ଠାକୁର ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 7 ଟି ଭୁଲ, ନଚେତ ଧୀରେ ଧୀରେ ହୋଇଯିବେ ଭିକାରୀ- Puja Vidhi

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ପ୍ରତେକ ଙ୍କ ଘରେ ଠାକୁର ଙ୍କୁ ପୂଜା କରା ଯାଇଥାଏ । ସବୁ ଦିନ ପୂଜା ପାଠରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ଏହାର କିଛି ବିଶେଷ ନିୟମ ରହିଛି । କାରଣ ପୂଜା କରିବା ସମୟରେ ନିୟମ ମାନି ପୂଜା କରିବା ନିତାନ୍ତ ଆବଶ୍ୟକ ଅଟେ । ସମସ୍ତେ ହିନ୍ଦୁ ଶସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି କି ପୂଜା କରିବା ସମୟରେ ଯେଉଁ ସବୁ ଭୁଲ କରିବା ଅନୁଚିତ ଓ କେଉଁ ସବୁ ବିଷୟ ଉପାୟରେ ଧ୍ୟାନ ଦେବା ଉଚିତ । ଯଦି ଜାଣତରେ ବା ଅଜାଣତରେ ହେଉ ପୂଜା କରିବା ସମୟରେ କେଉଁ ଭୁଲ ହେଲେ ପରିଣାମ ଭୟଙ୍କର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଧର୍ମ ଶାସ୍ତ୍ର ଅନୁଯାୟୀ ପାପ କାମ କରି ଟଙ୍କା କମାଉଥିବା ବ୍ୟକ୍ତି ଯେତେ ପୂଜା ପାଠ କରିଲେ ତାହା ପୂଜା ନୁହେଁ । ତାହା ଅପରାଧ ସମାନ ହୋଇଥାଏ । ତେଣୁ ପୂଜା କରିବା ସମୟରେ କାହା ପ୍ରତି ଖରାପ ଭାବନା ରଖନ୍ତୁ ନାହି । ମନକୁ ସଂପୂର୍ଣ୍ଣ ଭଗବାନଙ୍କ ନିକଟରେ ଲଗାନ୍ତୁ ।

୨- ପୂଜା କରିବା ସମୟରେ ନୀଳ ବା କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ଏହା ଦ୍ଵାରା ପୂଜା ସଂପୂର୍ଣ୍ଣ ହୁଏ ନାହି । ତେଣୁ ପୂଜା କରିବା ସମୟରେ ସର୍ବଦା ନାଲି ଓ ଧଳା ବସ୍ତ୍ର ପିନ୍ଧିବା ଉଚିତ । ଏହା ବହୁତ ଶୁଭ ହୋଇଥାଏ ।

୩- ଯେଉଁ ବ୍ୟକ୍ତି ମୃତ ଶରୀର କୁ ସ୍ପର୍ଶ କରି ନ ଗାଧୋଇ ପୂଜା କରିଥାଏ ତାହାର ପୂଜା କେବେ ସଫଳ ହୁଏ ନାହି । ଏହା ଦ୍ଵାରା ଗୃହରେ ରୋଗ ବ୍ୟାଧି, ଟଙ୍କା ପଇସାର ଘୋର ଅଭାବ ହୋଇଥାଏ ।

୪- ଯିଏ ରାଗି କି ବା ଅନ୍ୟ ଉପରେ ରାଗ ରଖି ପୂଜା ପାଠ କରିଥାଏ ତେବେ ଠାର ପୂଜାକୁ ଇଶ୍ଵର ସ୍ଵୀକାର କରନ୍ତୁ ଆହି । ତେଣୁ ସର୍ବଦା ଶାନ୍ତ ଓ ଶୁଦ୍ଧ ମନରେ ପୂଜା କରନ୍ତୁ ।

୫- ଅନ୍ଧାର ରେ ଈଶ୍ବରଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ବା ପୂଜା କରିବା ଅନୁଚିତ । ଏମିତି ଭୁଲ ବହୁତ ଭୟଙ୍କର ହୋଇଥାଏ । ତେଣୁ ସବୁବେଳେ ଆଲୋକ ଥିବା ସ୍ଥାନରେ ଭଗବାନ ଙ୍କ ପୂଜା ପାଠ କରିବା ଉଚିତ ।

୬- ପୂଜା କରିବା ସମୟରେ ଯିଏ ଘଣ୍ଟି ବା ଶଙ୍ଖ ବାଜେ ନାହି ତାର ପୂଜାରେ ଇଶ୍ଵର କେବେ ସନ୍ତୁଷ୍ଟ ହୁଅନ୍ତି ନାହି । ତେଣୁ କେବେ ହେଲେ ବିନା ଘଣ୍ଟି ର ଶବ୍ଦ ବା ଶଙ୍ଖ ଧ୍ୱନି ରେ ପୂଜା ପାଠ କରନ୍ତୁ ନାହି ।

୭- ପୂଜା କରିବା ସମୟରେ ପୂଜା ଘରେ ସାମ୍ନା ରେ ଗପିବା ବା ଝଗଡା କରିବା ଉଚିତ ନୁହେଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଗୃହ ତ୍ୟାଗ କରନ୍ତି । ତେଣୁ ସର୍ବଦା ଶାନ୍ତ ପରିବେଶରେ ପୂଜା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *