସାହାଜ୍ଯ କରିଥିଲେ ।
ଜୁଲିୟସ ଦ୍ଵାରା ମେଗୀ ଛଡା ଅନ୍ୟ ବହୁତ ଫ୍ଲେବର ସୁପ ମାର୍କେଟ ରେ ଆସିଥିଲେ ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲେ । ୧୯୧୨ରେ ଜୁଲିୟସ ମ୍ୟାଗି ଉତ୍ପାଦ ଆମେରିକା ଏବଂ ଫ୍ରାନ୍ସ ଭଳି ଦେଶରେ ନିଜ ଚିହ୍ନ କରିଥିଲେ, ତାଙ୍କ ମୃତ୍ୟୁ ପରେ ମ୍ୟାଗି ବ୍ରାଞ୍ଚ ଉପରେ କିଛି ପ୍ରଭାବ ପଡିଥିଲା କିନ୍ତୁ ଫୁଣି କେତେ ବର୍ଷ ପରେ ଏହା ସାମାନ୍ୟ ହୋଇଗଲା ଏହା ପରେ ୧୯୪୭ରେ ନେସ୍ଲେ ମ୍ୟାଗିକୁ କିଣି ନେଲେ ଯାହା ପରେ ଏହା ଭରତରେ ମଧ୍ୟ ବହୁତ ପ୍ରସିଦ୍ଧ ହୋଇଗଲା ।