ବ୍ୟବସାୟ କରୁଥିଲେ ବାସ୍ତୁର ଏହି ୬ଟି ଟିପ୍ସ ଆପଣଙ୍କର ବହୁତ କାମରେ ଆସିବ

ବର୍ତ୍ତମାନ ସମୟରେ ସମସ୍ତ ବ୍ୟକ୍ତି ବାସ୍ତୁକୁ ବହୁତ ମହତ୍ଵ ଦେଉଛନ୍ତି । କିନ୍ତୁ ଏହାର ପାଳନ କେମିତି କରିବେ ସେ ବିଷୟରେ ଜାଣି ପାରୁ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବାସ୍ତୁ ସମ୍ବନ୍ଧିତ କିଛି ଟିପ୍ସ କହିବାକୁ ଯାଉଛୁ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଏହି ସବୁ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପ୍ରତ୍ୟକ ଦୋକାନୀ ସବୁଦିନ ନିଜ ଦୋକାନକୁ ସଫା କରେ, ଧୂପ ଲଗାଏ, ପ୍ରାଣମ କରି ନିଜ ବସିବା ସ୍ଥାନରେ ବସନ୍ତି । କିନ୍ତୁ ଯଦି ବାସ୍ତୁ ଅନୁସାରେ ସେ ଏହି ସବୁ କାମ କରନ୍ତି ତେବେ ଧୀରେ ଧୀରେ ନିଜର ଆୟରେ ବୃଦ୍ଧି ହୋଇଥାଏ ।

କଣ ସେହି ନିୟମ ଆସନ୍ତୁ ଜାଣିବା-

ଦୋକାନକୁ ସଫା କରିବା ସମୟରେ ଆଳିଆକୁ ରାସ୍ତାରେ ପକାନ୍ତୁ ନାହିଁ, ନା କୌଣସି ଅନ୍ୟ ଦୋକାନ ଆଡକୁ ଦିଅନ୍ତୁ । ଏହା ଦ୍ଵାରା ବ୍ୟବସାୟରେ ଘାଟା ହୁଏ । ଏହାକୁ ନିଜ ଦୋକାନର ଦକ୍ଷିଣ – ପଶ୍ଚିମ କୋଣରେ ଡସ୍ଟବିନ ରାଖୀ ସେଥିରେ ପକାନ୍ତୁ । ଅଧିକା ହେଲେ ସଫାକରିବାକୁ ଆସୁଥିବା ସରକାରୀ ଅଳିଆ ଗାଡିରେ ପକାନ୍ତୁ ।

ଆଳିଆ ଯଦି ଦୋକାନର ସମ୍ମୁଖରେ ବା ମଝିଆ ମଝି ପକାଯାଏ ତେବେ ଏହା ଦ୍ଵାରା ସେହି ସ୍ଥାନରେ ଥିବା ସମସ୍ତ ଦୋକାନର ଆୟ ଉପରେ ଏହାର ପ୍ରଭାବ ପଡିଥାଏ । ଏହି ମଧ୍ୟ ଭାଗଟିକୁ ବ୍ରହ୍ମା କ୍ଷେତ୍ର ବୋଲି କୁହାଯାଏ । ଏହାକୁ ଦୂଷିତ କରିଲେ ଆୟ ଏବଂ ସ୍ୱାସ୍ଥ୍ୟ ନାସ ହୁଏ ।

ନିଜ ପଡୋଶୀ ଦୋକାନୀ ମାନଙ୍କୁ ମଧ୍ୟ ଏହି ବିଷୟରେ କୁହନ୍ତୁ । ଯାହାଫଳରେ ସେମାନେ ମଧ୍ୟ ତାଙ୍କ ଆଲିଆକୁ ଏଠି ସେଠି ପକାଇବେ ନାହିଁ । ଏହା ଦ୍ଵାରା ସେହି କ୍ଷେତ୍ର ପ୍ରଦୂଷିତ ରୁହେ ଓ ଆମର ମନସ୍ଥିତି ଠିକ ରୁହେ ନାହିଁ। ସବୁବେଳେ ଚିନ୍ତା ଲାଗି ରୁହେ ।

ଦୋକାନରେ ବସିବା ସମୟରେ ନିଜର ମୁହଁ ସର୍ବଦା ଉତ୍ତର ବା ପୂର୍ବକୁ କରି ବସନ୍ତୁ । ଏହା ଦ୍ଵାରା କେହି ଉଧାରୀ ମାଗିବେ ନାହିଁ ଏବଂ ମୁଲେଇବେ ନାହିଁ ।

ଯେଉଁ ଦୋକାନ ବା ଘରେ ଆମେ ଭଡା ଦେଉଛେ ବା ଆମ ନାଁ ରେ ଅଛି ସେହି କ୍ଷେତ୍ର ମଧ୍ୟ ଆମକୁ ଲାଭ ଦିଏ । ଯଦି ସେହି ଗୃହରେ ଦୋକାନକୁ ବଢାଇବାକୁ ଚାହୁନଥିବେ ତେବେ ବାସ୍ତୁ ନିୟମ ଅନୁସାରେ କରିବେ ନଚେତ ଏହା ଆୟ ଉପରେ ପ୍ରଭାବ ପକାଇପାରେ । ଏମିତି କରିବେ ନାହିଁ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *