କଣ ଆପଣଙ୍କର ନୂଆ ନୂଆ ବିବାହ ହୋଇଛି? ଏହି ୧୦ ଟି ବାସ୍ତୁ ଟିପ୍ସ ଆପଣଙ୍କ ସମ୍ପର୍କକୁ କରିବ ଆହୁରି ମଧୁର

ନୂଆ ବାହାଘର ଦେଖି ଆମେ ଭାବୁ କି ଦୁଇ ଜଣ ପ୍ରେମ ଭରା ହୃଦୟ ରୋମାନ୍ସରେ ମଜି ଯାଇଥିବେ କିନ୍ତୁ ବହୁତ ଥର ଏମିତି ହୁଏ ଦୁହେଁ ଦୁହିଁଙ୍କୁ ବୁଝିବାରେ ଓ ପରିବାରର ଆଶା ପୁରଣ କରିବାକୁ ଯାଇ ପ୍ରେମ ଓ ଆକର୍ଷଣ ବଦଳରେ ଦୁଖ , ଚିନ୍ତା ବଢିବାକୁ ଲାଗିଥାଏ । ଯଦି ଆପଣ ବି ଏମିତି ସମସ୍ୟାରେ ଗତି କରୁଛନ୍ତି ଡରିବାର ଆବଶ୍ୟକ ନାହିଁ !

ଏହି ଟିପ୍ସ ଆମେ ଆପଣଙ୍କ ପାଇଁ ଆଣିଛୁ-

୧ । ସବୁଠାରୁ ପ୍ରଥମ କଥା ଆମେ ଦେଖିବା ଆପଣଙ୍କ ଶେଯ କେଉଁ ଦିଗରେ ଅଛି… ନବବିବାହିତମାନଙ୍କୁ ନିଜ ଶେଯ ପୂର୍ବ-ପଶ୍ଚିମ ( ମୁଣ୍ଡ ପୂର୍ବ , ପାଦ ପଶ୍ଚିମ) ଦିଗରେ ହିଁ ରଖିବା ଦରକାର ।

୨ । ନିଜ ପୋଷାକ ଠାରୁ ଆରମ୍ଭ କରି ସବୁ ଜିନିଷ ଆପଣ ହାଲକା ରଙ୍ଗର ବ୍ୟବହାର କରନ୍ତୁ । ଲାଲ , ଗୋଲାପି , ହଳଦିଆ ଓ କମଳା ରଙ୍ଗର ଅଧିକ ପ୍ରୟୋଗ କରନ୍ତୁ ।

୩ । ନିଜ ଶୋଇବା ଘରେ ଯୋଡା ଗଛ ରଖନ୍ତୁ । ଏହା ପାଇଁ ଆପଣ ବାଉଁଶ ଗଛର ପ୍ରୟୋଗ କରିପାରିବେ , ଯାହାକୁ ସମୃଦ୍ଧିର ପ୍ରତୀକ ବୋଲି ମାନନ୍ତି । ଏହାକୁ ଯୋଡା କରି ରଖିଲେ ଭଲପାଇବା ବଢିଥାଏ ।

୪ । ଘର ଓ ଶୋଇବା ଘରର ଡାହାଣ କୋଣକୁ ସମ୍ପର୍କର କୋଣ ବୋଲି କୁହାଯାଇଥାଏ , ଯିଏ ଆପଣଙ୍କ ସଂପର୍କକୁ ଆହୁରି ଦୃଢ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ଚାହିଁଲେ ଏହାକୁ ଗୋଲାପି ରଙ୍ଗର ଫୁଲରେ ବି ସଜାଇ ପାରନ୍ତି ନତୁବା ଆପଣଙ୍କର ଗୋଟିଏ କପଲ ଫୋଟୋ ଫ୍ରେମରେ ଲଗାଇ ରାଖି ପାରନ୍ତି । କିନ୍ତୁ ପାଣି ସମ୍ବନ୍ଧୀୟ କୌଣସି ଫୋଟୋ ବା କୌଣସି ଜିନିଷ ରଖିବେ ନାହିଁ ।

୫ । ନିଜ ଶୋଇବା ଘରେ ସବୁବେଳେ ଏମିତି ରଙ୍ଗ ରଖନ୍ତୁ ଯିଏ ଆଖିକୁ ଭଲ ଲାଗିବ । ରୋମାଣ୍ଟିକ ଜିନିଷକୁ ନିଜ ଶୋଇବା ଘରେ ସ୍ଥାନ ଦିଅନ୍ତୁ ।

୬ । ପ୍ରେମରେ ଦୁହେଁ ଦୁହିଁଙ୍କୁ କିଛି ନା କିଛି ଉପହାର ନିଶ୍ଚୟ ଦିଅନ୍ତୁ ଓ ଏହି ଉପହାରକୁ ନିଜ ଶୋଇବା ଘରେ ସଜାନ୍ତୁ ଯାହାକୁ ଦେଖି ଆପଣ ନିଜର ପ୍ରେମର ଭାବନାକୁ ବାରମ୍ବାର ଅନୁଭବ କରି ପାରିବେ ।

୭ । ଶୋଇବା ଘରେ ଦକ୍ଷିଣ-ପଶ୍ଚିମ କୋଣକୁ ସବୁଦିନେ ସୁନ୍ଦର ଫୁଲରେ ସଜାନ୍ତୁ । ସୁନ୍ଦର ରଙ୍ଗ ବେରଙ୍ଗୀ ମହମବତିକୁ ମଧ୍ୟ ସଜାଇ ପାରନ୍ତି । ଏହା ଦ୍ଵାରା ଆପଣଙ୍କ ଭିତରର ଭଲପାଇବା ବଢିଥାଏ ।

୮ । ଅନାବଶ୍ୟକ ଜିନିଷକୁ ନିଜ ଶୋଇବା ଘରେ ସ୍ଥାନ ଦିଅନ୍ତୁ ନହିଁ ।

୯ । ଶୋଇବା ଘରକୁ ଲାଗିଥିବା କୌଣସି ସୁରକ୍ଷିତ ସ୍ଥାନରେ ଧୂପବାତି ଲଗାନ୍ତୁ ।

୧୦। ରାଧାକୃଷ୍ଣ ଙ୍କର ପ୍ରେମଭରା ଫୋଟୋ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *