ଭିଟାମିନ – E କ୍ୟାପଶୁଲ ଖାଉଥିଲେ ବା ଚେହେରାରେ ଲାଗୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ମଣିଷ ଶରୀରରେ ଭିଟାମିନ ର ଆଵଶ୍ୟକତା ନିଶ୍ଚୟ ରହିଥାଏ । ଭିଟାମିନ ଆମ ଶରୀରକୁ ସୁସ୍ଥ ରଖିଥାଏ । ଭିଟାମିନ ଅଭାବରୁ ମଧ୍ୟ ଅନେକ ପ୍ରକାରର ରୋଗ ହୋଇଥାଏ । ତେବେ ଭିଟାମିନ ଅନେକ ପ୍ରକାରର ଅଛି ଭିଟାମିନ A, C, D, E, K ଆହୁରି ଅନେକ ପ୍ରକାରର ଭିଟାମିନ ରହିଛି । ତେବେ ସବୁ ପ୍ରକାରର ଭିଟାମିନ ଆମେ ଖାଦ୍ୟ ମାଧ୍ୟମରେ ଖାଇଥାଉ । ତେବେ ଏହି ଭିଟାମିନ ଗୁଡିକ କେବଳ ଆଭ୍ୟନ୍ତରୀଣ ଶରୀର ପାଇଁ ଭଲ ତାହା ନୁହେଁ ଏହା ବାହ୍ୟ ଶରୀରର ପାଇଁ ମଧ୍ୟ ଭଲ ହୋଇଥାଏ ।

ତେବେ ଏହି ଭିଟାମିନ ଗୁଡିକ ମଧ୍ୟରୁ ଆଜି ଆମେ ଭିଟାମିନ E ସମ୍ଭନ୍ଧରେ ଜାଣିବା । ଭିଟାମିନ E ସବୁଜ ପରିବାରୁ ମିଳିଥାଏ । କିନ୍ତୁ ଭିଟାମିନ E ର କ୍ୟାପସୁଲ ମଧ୍ୟ ମିଳୁଛି । ଯଦି ଆପଣ ସବୁ ପ୍ରକାର ପରିବା ଆଣିବା ପାଇଁ ଅସମର୍ଥ କାରଣ ଆଜି କାଲି ସବୁ ଜିନିଷର ଦର ଦାମ ବୃଦ୍ଧି ପାଉଛି ।

ତେଣୁ ସବୁ ସମୟରେ ଆମେ ପରିବା ମାଧ୍ୟମରୁ ଭିଟାମିନ ପାଇପାରିବା ନାହିଁ । ସେମିତିରେ ବି ଵର୍ତମାନ ର ପରିବା ଆଦିରେ ରସାୟନିକ ଜିନିଷର ଭାଗ ବେଶୀ ରହୁଛି । ତେଣୁ ପରିବାରୁ ଆମେ ୧୦୦% ଭିଟାମିନ E ପାଇପାରିବା ନାହିଁ । ତେଣୁ ଆପଣ ଏପରି ପରିସ୍ଥିତି ରେ ଭିଟାମିନ E ର କ୍ୟାପସୁଲ ବ୍ୟବହାର କରି ପାରିବେ । ଏହା ଅର୍ଥ ଦୃଷ୍ଟି ରୁ ମଧ୍ୟ ଭଲ ରହିଥାଏ । ଏହାର ଦାମ ମଧ୍ୟ ଅତି ବେଶୀ ନୁହେଁ ।

ତେବେ ଆଜି କାଲି ପ୍ରଦୂଷଣ ଯୋଗୁଁ କେଶ ଝଡ଼ିବା ସମସ୍ୟା ବେଶୀ ଦେଖା ଯାଉଛି । ତେବେ ଆପଣ ଭିଟାମିନ E କ୍ୟାପସୁଲ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ । ଭିଟାମିନ E କେଶ ପାଇଁ ବହୁତ ଭଲ ଅଟେ । ଯଦି ଆପଣଙ୍କ ମୁହଁରେ କୌଣସି ଦାଗ ଥାଏ ବା ଯଦି ଅଧିକ ଚିନ୍ତା ଓ ଅନିଦ୍ରା ଯୋଗୁଁ ଆପଣଙ୍କ ଆଖି ତଳେ କଳା ଦାଗ ପଡୁଥାଏ ତେବେ ଆପଣ ଭିଟାମିନ E କ୍ୟାପସୁଲ କୁ କାଟିକି ଏହା ଭିତରେ ଥିବା ତେଲକୁ ଦାଗ ଥିବା ସ୍ଥାନରେ ଲଗାନ୍ତୁ ।

କିନ୍ତୁ ଏହାକୁ ଶୋଇବା ଆଗରୁ ଲଗାଇବେ ଓ ସକାଳୁ ଉଠିବା ପରେ ସାଧା ପାଣିରେ ମୁହଁକୁ ଭଲ ଭାବେ ଧୋଇ ନେବେ । ଏପରି କରିବା ଦ୍ୱାରା କିଛି ଦିନରେ ଆପଣଙ୍କ ମୁହଁରେ ଥିବା ଦାଗ କମିଯିବ । ଯଦି ଆପଣଙ୍କ ମୁହଁରେ କଣା କଣା ହୋଇ ଛେଦ ହୋଇଥାଏ ତେବେ ଆପଣ ଭିଟାମିନ E କ୍ୟାପସୁଲ କୁ କାଟି ଏହି ତେଲ ସହ ବାଦାମ ତେଲ ମିଶାଇ ଲଗାନ୍ତୁ ଏହା ଭଲ ହୋଇଯିବ । ଓ ଆପଣଙ୍କ ମୁହଁ ଚିକ୍କଣ ହୋଇଯିବ । ଭିଟାମିନ E ଓଠ ଫାଟିବା ସମୟରେ ମଧ୍ୟ ଭଲ କାର୍ଯ୍ୟ କରିଥାଏ ।

ଓଠ ଫାଟିବା ବେଳେ ଆପଣ ଭିଟାମିନ E କ୍ୟାପସୁଲ ରେ ଥିବା ତେଲକୁ ଓଠରେ ମାଲିସ କରିବେ କିଛି ଦିନରେ ଓଠ ଫଟା ଦୂର ହୋଇଯିବ । ଏହିପରି ଭାବରେ ଭିଟାମିନ E କ୍ୟାପସୁଲ ର ବ୍ୟବହାର କରିପାରିବେ । ନହେଲେ ଆପଣ ସିଧାସଳଖ ଭାବେ ଭିଟାମିନ E କ୍ୟାପସୁଲ ର ସେବନ କରିପାରିବେ ଏହା ଶରୀର ପାଇଁ ଭଲ ଅଟେ । ଆପଣଙ୍କ ଶରୀରରେ ଭିଟାମିନ ମିଳିପାରିବ । କିନ୍ତୁ ଆପଣ ଭିଟାମିନ E କ୍ୟାପସୁଲ କୁ ଦିନେ ଛଡା ଦିନେ ରେ ବ୍ୟବହାର କରି ପାରିବେ । ସବୁଦିନ ଏହାର ସେବନ କରିବେ ନାହିଁ ।

Leave a Reply

Your email address will not be published. Required fields are marked *