Thyroid କଣ ଅଟେ ? ଏହାର ଲକ୍ଷଣ ଓ ଉପଚାର- Swami Ramdev

ଆପଣ ମାନେ ସମସ୍ତେ କାହାକୁ ନା କାହାକୁ କହିବାର ଶୁଣିଥିବେ ଯେ ମତେ ଥାଇରଏଡ ଅଛି ବା ଡକ୍ଟର ଆପଣଙ୍କୁ କେତେବେଳେ କହିଥାନ୍ତି ଯେ ଆପଣଙ୍କୁ ଥାଇରଏଡ ହେଇଯାଇଛି, ତେବେ ଏହା କେମିତିକା ରୋଗ ଆଜି ଆମେ ଆପଣଙ୍କୁ ଏହି ରୋଗ ବିଷୟରେ ସବୁ କଥା କହିବାକୁ ଯାଉଛୁ, ଯେମିତିକି ଥାଇରଏଡ କଣ ଅଟେ ?

ଥାଇରଏଡ ହେବାର କାରଣ କଣ ? ଥାଇରଏଡ ସିମ୍ପଟମ କଣ ? ଥାଇରଏଡ ହେଲେ କଣ ଖାଇବା ଉଚିତ ? ଓ ଥାଇରଏଡ ହେଲେ କେଉଁ ଜିନିଷ ଠାରୁ ଦୂରେଇ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ଥାଇରଏଡ ବିଷୟରେ ସମସ୍ତ ତଥ୍ୟ ବିସ୍ତାର ଭାବରେ ।

Image Courtesy: Google

ଥାଇରଏଡ କଣ ଅଟେ ?

ଥାଇରଏଡ ଗ୍ଲାଣ୍ଡ ଆମ ଶରୀରରେ ଆମ ବେକରେ ହୋଇଥାଏ ଯାହା ପ୍ରଜାପତି ଆକାର ର ହୋଇଥାଏ, ଏହି ଗ୍ଲାଣ୍ଡ ଦ୍ଵାରା ଆମ ଶରୀରରେ ଗ୍ରହଣ କରା ଯାଇଥିବା ଖାଦ୍ୟ ଶକ୍ତିରେ ପରିଣତ ହୋଇଥାଏ ଏହି ଶକ୍ତିକୁ ଆମ ଶରୀର ଅଲଗା କାର୍ଯ୍ୟରେ ବ୍ୟବହାର କରିଥାଏ ।

 

Image Courtesy: Google

ଏହା ସହ ଖାଦ୍ୟ ପାଚନରେ ମଧ୍ୟ ସାହାଜ୍ଯ କରିଥାଏ ଓ ପୁରା ଶରୀର ଊର୍ଜା ସଂଗ୍ରହ କରି ରଖିଥାଏ । ଥାଇରଏଡ ରୋଗ ପ୍ରାରମ୍ଭରେ ଜଣା ପଡିନଥାଏ ଓ ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ବା ଝିଅଙ୍କୁ ଅଧିକ ହୋଇଥାଏ, ଥାଇରଏଡକୁ ସାଇଲେଣ୍ଟ କିଲର ମଧ୍ୟ କୁହା ଯାଏ କାହିଁକିନା ଏହାର କିଛି ସଂକେତ ଶରୀରକୁ ଜଣା ପଡି ନଥାଏ ।

Image Courtesy: Google

କେଉଁ କାରଣ ପାଇଁ ଥାଇରଏଡ ରୋଗ ହୋଇଥାଏ ?

ଥାଇରଏଡ ଏମିତି ଗୋଟେ ରୋଗ ଯାହା ଅଧିକ ବା କମ ମାତ୍ରାରେ ଲୁଣ ସେବନ ଦ୍ଵାରା ମଧ୍ୟ ହୋଇପାରେ । ଥାଇରଏଡ ମା ପେଟରୁ ମଧ୍ୟ ହୋଇପାରେ କାହିଁକିନା କିଛି ଛୁଆଙ୍କ ଥାଇରଏଡ ଗ୍ଲାଣ୍ଡ ଭଲରେ ଉନତ ହୋଇନଥାଏ ଯାହା ପାଇଁ ତାଙ୍କୁ ଏହି ଭଳି ସମସ୍ଯା ହୋଇପାରେ । ବହୁତ ପ୍ରକାର ଏମିତି ଔଷଧ ମଧ୍ୟ ହୋଇଥାଏ ଯାହାର ସାଇଡ ଇଫେକ୍ଟ ଦ୍ଵାରା ମଧ୍ୟ ଥାଇରଏଡ ସମସ୍ଯା ଆରମ୍ଭ ହୋଇଥାଏ ।

Image Courtesy: Google

ଥାଇରଏଡ ହବାର ସିମ୍ପଟମ କଣ ?

ଥାଇରଏଡ ଏମିତି ଗୋଟେ ରୋଗ ଯାହାର ସଂକେତ ଆପଣଙ୍କୁ ଆରମ୍ଭରେ ଜଣା ପଡିନଥାଏ । ଥାଇରଏଡରେ ମଣିଷକୁ ବହୁତ ଥକା ଲାଗିଥାଏ, ଏହି ରୋଗରେ ମଣିଷକୁ କିଛି ନକଲେ ମଧ୍ୟ ଦୁର୍ବଳ ଅନୁଭବ ହୋଇଥାଏ । ଆପଣ ଯାହା ସେବନ କରନ୍ତି ତାହା ଊର୍ଜାରେ ପରିଣତ ହୋଇନଥାଏ ଯାହା କାରଣରୁ ଆପଣଙ୍କ ଓଜନ ହଟାତ ବଢିବାକୁ ଲାଗିଥାଏ । ଆପଣଙ୍କ ଆବାଜ ଓଜନିଆ ଲାଗିଥାଏ । ଏହି ରୋଗ ଦ୍ଵାରା ମଣିଷ ଚିନ୍ତା ବଢିଥାଏ ଯାହା ଦ୍ଵାରା ନିଦ ସମସ୍ଯା ଲାଗିଥାଏ ଓ ଚୁଟି ଝଡିବା ଆରମ୍ଭ ହୋଇଥାଏ ।

Image Courtesy: Google

କଣ ଖାଇବେ ଓ କଣ ଖାଇବେ ନାହିଁ

ତେବେ ଏହି ରୋଗ ଥିଲେ ଆପଣ ଚା, କଫି, ଅତ୍ୟଧିକ ଲୁଣ, ସୋୟା ଜାତୀୟ ଖାଦ୍ଯ, ପୁଲ କୋବି, ବନ୍ଧା କୋବି, ବ୍ରୋକଲି, ମିଠା ଜାତୀୟ ଖାଦ୍ଯ ଓ ଜଙ୍କ ଫୁଡ ଆଦିର ସେବନ କରନ୍ତୁ ନାହିଁ । ଏହି ରୋଗରୁ ମୁକ୍ତି ପାଇଁ, ପ୍ରତ୍ୟକ ଦିନ ତେଜପତ୍ର ଚା’ର ସେବନ କରନ୍ତୁ, ଗୋଟା ଧନିଆର ପାଣି, ଡାଲଚିନି, ମେଥି ଓ ଜୁଆଣୀ ଆଦିର ସେବନ କରନ୍ତୁ ଓ ପ୍ରତ୍ୟକ ଦିନ ଅଦା ପାଣି ପିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *