ଥଣ୍ଡା ଓ କାଶର ଏମିତି ଔଷଧ ପିଆଇ ଦେଲେ ଡକ୍ଟର କି ୫ବର୍ଷର ପିଲାକୁ ୨ ଥର ଆସିଲା ହାର୍ଟ ଆଟର୍କ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ରୋଗୀଙ୍କ ପାଇଁ ଧରିତ୍ରୀ ଉପରେ ଭଗବାନ କୁହା ଯାଉଥିବା ଡକ୍ଟରଙ୍କ ଜୀବନ ନେବା ଅବହେଳିତ ର ଏହି ଘଟଣା ପଞ୍ଜାବର ପଟିୟାଲା ରୁ ସାମନାକୁ ଆସିଛି । ସେଠାରେ ଟିକେ ଥଣ୍ଡା କାଶ ହେବା ଯୋଗୁ ୫ବର୍ଷର ପିଲାକୁ ଗୋଟିଏ ପ୍ରାଇଭେଟ ଡକ୍ଟର ପ୍ରତିବନ୍ଧିତ ଔଷଧ ଦେଇ ଦେଇଛନ୍ତି । ଔଷଧ ପିଇ ସାରିବା ପରେ ପିଲାର ବାନ୍ତି ହେବାକୁ ଲାଗିଲା । ଦେହ ଖରାପ ହେବାରୁ ତାକୁ ହସ୍ପିଟାଲକୁ ନିଆଗଲା । ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ଯେଉଁଠି ଟେଷ୍ଟ ହେବା ପରେ ଜଣାପଡିଲା କି ପିଲାର ଲିଭର ଏବଂ କିଡନୀ ଇନଫେକସନ ହେଇ ଯାଇଛି ଏବଂ ଟାୟଫାଇଡ ହେବା ସହିତ ତା ସେଲ ବି କମ ହୋଇ ଯାଇଛି ।

ପିଲାର ହାଲତ ଖରାପ ଦେଖି ତାକୁ ପିଜିଆଇ ,ଚଣ୍ଡିଗଡ ରେଫର କରାଗଲା ,ଯେଉଁଠି ଭିଡ ହୋଇ ଥିବା କାରଣରୁ ପରିବାର ଲୋକ ପିଲାକୁ ସେକ୍ଟର ୩୨ ସ୍ଥିତ ଏମର୍ଜେନ୍ସି ହସ୍ପିଟାଲରେ ନେଇ ପହଞ୍ଚିଲେ ,ଯେଉଁଠାରେ ଚିକିସା ସମୟରେ ପିଲାକୁ ୨ଥର ହାର୍ଟ ଆଟର୍କ ଆସିଗଲା । ଏବେ ପିଲା କୋମାରେ ଅଛି । ୬ ଫେବୃୟାରୀ ଠାରୁ ପିଲାଟି ହସ୍ପିଟାଲରେ ଜୀବନ ପାଇଁ ଲଢୁଛି ।

ପୋଲିସ ପିଲାର ବାପା ନୋଶହରା ନିବାସୀ ଅବତାର ସିଂହଙ୍କ ବୟାନ ପରେ ଅପରାଧୀ ଡକ୍ଟର ଗର୍ଜା ସିଂହ ଓ ତାଙ୍କ ପୁଅ କୁଳବିନ୍ଦର ସିଂହ ଙ୍କ ବିରୁଦ୍ଧରେ କେସ ଲେଖାଇ ନେଇଛନ୍ତି । ଦୁଇଜଣ ଫେରାର ଅଛନ୍ତି । ପୀଡିତ ପିଲା ସର୍ବଜିତ ସିଂହଙ୍କ ବାପା ଅବତାର ସିଂହ କହିଛନ୍ତି ପରିବାରରେ ସ୍ତ୍ରୀ, ୯ ବର୍ଷର ଝିଅ ଏବଂ ୫ ବର୍ଷର ସର୍ବଜିତ ତାଙ୍କର ଗୋଟିଏ ବୋଲି ପୁଅ ଥିଲା ।

ସେ କହିଛନ୍ତି କି ୬ ଫେବୃୟାରୀ ରେ ସର୍ବଜିତ ବିଦ୍ୟାଳୟରୁ ଫେରିଲା ବେଳକୁ ତାକୁ ଥଣ୍ଡା ଏବଂ କାଶ ହୋଇଥିଲା । ସେ ତାକୁ ଗାଁରେ ଥିବା ଘରୋଇ ଡକ୍ଟର ଗର୍ଜା ସିଂହଙ୍କ କ୍ଲିନିକ କୁ ନେଇଗଲେ । ଡକ୍ଟର ଗୋଟିଏ କଫ ସିରପ ଏବଂ କିଛି ବଟିକା ପିଲାକୁ ଖୁଆଇବା ପାଇଁ ଦେଲେ । ତାହାପରେ ହିଁ ପିଲାର ଦେହ ଖରାପ ହେବାକୁ ଲାଗିଲା । ଥାନା ଶମ୍ଭୁର ଏଏସଆଇ ମୋହର ସିଂହ କହିଛନ୍ତି କି ପିଜିଆଇ ର ଡକ୍ଟର ନିର୍ଦେଶ ଏବଂ ପିଲା ବାପାଙ୍କର ବୟାନକୁ ଆଧାର କରି ଡକ୍ଟର ଏବଂ ତାଙ୍କ ପୁଅ ଉପରେ କେସ ଲେଖା ଯାଇଛି । କିନ୍ତୁ ସେମାନେ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *