ଠାକୁର ପୂଜା କରୁଥିବା ସମୟରେ ଘରକୁ ଅତିଥି ଆସିଲେ କଣ ସୂଚନା ମିଳିଥାଏ- Ajira Anuchinta

ବନ୍ଧୁଗଣ କେବେ ଅଇଁଠା ଖାଦ୍ଯ ଛାଡନ୍ତୁ ନାହିଁ ଅଥବା ଅଇଁଠା ଖାଦ୍ୟକୁ ସାଇତିକି ରଖନ୍ତୁ ନାହିଁ । ଏପରି ଯଦି କରନ୍ତି ମା ଲକ୍ଷ୍ମୀଙ୍କର ଦୟା ମିଳିବ  ନାହିଁ । ଆପଣଙ୍କ ଗୃହର ପୂଜା ଘରେ ଅଥବା ଠାକୁର ଘରେ ଝୁଣା ଧୂପ ଦିଅନ୍ତୁ କିମ୍ବା କିଛି କର୍ପୁର ଆଳତି କରନ୍ତୁ । ଏହା କରିବା ଦ୍ଵାରା ସମସ୍ତ ଦୁଷ୍ଟ ଶକ୍ତିର ନାଶ ହେଇଥାଏ ଏବଂ ଆପଣଙ୍କ ଦୁଖକଷ୍ଟ କିଛି ମାତ୍ରାରେ କ୍ଷୟ ହେଇଥାଏ । ବନ୍ଧୁଗଣ ଯଦି ଆପଣ ପାରନ୍ତି ତେବେ ନୀତିଦିନ ଝୁଣା ଧୂପ ଦିଅନ୍ତୁ । ଯଦି ଆପଣଙ୍କୁ ଝୁଣା ଧୂପ କରିବାକୁ ଅସୁବିଧା ହେଉଥାଏ, ତେବେ ଖଣ୍ଡେ କର୍ପୁର ନେଇ ଆଳତି କରନ୍ତୁ ।

କାରଣ ଆମ ଶାସ୍ତ୍ର ମାନଙ୍କରେ ଭଗବାନ ନିଜେ କହିଛନ୍ତି ଯେ,- ଯିଏ ଶ୍ରଦ୍ଧାର ସହିତ ଝୁଣା ଏବଂ କର୍ପୁର ଆଳତି ସମର୍ପଣ କରିଥାଏ । ତାହା ଠାରେ ମୁଁ ସନ୍ତୁଷ୍ଠ ହେଇଥାଏ । ଭଗବାନ ସନ୍ତୁଷ୍ଠ ରହିଲେ ଘରର ଉନ୍ନତି ହେଇଥାଏ । ଯଦି ଆପଣଙ୍କ ଘରେ ଗୋଟେ ବିରାଡି ପିଲା ଜନ୍ମ କଲା, କିମ୍ବା ମାଙ୍କଡଟି କିଛି ଖାଉଥିବ ଅଇଁଠା ଖାଦ୍ଯ ଆପଣଙ୍କ ଦୂଆରେ ପକାଇଦେଲା, ତେବେ ଜାଣିବେ ସେହିଦିନ ଠାରୁ ଆପଣଙ୍କ ଭଲ ସମୟ ଆରମ୍ଭ ହେଲା । ଏହା ସତ୍ୟ ଅଟେ ଶାସ୍ତ୍ରରେ ଲେଖା ହେଇଛି ।

ଆପଣ ଘରେ ଠାକୁର ପୂଜା କରୁଥିବା ବେଳେ କୌଣସି ଅତିଥି ଆସି ଯଦି ଆପଣଙ୍କ ଦ୍ଵାରରେ ଡାକୁଥାନ୍ତି କିମ୍ବା ଯଦି ପୂଜା କରୁଥିବା ସମୟରେ ଗୋଟିଏ ଝିଟିପିଟି ଶବ୍ଦ କରିଥାଏ, ତେବେ ସେହି ଦିନଟି ଆପଣଙ୍କ ପାଇଁ ଶୁଭ ହେଇଥାଏ । ଆପଣ ସେହିଦିନ ଯାହା ମନରେ କାମନା କରିବେ ସବୁ ପୂରଣ ହେବ । ଏବଂ ଯଦି ଆପଣ ଦୂର ଯାତ୍ରା କରିବେ ସବୁ ମଙ୍ଗଳ ହେବ । ଭାତ ରାନ୍ଧିବା ପରେ ସମ୍ପୂର୍ଣ ହାଣ୍ଡିଟିକୁ ଖାଲି କରିବା ଉଚିତ ନୁହେଁ । କିମ୍ବା ରୁଟି ସମସ୍ତଙ୍କୁ ପରଶିବା ପରେ ରୁଟି ଜାଗାଟିକୁ ଖାଲିରଖିବା ଉଚିତ ନୁହେଁ ।

ସବୁ ରୁଟି ମଧ୍ୟରୁ ଗୋଟେ ରୁଟି କିମ୍ବା ଅଧେ ରୁଟି ପାତ୍ରଟିରେ ରଖିଥାନ୍ତୁ । ଏହା ନିୟମ ଅଟେ ବନ୍ଧୁଗଣ ଆପଣ ଏହାକୁ ପାଳନ କରି ଦେଖନ୍ତୁ ବହୁତ ଲାଭ ଅନୁଭୂତି ହେବ । ବନ୍ଧୁଗଣ ମଙ୍ଗଳବାର ଦିନ କେବେ କାହାରି ନିକଟରୁ ଟଙ୍କା କରଜ ଆଣନ୍ତୁ ନାହିଁ । ଯଦି ସେହିଦିନ ଆପଣ କାହାଠାରୁ ଆଣିଥିବା ଟଙ୍କା ଶୁଝିଦିଅନ୍ତି ତେବେ ଆପଣଙ୍କର ମଙ୍ଗଳ ହୋଇଥାଏ । ସାଧାରଣ ଗୃହଣୀ ମାନେ କହିଥାନ୍ତି, ଅମାବାସ୍ୟାରେ ଘର ସଫା କରିବା ଉଚିତ ନୁହେଁ । କିନ୍ତୁ ବନ୍ଧୁଗଣ ଆପଣ ମାନେ ସେହିଦିନ ଘରଟିକୁ ସଫା କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତ ହେଇଥାଏ ।

ଏବଂ ସେହିଦିନ ଘର ସଫା କରିବା ପରେ ଆପଣଙ୍କ ଘରେ ଥିବା ସମସ୍ତ ଅଦରକାରୀ ଜିନିଷ ବାହାରେ ପକାଇ ଦିଅନ୍ତୁ । ଏହା କରିବା ଦ୍ଵାରା ବହୁତ ମଙ୍ଗଳ ହେଇଥାଏ । ସୋମବାର, ବୁଧବାର, ଏବଂ ଶୁକ୍ରବାର ଏହି ୩ ବାରରେ ଘରୁ ବାହାରିଲା ବେଳେ ନିଜ ଘର ଦ୍ବାରର ଆରପଟେ ବାମପାଦ ଦେଇ ଯାତ୍ରା କରିବେ ଏବଂ ଅନ୍ୟ ବାର ମାନଙ୍କରେ ଦକ୍ଷିଣ ପାଦ ଦେଇ ଯାତ୍ରା ଆରମ୍ଭ କରିଲେ ବହୁତ ଶୁଭ ହେଇଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *