କମିଲା ଜିଏସଟି ଦର: ଚାଲନ୍ତୁ ଜାଣିବା ଶସ୍ତା ହେଲା କେଉଁସବୁ ଜିନିଷ

ଆମେ କହି ରଖୁଛି କି, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ପ୍ରତିଶତ ସାମଗ୍ରୀକୁ ୧୮ପ୍ରତିଶତ କିମ୍ବା ତାଠାରୁ କମ ଟିକସ ସ୍ଲାବରେ ରଖିବା ପାଇଁ ସଙ୍କେତ ଦେଇଥିଲେ । ଦିଲ୍ଲୀରେ ବସିଥିବା ୩୧ ତମ ଜିଏସଟି ପରିଷଦ ବୈଠକରେ ୩୩ଟି ସାମଗ୍ରୀରେ ଜିଏସଟି ଦର ହ୍ରାସ ହେବା ନେଇ ନିଷ୍ପତି ନିଆଯାଇଛି । ତେବେ ୬ଟି ସାମଗ୍ରୀକୁ ୨୮ ପ୍ରତିଶତର ସ୍ଲାବରୁ ହଟାଇ ୧୮ ପ୍ରତିଶତକୁ ଅଣାଯାଇଛି । ଏହି ବୈଠକରେ ୩୩ଟି ଆଇଟମ ଉପରେ ଜିଏସଟି ଦର ହ୍ରାସ ପାଇଛି । ଏଥିସହିତ ହିଁ ୬ଟି ଆଇଟମକୁ ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତକୁ ଅଣାଯାଇଛି । ସେହିପରି ୨୬ଟି ଆଇଟମକୁ ୧୮ ପ୍ରତିଶତ ସ୍ଲାବରୁ ୧୨ ପ୍ରତିଶତକୁ ଅଣାଯାଇଛି ।ସେହି ଅନୁସାରେ ଆଜିର ବୈଠକରେ ୩୩ଟି ସାମଗ୍ରୀରୁ ଜିଏସଟି କମାଇବା ନେଇ ନିଷ୍ପତି ହୋଇଛି ।

ସିମେଂଟ ଉପରୁ ଟିକସ ପରିମାଣ ହ୍ରାସ ପାଇଛି । ସିମେଂଟକୁ ୧୮ ପ୍ରତିଶତ ପରିସରରେ ରଖାଯାଇଛି । କାରଣ ସିମେଂଟ ଉପରେ ୨୮ ପ୍ରତିଶତର ଦର ହେବା ଦ୍ୱାରା କଳାବଜାରୀ ବୃଦ୍ଧି ପାଇଥିଲା । ଏଭଳି ପରିସ୍ଥିତିରେ ଦର କମ ହେବା ଦ୍ୱାରା ଏହା ପ୍ରଭାବିତ ହେବ ଏବଂ ବିକ୍ରିର ଆକଳନ ବୃଦ୍ଧି ପାଇବା ଦ୍ୱାରା ରାଜସ୍ୱ ସମାନ ରହିବାର ସରକାର ଆଶା ରଖିଛନ୍ତି ।

ତେବେ ୩୩ଟି ସାମଗ୍ରୀ ଉପରେ ଜିଏସଟି ଦର ଖସାଇ ଦିଆଯାଇଛି । ଯେଉଁଥିରେ ବିଳାଶପୂର୍ଣ୍ଣ ବସ୍ତୁ ଏବଂ ତମ୍ବାକୁ –ସିଗାରେଟକୁ ଛାଡି ଦେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଗୁଡିକୁ ୧୮ ପ୍ରତିଶତ ଜିଏସଟି ପରିସରରେ ରଖାଯାଇଛି । ତେବେ ଏହି ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁଗୁଡିକରେ କମ୍୍ୟୁଟର ମନିଟର, ପାୱାର ବ୍ୟାଙ୍କ , ୟୁପିଏସ, ଭିଡିଓ ଗେମ୍, ଟାୟାର, ୬୮ ସେଂଟିମିଟରରୁ ବଡ ଟିଭି, ଟାୟାର, ଡିଜିଟାଲ କ୍ୟାମେରା, ୱାଶିଂମେସିନ,ଲିଥିୟମ ବ୍ୟାଟେରୀ ଏବଂ ପାଣି ଗରମ କରୁଥିବା ୱାଟର ହିଟର ସାମିଲ ରହିଛି ।

Leave a Reply

Your email address will not be published. Required fields are marked *