କାହିଁକି ଓ କେମିତି ଜନ୍ମ ନିଅନ୍ତି ଯାଆଁଳା ଛୁଆ ! ଯାଆଁଳା ଛୁଆ ଜନ୍ମ ହେବାର ୪ ଟି ପ୍ରମୁଖ କାରଣ ବିଷୟରେ ଜାଣନ୍ତୁ ।

କିଭଳି ହୋଇଥାଏ ଟ୍ୱିନ୍ସ ବା ଯାଆଁଳା ଛୁଆ ?

ଦୁଇ କିମ୍ବା ତିନି ବେଳେବେଳେ ଏହାଠାରୁ ଅଧିକ ସଂଖ୍ୟକ ଛୁଆ ଜନ୍ମ କରିଥିବା ମହିଳାଙ୍କ ଖବର ଆପଣ ଶୁଣିଥିବେ । ଯାହାକୁ ମେଡିକାଲ୍ ଟର୍ମରେ ମଲ୍ଟିପଲ୍ ପ୍ରେଗନେନ୍ସି ମଧ୍ୟ କୁହାଯାଏ । ତେବେ ଏହି ପ୍ରଶ୍ନ ସବୁବେଳେ ଆମ ମନରେ ଆସିଥାଏ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ତେବେ ଏଭଳି କାହିଁକି କିଛି ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ତାହା ଆସନ୍ତୁ ଜାଣିବା ।

ଆଇଡେଣ୍ଟିକାଲ୍ ଟ୍ୱିନ୍ସ :

ଏହା ଖୁବ୍ କମ୍ ଦେଖାଯାଇଥାଏ । ଗୋଟିଏ ଅଣ୍ଡାରୁ ଜନ୍ମ ହୋଇଥିବା ଛୁଆଙ୍କୁ ଆଇଡେଣ୍ଟିକାଲ୍ ଟ୍ୱିନ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଏକ ଅଣ୍ଡକୋଷରୁ ଶୁକ୍ରାଣୁ ଫର୍ଟିଲାଇଜ୍ ହୋଇଥାଏ । ଏହାପରେ ଫର୍ଟିଲାଇଜ୍ ଅଣ୍ଡ ଏକ ବା ଅଧିକ ଭାଗରେ ପ୍ରସାରିତ ହୋଇଯାଏ ।  ଏହି ପିଲାଙ୍କ ଚେହେରା ଏବଂ ଶରୀର ଏକ ସମାନ ହେବା ସହ ହାବଭାବ ମଧ୍ୟ ଏକ ହୋଇଥାଏ ।

ଫ୍ରେଟରନାଲ୍ ଟ୍ୱିନ୍ସ :

ଭିନ୍ନ ଭିନ୍ନ ଅଣ୍ଡକୋଷରୁ ଜନ୍ମ ନେଇଥିବା ଛୁଆଙ୍କୁ ଫ୍ରେଟରନାଲ୍ ଟ୍ୱିନ୍ସ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଦୁଇ କିମ୍ବା ଅଧିକ ଅଣ୍ଡକୋଷ ଅଲଗା ଅଲଗା ସ୍ପର୍ମରେ ଫର୍ଟିଲାଇଜ୍ ହୋଇଥାନ୍ତି । ଯଦି ମହିଳାଙ୍କ ଘରେ ପୂର୍ବରୁ ହିଁ ଫ୍ରେଟରନାଲ୍ ପିଲା ରହିଛନ୍ତି ତେବେ ଏହାର ସମ୍ଭାବନା ବଢିଯାଏ । ଅଧିକାଂଶ ଯାଆଁଳା ଛୁଆ ଏହିଭଳି ଜନ୍ମ ହୋଇଥାନ୍ତି । ଏହି ଟ୍ୱିନ୍ସ ଏକ ଭଳି ବି ଦେଖାଯାନ୍ତି ଏବଂ ଭିନ୍ନ ବି ଦେଖାଯାନ୍ତି ।

ଯାଆଁଳା ଛୁଆ ଜନ୍ମ ହେବା ପାଇଁ ଅନେକ କାରଣ ଥିଲେ ମଧ୍ୟ ଏଥିରୁ ୪ ଟି ପ୍ରମୁଖ କାରଣ ଉପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ . ବୟସ :

୩୦ ରୁ ୪୦ ବର୍ଷୀୟା ମହିଳାଙ୍କ ଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ । ଡାକ୍ତରଙ୍କ କହିବାନୁସାରେ ବୟସ ଅଧିକ ହୋଇଗଲେ ଓଭାରୀର ସନ୍ତୁଳନରେ ଚେଞ୍ଜ ଆସେ ଏବଂ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ ।

୨ . ଜୀବନଶୈଳୀ :

ଆମିଷ ତଥା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଉଥିବା ମୋଟା ମହିଳାଙ୍କଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ ।

୩ . ଫର୍ଟିଲିଟି ଟ୍ରିଟମେଣ୍ଟ :

ଯେଉଁ ମହିଳାମାନେ ଆଇଭିଏଫ୍ ର ସାହାରା ନେଇଥାନ୍ତି କିମ୍ବା ଫର୍ଟିଲିଟି ମେଡିସିନ୍ ଖାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଇଥାଏ ।

୪ . ପରିବାର ଇତିହାସ :

ପୂର୍ବରୁ ମହିଳାଙ୍କ ପରିବାରରେ ମା,ଭଉଣୀ,ଜେଜେମାଙ୍କ ଠାରେ ଯଦି ଏଭଳି ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି ତେବେ ମହିଳାଙ୍କ ଠାରେ ମଧ୍ୟ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ । ମହିଳା ଅଣ୍ଡାକୋଷ ସୃଷ୍ଟି କରୁଥିବାରୁ ପରିବାରରେ ମା’ ଭଉଣୀଙ୍କ ଜିନ୍ସ ତାଙ୍କ ପାଖକୁ ଚାଲିଆସିଥାଏ ।

Leave a Reply

Your email address will not be published. Required fields are marked *