ଏମିତି ତ ଦାନର ମହିମା ଉପରେ ଗ୍ରନ୍ଥ ବହୁତ ଅଛି କିନ୍ତୁ ଶାସ୍ତ୍ରରେ ଏହା ବି ଲେଖା ଅଛି କି କେଉଁ ପ୍ରକାରର ଦାନ ଆପଣଙ୍କ ପାଇଁ ଅଶୁଭ ହୋଇପାରେ । ଆପଣଙ୍କର ଗୁଡ ଲକ ବ୍ୟାଡ ଲକରେ ମଧ୍ୟ ବଦଳି ଯାଇପାରେ ।
ଝାଡୁ ଦାନ କରିବା ମଧ୍ୟ ଅଶୁଭ ଫଳଦାୟକ ବୋଲି ସମସ୍ତେ ମାନନ୍ତି ।
ଷ୍ଟିଲର କୌଣସି ଜିନିଷ ଦାନ କରିବା କଥା ନୁହେଁ ।
କୌଣସି ପଣ୍ଡିତ ବା ସମ୍ମାନୀୟ ବ୍ୟକ୍ତିଙ୍କୁ ନିଜର ପିନ୍ଧିଥିବା ପୁରୁଣା ବସ୍ତ୍ରର ଦାନ ଦେବା ଅଶୁଭ ହୋଇଥାଏ ।
ତେଲ ଦାନ କରିବା ଶନିଙ୍କ ପାଇଁ ଭଲ ହୋଇଥାଏ , କିନ୍ତୁ ଖରାପ ବା ଉପଯୋଗ କରାଯାଇଥିବା ତେଲ ଦାନ କରିବା ଭି ଅଶୁଭ ଫଳର କାରଣ ହୋଇଥାଏ ।
ଫ୍ରେସ ଖାଦ୍ୟ ଦାନ କରିବା ଭଲ ହୋଇଥାଏ , କିନ୍ତୁ ବାସି ଖାଦ୍ୟ ଦାନ କରିବା ଅଶୁଭ ହୋଇଥାଏ ।
ବହି ବା ଧାର୍ମିକ ଗ୍ରନ୍ଥର ଦାନ କରିବା ଭଲ ହୋଇଥାଏ , କିନ୍ତୁ ତାହା ଚିରା ହୋଇଥିଲେ ତାହାକୁ ଦାନ କରିବା ଉଚିତ ନୁହେଁ ।
ଧାରୁଆ ବସ୍ତୁ ଯେପରି ଛୁରୀ , ନେଲ କଟର, କଇଁଚି , ଭୁଜାଲି ଆଦି ଦାନରେ ଦେବା ଆପଣଙ୍କ ପାଇଁ ବ୍ୟାଡ ଲକର କାରଣ ହୋଇଥାଏ ।