ଠୁଙ୍ଗାରେ ରଙ୍ଗ ଧରିକି ଯାଉଥିଲି, ଟୋକା କି ଟୋକି କାହାକୁ ଛାଡୁ ନଥିଲି.. କିଛି ଏମିତି Holi ସେଲିବ୍ରେଟ କଲେ Usasi Mishra

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆଜି ହେଉଛି ପବିତ୍ର ହୋଲି ପର୍ବ । ଏହି ହୋଲି ପର୍ବକୁ ବଡ ଠାରୁ ଆରମ୍ଭ କରି ଛୋଟ ଯାଏଁ ସମସ୍ତେ ଖୁବ ଧୂମ ଧାମରେ ପାଳନ କରିଥାନ୍ତି । ପ୍ରତେକ ବର୍ଷ ଆମ ଦେଶରେ ରଙ୍ଗ ଖେଳ ହୋଇଥାଏ । ହୋଲି ପର୍ବରେ କେହି ଉଚ୍ଚ କି ନୀଚ୍ଚ ହୋଇ ନ ଥାନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ କଳାକାର ମାନେ ହୋଲି ପର୍ବ ଖୁବ ଧୂମ ଧାମରେ ପାଳନ କରିଥାନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ତେବେ ବର୍ତ୍ତମାନ ସମୟରେ ଓଡିଆ ଜଗତର ବରିଷ୍ଠ ଅଭିନେତ୍ରୀ ଊଶ୍ବସୀ ମିଶ୍ର ହୋଲି ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀ ଊଶ୍ବସୀ ଗଣମାଧ୍ୟମରେ ହୋଲି ଖେଳକୁ ନେଇ କିଛି ମତ ରଖିଛନ୍ତି ଗଣମାଧ୍ୟମ ରେ । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅଭିନେତ୍ରୀ ଊଶ୍ବସୀ ମିଶ୍ର କହିଛନ୍ତି ଯେ “ଠୁଙ୍ଗା ରେ ରଙ୍ଗ ଧରି ବେଲୁନ ଧରି ଯାଉଥିଲି । ପୁରା କଲୋନୀ ବୁଲୁଥିଲି । ଟୋକା ହୁଅନ୍ତୁ କି ଟୋକୀ ହୁଅନ୍ତୁ ଅଙ୍କଲ ହୁଅନ୍ତୁ କି ଆଣ୍ଟି ହୁଅନ୍ତୁ ମୁଁ ବୁଲିକି ଖେଳୁଥିଲି । ଆଜ୍ଞା ତୁମକୁ ହାପି ହୋଲି ଆମ ଦର୍ଶକ ବନ୍ଧୁଙ୍କୁ ହାପି ହୋଲି । ବହୁତ ଭଲ ଲାଗିଛି । ମୋତେ ବହୁତ ଥର ଡାକିଛନ୍ତି କିନ୍ତୁ ମୁଁ କିଛି କାରଣ ବଶତ ଆସିପାରେ ନାହି । ମୋର ପ୍ରଥମ ହୋଲି ସେଲିବ୍ରେସନ ଏଠାରେ ।

ଏ ଛୁଆଙ୍କୁ ଦେଖି ବହୁତ ଖୁସି ଲାଗୁଛି । ମୁଁ ଗୋଟେ ପିପଲ ପର୍ଶନ । ମୁଁ ଭାବୁଛି ଏଟା ଗୋଟେ ନୂଆ ହୋଲି ସେଲିବ୍ରେସନ । ମୁଁ ଯେବେ ହୋଲି ଖେଳୁଥିଲି ପୁରା ଭାଦ୍ର ଭାବେ ଠୁଙ୍ଗା ରେ ରଙ୍ଗ ଧରି ବେଲୁନ ଧରି ଯାଉଥିଲି । ଏବେ ଟିକେ କିଛି ବର୍ଷ ହେଲାଣି ମୋର ବୟସ ହେଲାଣି ଆଉ ପାରୁ ନାହି । କିନ୍ତୁ ଏବେକାର ପିଲାଙ୍କର ମୁଣ୍ଡ ଫଟା ରଙ୍ଗ, ଭ୍ୟାନିସ ରଙ୍ଗ ଦେଖି ଡର ଲାଗୁଛି ।

ଗୁଡ ଟଚ ବ୍ୟାଡ ଟଚ ସବୁବେଳେ ଜୀବନରେ ଥାଏ । କିନ୍ତୁ ଏ ସମୟରେ ଯେବେ ମହିଳା ମାନେ ପବ୍ଲିକ କୁ ଓପନ ହୋଇ ଯାଆନ୍ତି ସେତେବେଳେ ଯଦି ଆପଣ ଭାବୁଛନ୍ତି କାହାର ଟଚ ଲାଗୁ ନାହି ସେତେବେଳେ କିଛି ନ ଭାବି ଏକଦମ କଟିଯିବେ । ଆଉ ଯଦି କାଟି ନ ପାରୁଛନ୍ତି ତା ହେଲେ କହିବେ ।

ନ କହିପାରୁଛନ୍ତି ତେବେ ସାଇଡ ରେ ନେଇ କହିବେ ଭାଇ ଏମିତି କରନ୍ତୁ ନାହି । ଯଦି ସମସ୍ଯା ର ସମାଧାନ ହେଉ ନାହି ତେବେ ଆଭଏଡ କରନ୍ତୁ । ମୁଁ ଆସି ଏମିତି କହି ଦେବି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ଉଶ୍ଵସୀ ମିଶ୍ର ଙ୍କ ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *