ଏହି ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗ କରିପାରେ ଭଲ, ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର

ସଦାବାହାର ଗଛ :- ଏହି ଗଛର ନାମ ଏଥିପାଇଁ ସଦାବାହାର ରଖାଯାଇଛି ଯେ, ଏହି ଗଛର ଫୁଲ ବାର ମାସ ଯାଏ ଫୁଟିଥାଏ ।   ଏଥିପାଇଁ ଏହାକୁ ବାରମାସୀ ବା ସଦ୍‌ପୁଷ୍ପା ମଧ୍ୟ କୁହାଯାଏ ।   ଏଥିରେ ଅନେକ ଔଷଧିୟ ଗୁଣ ଥିବାରୁ ଏହାକୁ ସଂଜୀବନୀ ମଧ୍ୟ କୁହାଯାଏ ।   ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ । ଏହା ଏକପ୍ରକାର ଇନ୍‌ସୁଲିନ୍‌ ଭଳି କାମ କରିଥାଏ ।

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ ।

ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ଉଚ୍ଚ ରକ୍ତଚାପର ଉପଚାର

୨.ଏହା ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ ହୋଇଥାଏ । ଏହାର ମୂଳକୁ ଭଲରେ ସଫା କରି ସକାଳେ ଖାଲି ପେଟରେ ଖାଆନ୍ତୁ । ଅବା ଏହାର ମୂଳକୁ ଦାନ୍ତକାଠି ଭଳି ଚୋବାଇ ଏହାର ରସ ପିଅନ୍ତୁ ।

୩. ଏହାର ପତ୍ରକୁ ମଧ୍ୟ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ଖାଇପାରିବେ ।

୪. ଯେତେବେଳେ ଏହି ଗଛକୁ ଆପଣ ବ୍ୟବହାର କରୁଛନ୍ତି ଧ୍ୟାନ ରଖନ୍ତୁ କେବଳ ଗୋଲାପୀ ଓ ଧଳା ଫୁଲ ଥିବା ଗଛ ବ୍ୟବହାର କରିବେ ।

ଡାଇବେଟିସ୍‌ ଉପଚାର

୧. ସଦାବାହାରର ପୂରା ଗଛରେ ପାଖାପାଖି ୧୫୦ ପ୍ରକାର Alkaloid ରହିଥାଏ ।

୨. ଏହା ଆମ ଶରୀରରେ ସୁଗାର ଲେବଲ ବା ଶର୍କରା ସ୍ତର କମ୍‌ କରିବା ପାଇଁ ଅନେକ ସାହାଯ୍ୟ କରିଥାଏ ।

୩. ଏହି Alkaloid ଆମ ଶରୀରର ପାନ୍‌କ୍ରିୟାସ୍‌ର ବିଟା ସେଲସ୍‌କୁ ଶକ୍ତି ପ୍ରଦାନ କରିଥାଏ । ଯାହାଦ୍ୱରା ପାନ୍‌କ୍ରିୟାସ୍‌ ଠିକ୍‌ ଭାବେ ଇନ୍‌ସୁଲିନ୍‌ ନିଃସରଣ କରିଥାଏ ।

୪. ଏହା ଟାଇପ୍‌ ୧ ଓ ଟାଇପ୍‌ ୨ ଦୁଇ ପ୍ରକାର ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅନେକ ଲାଭଦାୟକ ହୋଇଥାଏ । ସଦାବାହାର ପତ୍ରକୁ ଖରାରେ ଶୁଖାଇ ଗୁଣ୍ଡ କରିବା ପରେ ଏୟାରଟାଇଟ୍‌ ଡବାରେ ରଖନ୍ତୁ । ପ୍ରତିଦିନ ସକାଳେ ଏକ ଚାମଚ ଗୁଣ୍ଡ ପାଣି ସହ ଖାଆନ୍ତୁ । ଡା. ଆଶୁତୋଷ ଗୌତମଙ୍କ ମତରେ ଉଭୟ ଫୁଲ ଓ ପତ୍ର ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏକ ପ୍ରକାର ମହୌଷଧି ଭଳି ।

୫. ସଦାବାହାର ଗଛର ପତ୍ର, ଫୁଲ ଡାଳ ଇତ୍ୟାଦି ଖାଲି ପେଟରେ ଖାଇବା ଆବଶ୍ୟକ । ଏହାର ଚଟଣୀ ତିଆରି କରି ମଧ୍ୟ ଖାଇପାରିବେ । ଏହାର ପତ୍ର ଓ ଫୁଲକୁ ଆପଣ ହର୍ବାଲ ଟି’ ଭଳି ସକାଳ ଓ ସନ୍ଧ୍ୟାରେ ବ୍ୟବହାର କରିପାରିବେ ।

୬. ଆହୁରି ମଧ୍ୟ ଏହାର ୪, ୫ଟି ପତ୍ରକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ ଶୌଚ ହେଲା ପରେ ଏହାକୁ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା କରିବାର ୧୦ ଦିନ ପରେ ସୁଗାର ଯାଞ୍ଚ କରନ୍ତୁ । ଏହାର ଲାଭ ଆପଣ ଜାଣି ପାରିବେ ।

ସଦାବାହାର ଦ୍ୱାରା କ୍ୟାନ୍ସର ଉପଚାର-

କ୍ୟାନ୍ସର ରୋଗୀଙ୍କୁ ସଦାବାହାର ପତ୍ରର ଚଟଣୀ ଖାଇବାକୁ ଦେଲେ ଅନେକ ଫାଇଦା ମିଳିଥାଏ ।  ଏହାର ରସ ବାହାର କରି ମଧ୍ୟ ପିଇପାରିବେ । କିନ୍ତୁ ଏହାକୁ ଖାଲି ପେଟରେ ଖାଇବା କି ପିଇବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *