ଘରୋଇ କଳହ ରୁ ହତ୍ୟା- ଭୁଜାଲିରେ ହାଣି ମା’କୁ ହତ୍ୟା କଲା ପୁଅ।

ଭୁଜାଲିରେ ହାଣି ମା’କୁ ହତ୍ୟା କଲା ପୁଅ । ତେବେ ଘରେ କେହି ନଥିବା ବେଳେ କମଳାକାନ୍ତ ମାକୁ କୁକୁଡା ଫାର୍ମକୁ ନେଇ ଭୂଜାଲିରେ ହାଣି ହତ୍ୟା କରିଥିଲେ । ପରେ ଛାତ ଉପରୁ ପଡି ମାର ମୃତ୍ୟୁ ହୋଇଥିବା ଥାନାରେ ଏତଲା ହୋଇଥିଲା । ଏହା ପରେ ପୁଲିସର ପଚରାଉଚରା ପରେ ପରିବାର ଲୋକଙ୍କ କଥାରେ ତାଳ ମେଳ ରହିନଥିବାରୁ ପୁଅକୁ ଅଟକ ରଖି ପଚରା ଉଚରା ସେ ସତ ସ୍ୱୀକାର କରିଥିଲା ।

ଘରୋଇ କଳିର କରୁଣ ପରିଣତି ।  କେନ୍ଦ୍ରାପଡା ଡେରାବିଷ ଥାନା ଦୁମୁକା ଗାଁରେ ଏଭଳି ଅଘଟଣ ଘଟିଛି । ତୁଳସୀ ଓ ତାଙ୍କ ପୁଅ କମଳାକାନ୍ତର ଅଧିକାଂଶ ସମୟ ନିଜ ଝିଅ ନେଇ ଝଗଡା ଲାଗି ରହୁଥିଲା । ତୁଳସୀ ତାଙ୍କର ବିବାହିତ ଝିଅକୁ ଘରେ ରଖିବାକୁ ଚାହୁଁ ଥିବାରୁ ପୁଅ ଏହାକୁ ବିରୋଧ କରୁଥିଲା । ସେହି ଝଗଡା ଏତେ ବଢି ଯାଇଥିଲା ଯେ ପୁଅ ନିଜ ମା କୁ ମାରିବାକୁ ମଧ୍ୟ ପଚୟ ନଥିଲା।

Leave a Reply

Your email address will not be published. Required fields are marked *