ଥଣ୍ଡା, କାସ, କଫ, ଛାତିରେ ଯନ୍ତ୍ରଣାର ରାମବାଣ ଔଷଧ, ଏହାକୁ ଖାଇଲେ ଆପଣ କେବେ ରୋଗରେ ପଡିବେନି- Home remedy

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ବଢି ବଢି ଚାଲିଛି ଓ ଏହାକୁ ଅଟକାଇବା ପାଇଁ ଡକ୍ଟର ଏବଂ ବୈଜ୍ଞାନିକ ମାନେ ଅଥକ ପ୍ରୟାସ ତାଙ୍କର ଜାରି ରଖିଛନ୍ତି ।

ତେବେ ଆପଣ ମାନଙ୍କୁ ଆଜି ଆମେ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଥଣ୍ଡା କାସ ଭଳି ସମସ୍ୟା ଠାରୁ ବଞ୍ଚାଇ ରଖିବ ଆଉ ଆପଣଙ୍କୁ ବହୁତ କିଛି ହାସଲ ହେଇ ପାରିବ । ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗୁଡ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ହୋଇଥାଏ । ତେବେ ଗୁଡ ଟିକେ ଗରମ ହୋଇଥାଏ ସେଥିପାଇଁ ଥଣ୍ଡା ଦିନରେ ଏହାର ସେବନ ଅଧିକ ମାତ୍ରାରେ କରା ଯାଇଥାଏ କିନ୍ତୁ ବର୍ତମାନ ସମୟରେ ଥଣ୍ଡା କାସ ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ଗୁଡ ବ୍ୟବହାର କରିବା ଆବଶ୍ୟକ ହୋଇ ଯାଇଛି ।

ଆସନ୍ତୁ ଜାଣିବା ସାମାନ୍ଯ ଦେଖା ଯାଉଥିବା ଗୁଡ ଦ୍ଵାରା ଏମିତି କଣ କରା ଯାଇ ପାରିବ ଯାହା ଦ୍ଵାରା ଆପଣ ଥଣ୍ଡା କାସ ଆଉ କଫରୁ ମୁକ୍ତି ପାଇ ପାରିବେ । ଆପଣ ମାନଙ୍କୁ ଥଣ୍ଡାରୁ ବଞ୍ଚିବା ପାଇଁ ପ୍ରଥମ ଜିନିଷ ଗୁଡ ଆବଶ୍ୟକ ହୋଇଥାଏ, ଗୁଡକୁ ଆପଣ ମାନେ ଟିକେ ଛେଚିକି ବ୍ୟବହାର କରନ୍ତୁ, ଏହା ପରେ ଆପଣ ଜୁଆଣୀ ନିଅନ୍ତୁ ଏହାକୁ ଭଲ ଭାବରେ ଛେଚି ଦିଅନ୍ତୁ ଯାହା ଦ୍ଵାରା ଏହାର ଲାଭ ଭଲ ଭାବରେ ଆପଣଙ୍କୁ ମିଳି ପାରୁ । ଆପଣଙ୍କୁ ଏହା ପରେ ଆବଶ୍ୟକ ହବ ଲବଙ୍ଗ ଯାହା ଆପଣଙ୍କ ଶରୀର ପାଇଁ ରାମବାଣ ଚିକିତ୍ସା ହୋଇଥାଏ ।

ତେବେ ଲବଙ୍ଗ ଅଧିକ ନୁହ ୩ରୁ ୪ଟି ଲବଙ୍ଗ ନିଅନ୍ତୁ ଏହାକୁ ଛେଚି ଦିଅନ୍ତୁ ପୁରା ପାଉଡର କରନ୍ତୁ ନାହିଁ । ଏହା ପରେ ଆପଣଙ୍କୁ ଆବଶ୍ୟକ ହବ ହଳଦୀ, ହଳଦୀ ବହୁତ ଭଲ ଆଣ୍ଟିଇନଫ୍ଲାମେଟ୍ରି, ଆଣ୍ଟି,ଏଜିଙ୍ଗ ଆଉ ଏନ୍ଟିବ୍ୟାକ୍ଟେରିଆଲ ହୋଇଥାଏ । ହଳଦୀ ଆମ ଶରୀରକୁ ସ୍ଵସ୍ଥ କରିବାରେ ବହୁତ ସାହାଯ୍ୟ କରିଥାଏ ଯଦି ଆମକୁ ଆଘାତ ଲାଗିଥାଏ ।

ତେବେ ଘା ଲାଗିଥିବା ଜାଗାରେ ମଧ୍ୟ ଚୂନ ହଳଦୀ ଲଗାଇବା ପାଇଁ କୁହା ଯାଇଥାଏ ଏହା ଦ୍ଵାରା ହଳଦୀ ଦରଜ ଖାଇଥାଏ ଆଉ ସେହି ଜାଗାକୁ ଭଲ ହାବା ପାଇଁ ପୋଷଣ ମଧ୍ୟ ଦେଇଥାଏ ଯଦି କାହାକୁ ଦୁର୍ବଳ ଲାଗିଥାଏ ତେବେ ତାକୁ ହଳଦୀ କ୍ଷୀର ପିବାକୁ ଦିଆ ଯାଇଥାଏ ତେବେ ହଳଦୀ ଆମ ଶରୀରକୁ ଭିତରୁ ଆଉ ବାହାରୁ ଭଲ କରିବାରେ ସାହାଯ୍ୟ କରିଥାଏ ଯାହା ଅନ୍ୟ ଜିନିଷ କରି ପାରନ୍ତି ନାହିଁ ।

ଆପଣଙ୍କୁ ଗୋଟେ ଚାମଚ ଗୁଡ, ଗୋଟେ ଚାମଚ ଜୁଆଣୀ, କିଛି ଲବଙ୍ଗ ଆଉ ହଳଦୀ ପକାଇ ଗୋଟେ ମିଶ୍ରଣ ତିଆରି କରିବାକୁ ହବ ଯାହାକୁ ପରେ ଆପଣ ବଟିକା ଭଳି ଛୋଟ ଛୋଟ ଆକାର ମଧ୍ୟ ଦେଇ ପାରିବେ । ଏହାକୁ ଖାଇଲା ପରେ ପାଣି ସେବନ କରନ୍ତୁ ନାହିଁ କିନ୍ତୁ ଯଦି ଛୁଆ ମାନୁ ନାହାନ୍ତି ତେବେ ତାଙ୍କୁ ଉଷୁମ ପାଣି ଦିଅନ୍ତୁ ଥଣ୍ଡା ପାଣି ଜମା ଦେବେ ନାହିଁ କାହିଁକିନା ଏହି ସବୁ ଜିନିଷ ତାଷୀର ଗରମ ହୋଇଥାଏ ଥଣ୍ଡା ପାଣି ପିଳେ ଓଲଟା କାମ କରିଥାଏ ଯାହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ ।

Leave a Reply

Your email address will not be published. Required fields are marked *