ଥଣ୍ଡା ଦିନରେ ପ୍ରତି ଦିନ ଖାଆନ୍ତୁ ଗୋଟେ ଅଣ୍ଡା, ବହୁତ ଭଲ ଓ ଲାଭକାରୀ ଅଟେ- ଜାଣନ୍ତୁ ଫାଇଦା

ଥଣ୍ଡା ଦିନରେ ଅଣ୍ଡା ଖାଇବା ସବୁଠାରୁ ଅତ୍ୟଧିକ ଲାଭକାରୀ ହୋଇ ଥାଏ, ଆପଣ ଏହା ମଧ୍ୟ ଜାଣି ଥିବେ ଯେ ଅଣ୍ଡା ରେ ପ୍ରୋଟିନ ପ୍ରଚୁର ମାତ୍ରା ରେ ଉପସ୍ଥିତ ଥାଏ । ପ୍ରୋଟିନ ଆଜିକା ଜୀବନ ଖାଦ୍ୟରେ ବହୁତ କମ ରହୁଛି ଯାହା କାରଣରୁ କେତେକ ଶାରୀରିକ ରୋଗ ହେଉଛି, ଅଣ୍ଡା ଗରମ ଦିନରୁ ଅଧିକ ସେବନ ଥଣ୍ଡା ରେ ହୋଇ ଥାଏ । ଥଣ୍ଡା ଦିନରେ ଲୋକଙ୍କ ଶରୀର ଗରମ ଦିନ ଠାରୁ କମ ଏକଟିବ ହୋଇଥାଏ ।

ଥଣ୍ଡା ଦିନରେ ଅଣ୍ଡା ଖାଇବାର ଫାଇଦା:

ଏହାର କାରଣ ଝାଳ ବୋଲି କୁହା ଯାଏ କାହିଁକିନା ଗରମ ଦିନରେ ଝାଳ ଦ୍ଵାରା ମାଂସପେଶୀ ଭଲ ରହି ଥାଏ, କିନ୍ତୁ ଥଣ୍ଡା ଦିନରେ ମାଂସପେଶୀ ଜମି ଯାଏ ଯାହା ଫଳରେ ଆମ ଶରୀର କମ ଏକଟିବ ହୋଇ ଥାଏ । ଅଣ୍ଡାରେ ବହୁତ ପ୍ରକାର ଜରୁରୀ ତତ୍ଵ ଉପସ୍ଥିତ ଥାଏ ଯେମିତିକି ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଓ ମିନିରଲ୍ସ ମିଳି ଥାଏ, ଯାହା କେତେ ପ୍ରକାର ରୋଗକୁ ଦୂର କରି ଥାଏ ।

–    ପ୍ରତିଦିନ ଗୋଟେ ଅଣ୍ଡା ଖାଇଲେ ଆପଣଙ୍କ ଓଜନ କଣ୍ଟ୍ରୋଲ ରେ ରହି ଥାଏ, କଞ୍ଚା ଅଣ୍ଡା ଠାରୁ ସିଝା ଅଣ୍ଡା ଓଜନ ଠିକ କରିବା ପାଇଁ ସାହାଯ୍ୟ କରି ଥାଏ ଓ ସିଝା ଅଣ୍ଡା ବହୁତ ଲାଭକାରୀ ମଧ୍ୟ । ଅଣ୍ଡା ରେ କେବଳ ଜରୁରୀ ତତ୍ଵ ହୋଇଥାଏ ଯାହା ଆପଣଙ୍କ ଦିନ ଫିଟ ଓ ଫାଇନ ରଖିବାରେ ସାହାୟକ ଅଟେ । ଏହା ସେବନ କଲେ ଆପଣଙ୍କ ଓଜନ ବଢି ନଥାଏ ।

–    ଅଣ୍ଡା ରେ ପ୍ରୋଟିନ କାର୍ବୋହାଇଡ୍ରେଟ ଓ ଭିଟାମିନ B12 ଫୋଲେଟ କ୍ୟାଲସିୟମ ଆୟରନ ଭଳି କେତେ ପ୍ରକାର ତତ୍ଵ ପ୍ରାପ୍ତ ହୋଇ ଥାଏ, ଅଣ୍ଡା ସେବନ ପାଇଁ ଆମ ଇମୟୂନ ସିଷ୍ଟମ ଭଲ କାମ କରି ଥାଏ ।

–    ଅଣ୍ଡା ଆମ ଶରୀର ପାଇଁ ବହୁତ ଭଲ କାମ କରି ଥାଏ ଏହା ଆମ ଟେନସନ ଦୂର କରି ଥାଏ, ଅଣ୍ଡା ରେ ଉପସ୍ଥିତ ବିଟାମିନ B12 ଚିନ୍ତା ଦୂର କରିବାରେ ବହୁତ ଲାଭକାରୀ ହୋଇ ଥାଏ । ଏହା ଦ୍ଵାରା ଦିପ୍ରେସନ ସମସ୍ୟା ମଧ୍ୟ ବହୁତ କମ ହୋଇ ଥାଏ ।

–    ଅଣ୍ଡା ଆପଣଙ୍କ ସ୍ମରଣ ଶକ୍ତି ବଢେଇ ଥାଏ, ଅଣ୍ଡା ରେ ଥିବା ଓମେଗା, ବିଟାମିନ ଏବଂ ଫ୍ୟାଟି ଏସିଡ ସ୍ମରଣ ଶକ୍ତି ବଢେଇ ଥାଏ ।

–    ଆଖି ପାଇଁ ମଧ୍ୟ ଅଣ୍ଡା ବହୁତ ଭଲ ହୋଇ ଥାଏ, ପ୍ରତିଦିନ ନିଜ ଖାଦ୍ୟ ସହ ଅଣ୍ଡା ସେବନ କଲେ ଆପଣ ବହୁତ ପ୍ରକାର ରୋଗରୁ ଦୂରେଇ ରହି ପାରିବେ ।

Leave a Reply

Your email address will not be published. Required fields are marked *