ଲିଭରରେ ଯନ୍ତ୍ରଣା କେଉଁଠି ଓ କିଭଳି ଅନୁଭୂତ ହୋଇଥାଏ ? ଦେଖନ୍ତୁ କଣ କହୁଛନ୍ତି Dr B.K Mishra

ନମସ୍କାର ବନ୍ଧୁଗଣ, ଲିଭର ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ଏହାର କାର୍ଯ୍ୟ ଅନ୍ୟ ଅଙ୍ଗ ମାନଙ୍କ ତୁଳନାରେ ଅଧିକ ଅଟେ । କହିବାକୁ ଗଲେ ଲିଭର ହିଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରୁଅଛି । ତେଣୁ ଯଦି ଆମ ଲିଭର ଖରାପ ହୋଇଯାଏ ତେବେ ଶରୀର ସମ୍ପୂର୍ଣ ଅସୁସ୍ଥ ହୋଇଯାଏ । ତେବେ ଯଦି ଲିଭର ଜନିତ କୌଣସି ସମସ୍ୟା ଦେଖା ଦିଏ ବା କଷ୍ଟ ଅନୁଭୂତ ହୁଏ ତେବେ ଏହି କଷ୍ଟ ଶରୀରର କେଉଁଠାରେ ଏବଂ କେଉଁ ପ୍ରକାର କଷ୍ଟ ଅନୁଭୂତ ହୋଇଥାଏ ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆମ ଶରୀରରେ ଖାଦ୍ୟ ହଜମ ହୋଇସାରିବା ପରେ ତାହା ଲିଭରକୁ ଯାଇଥାଏ । ଏବଂ ଲିଭର ସେହି ଖାଦ୍ୟରେ ରହିଥିବା ନ୍ୟୁଟ୍ରିସନକୁ ଗ୍ରହଣ କରିଥା ଏବଂ ଆମ ଶରୀରକୁ ଯେଉଁଭଳି ପୋଷାକ ଦରକାର ଥାଏ ସେହିଭଳି ତାହାକୁ ପରିବର୍ତ୍ତିତ କରିଥାଏ । ଏହା ସହିତ ହଜମ ହେବା ପରେ ଖାଦ୍ୟରେ ରହିଥିବା ଅଦରକାରୀ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ ।

ଆପଣ ଖାଉଥିବା ଖାଦ୍ୟରୁ ଯେଉଁ ସୁଗାର ଏବଂ ଗ୍ଳୁକୋଜ ମିଳିଥାଏ ତାହାକୁ ଗ୍ଲାଇକୋଜେନରେ ପରିଣତ କରିଥାଏ ଲିଭର । ରକ୍ତକୁ ଶୁଦ୍ଧ କରିବାର କାମ ମଧ୍ୟ ଲିଭରର ହୋଇଥାଏ । ଲିଭରରେ ଯଦି କୌଣସି ସମସ୍ୟା ସୃଷ୍ଟି ହୋଇଥାଏ ତେବେ ଆପଣ ବିଲକୁଲ ମଧ୍ୟ ଜାଣିପାରିବେ ନାହିଁ । କାରଣ ଲିଭର ଭିତରେ କଷ୍ଟ ଅନୁଭୂତ ହେବାର କୌଣସି ଫ୍ୟାକ୍ଟର ନାହିଁ ।

ଯଦି ଲିଭର କୌଣସି ସମସ୍ୟା ପାଇଁ ଅଧିକ ପ୍ରଭାବିତ ହୋଇ ଲିଭର ଉପରେ ଥିବା କ୍ୟାପସୁଲକୁ ପ୍ରଭାବିତ କରିଥାଏ ତେବେ ଆମକୁ କଷ୍ଟ ଅନୁଭବ ହୋଇଥାଏ । ଲିଭରର କଷ୍ଟ ଆପଣଙ୍କ ଶରୀରର ଡାହାଣ ପଟର ପିଞ୍ଜରା ହାଡ ତଳେ ଅନୁଭବ ହେବ । ଲିଭର ରହିଥିବା ସ୍ଥାନର ପିଠି ପଛପଟେ ମଧ୍ୟ କଷ୍ଟ ହୋଇଥାଏ । ବେଳେ ବେଳେ ଲିଭର ଜନିତ କଷ୍ଟ ଅଧିକ ସ୍ପ୍ରେଡ ହୋଇ ଡାହାଣ ପଟ କାନ୍ଧ ପାଖକୁ ଯାଇଥାଏ ।

ଲିଭରରେ ଯଦି ଭାଇରାଲ ହେପାଟାଇଟିସ ସମସ୍ୟା ଦେଖା ଦିଏ ତେବେ କଷ୍ଟ ଆପଣ ଅନୁଭବ କରିବେ । ଆଉ ଯଦି ଆଲକହଲ ସେବନ ଅଧିକ କରନ୍ତି ତେବେ ଆଲକହଲିକ ହେପାଟାଇଟିସ ହୋଇଥାଏ ଯାହଦ୍ଵାର କଷ୍ଟ ଅନୁଭୂତ ହୁଏ । ସେହିଭଳି ଫ୍ୟାଟି ଲିଭର ରୋଗ ହେଲେ ଆପଣଙ୍କୁ କଷ୍ଟ ହୋଇଥାଏ ଆଉ ସେହି କଷ୍ଟକୁ ଆପଣ ଜାଣିପାରିବେ ମଧ୍ୟ ।

ଲିଭର ଆବଶେଷ ହେବାଦ୍ବାରା ବି କଷ୍ଟ ଅନୁଭବ ହୋଇଥାଏ । ଏହି 4ଟି ସମସ୍ୟା ଲିଭରରେ ଦେଖା ଦେବା ଦ୍ଵାରା ଆପଣ ତାହାର କଷ୍ଟକୁ ଅନୁଭବ କରିପାରିବେ । ଏବଂ ଏହା ଏକ ଲିଭର ଜନିତ ସମସ୍ୟା ହେଉଛି ବୋଲି ଆପଣ ଜାଣି ପାରିବେ । ଯେଉଁଥିପାଇଁ ଲିଭର ସମସ୍ୟା ଦେଖା ଦେବାର ପ୍ରଥମ ଅବସ୍ତାରୁ ହିଁ ସତର୍କତା ଅବଲମ୍ବନ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *