ଉଗ୍ର ହେଉଛି “ତିତଲି” – IMDର ଆକଳନ- ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମ – ସରକାର ଜାରି କଲେ ଏହି ସବୁ ଗାଇଡ୍‌ଲାଇନ୍‌ – ସେୟାର କରି ଜଣାନ୍ତୁ

ଉଗ୍ର ହେଉଛି “ତିତଲି”

ବେଳକୁ ବେଳ ଉଗ୍ର ହେଇ ହେଇ ଯାଉଛି ବାତ୍ୟା ତିତ୍‌ଲି । ବଢି ଚାଲିଛି ବଡ ବାତ୍ୟାର ଭୟ । ଆଇଏମ୍‌ଡି ଦେଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ତିତ୍‌ଲି ଗୋପାଳପୁର ଠାରୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଡିପ୍ ଡିପ୍ରେସନରୁ ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ତିତ୍‌ଲି ଆସନ୍ତାକାଲି ସକାଳେ ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ବହୁତ ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଆଗରେ ରଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଏ ସମ୍ପର୍କିତ ସରକାର ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ସତର୍କ ସୂଚନା ଜାରି କରା ଯାଇଛି । ସେଥିପାଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

IMDର ଆକଳନ- ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମ

ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଏବଂ ପୁରୀରେ ଅଧିକ କ୍ଷୟକ୍ଷତି ଆଶଙ୍କା କରାଯାଉଛି ସେଥିପାଇଁ ଏସବୁ ଅଞ୍ଚଳରେ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଆଶ୍ରୟ ସ୍ଥଳ କିମ୍ବା କୌଣସି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସେହିପରି  ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସେହିପରି ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି ।

ପ୍ରଭାବିତ ଆକଳନ କରାଯାଉଥିବା ଅଞ୍ଚଳରେ ସମସ୍ତ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଅଛି । ମୁଖ୍ୟତଃ ଛୋଟ ପିଲା, ବୃଦ୍ଧ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁରକ୍ଷା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେବାକୁ ଏସ୍‌ଆସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଆଲୋକ ବ୍ୟବସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  “ଓଡ୍ରାଫ ଓ ଫାୟାର ସର୍ଭିସ୍‌ ୟୁନିଟ୍‌କୁ ସବୁ ସମୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ମୁତୟନ ।

ମା’ଗୃହ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବେ ଗର୍ଭବତୀ ।

ଅସ୍ଥାୟୀ କିଚେନ୍, ଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ତଦାରଖ ।

ସ୍ୱାସ୍ଥ୍ୟ ସେବା ପାଇଁ ବ୍ଲକସ୍ତରରେ ନୋଡାଲ ଅଫିସର ନିଯୁକ୍ତି ।

କମିଶନରେଟ ପୁଲିସ ଅଞ୍ଚଳରେ ମୁତୟନ ହେଲେ ୮ ଓଡ୍ରାଫ ଟିମ୍ ।

ଅଗ୍ନିଶମ ବାହିନୀର ସମସ୍ତଙ୍କ ଛୁଟି ବାତିଲ, କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ।

ବାତ୍ୟା ପରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୩୦୦ ପାୱାର ବୋଟ୍ ପ୍ରସ୍ତୁତ ।

୩୩୫ ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟ ।

 

ଏବେ ହିଁ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ ଓ ସତର୍କ କରାଇବା ସହ ନିଜେ ସୁରକ୍ଷିତ ରୁହନ୍ତୁ

Leave a Reply

Your email address will not be published. Required fields are marked *