WHO ମଧ୍ୟ ମାନିଲେ ଏବେ ପବନରେ ରହିଛି କରୋନା ଭାଇରସ, ଜାଣନ୍ତୁ ଏହା କେତେ ଭୟଙ୍କର ?

୩୨ ଦେଶ ୨୩୯ ବୈଜ୍ଞାନିକ WHOକୁ ଗୋଟେ ପତ୍ର ଲେଖି ଏହା କହିଛନ୍ତି ଯେ କରୋନା ଗୋଟେ ପବନ ଜଡିତ ଭାଇରସ ଅଟେ, ଯାହା ପବନରେ ମଧ୍ୟ ବ୍ୟାପୀ ପାରେ । ବୈଜ୍ଞାନିକ ଏହାକୁ ବିସ୍ତାର ସହ ବୁଝାଇ କହିଥିଲେ ଯେ ଭାଇରସ ଛୋଟ କଣ ପବନ ଦ୍ଵାରା ମଧ୍ୟ ଲୋକଙ୍କୁ ସଂକ୍ରମିତ କରି ପାରେ, WHO ମଧ୍ୟ ଏହି ତଥ୍ୟ ଆଧାରିତ ଏହି ରିପୋର୍ଟ କୁ ସ୍ଵୀକାର କରିଛନ୍ତି । WHOରେ କରୋନା ମହାମାରୀ ଯଡିତ ଟେକନିକଲ ଲିଡ ଡକ୍ଟର ମାରିଆ କରଖୋବ କହିଛନ୍ତି, ‘କରୋନା ଭାଇରସ ପବନରେ ରହିବାର ତଥ୍ୟ ପ୍ରାପ୍ତ ହୋଇଛି, କିନ୍ତୁ ବର୍ତ୍ତମାନ ଏହା ସପଷ୍ଟ ହବା ବାକି ଅଛି । ତଥାପି ଭିଡ ଜାଗା ବା ସାର୍ବଜନୀକ ଜାଗା ଓ ବନ୍ଦ ଜାଗାରେ ପବନ ଦ୍ଵାରା ଭାଇରସ ବ୍ୟାପୀବା ଆଶଙ୍କା ରହିଛି ଯାହାକୁ ମନା କରି ହବ ନାହିଁ ।’

Image Courtesy: Google

କରୋନା ଭଳି ରେଷ୍ପିରେଟୋରୀ ଇନଫେକସନ ଅଲଗା ଅଲଗା ସାଇଜ ଡ୍ରପଲେଟ ଦ୍ଵାରା ବ୍ୟାପିଥାଏ, ଏହି ଡ୍ରପଲେଟ ଡାୟାମିଟରରେ ୫ – ୧୦ ମାଇକ୍ରୋନ୍ସ ଠାରୁ ବଡ ପାର୍ଟିକଲକୁ ରେସପିରେଟୋରୀ ଡ୍ରପଲେଟ କୁହାଯାଏ, ତେବେ ୫ ମାଇକ୍ରୋନ୍ସ ଠାରୁ ଛୋଟ ପାର୍ଟିକଲ ନ୍ୟୂକ୍ଲି ଡ୍ରପଲେଟ ହୋଇଥାନ୍ତି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏତେ ଛୋଟ ପାର୍ଟିକଲ ହେଲା ପରେ ଏହା ପବନରେ ମିଶିବା ସହଜ ହୋଇଯାଇଛି ଯାହା ଦ୍ଵାରା ମଣିଷ ଉପରେ ବିପଦ ବଢିଯାଇଛି ।

Image Courtesy: Google

WHO କହିବା ଅନୁଯାଇ କରୋନା ସଂକ୍ରମିତ କାସ, ବା ଛିଙ୍କ ବା କଥା ଦ୍ଵାରା ଏହି ଭଳି ଛୋଟ ଡ୍ରପଲେଟ ତାଙ୍କ ପାଟିରୁ ବାହାରିଥାଏ, ତେବେ ଏହି ଡ୍ରପଲେଟ ପୃଥିବୀ ଗୁରୁତ୍ଵାକର୍ଷଣ ପ୍ରଭାବ ରୁ ଗୋଟେ ମିଟର ଗଲା ପରେ ଜମି ଉପରେ ପଡିଥାଏ, ଏହା ପରେ ଭାଇରସ ର ପବନରେ ବ୍ୟାପିବାର ପ୍ରଶ୍ନ ଉଠୁ ନାହିଁ ତେବେ ୩ ମିଟର ଦୂରତା ରଖିବା ଆପଣଙ୍କ ପାଇଁ ସୁରକ୍ଷିତ ଅଟେ, ଏହା ଛଡା ତାଙ୍କ ଜିନିଷ ବା ତାଙ୍କ ଦ୍ଵାରା ଛୁଇଁ ଥିବା ଜିନିଷ ଛୁଇଁବା ଆପଣଙ୍କ ପାଇଁ ବିପଦ ହୋଇଥାଏ ।

Image Courtesy: Google

ତେବେ ରିପୋର୍ଟ ଏବଂ ୨୩୯ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ନ୍ୟୂକ୍ଲି ଡ୍ରପଲେଟ ନ କେବଳ ପବନରେ ଗୋଟେ ମିଟର ଠାରୁ ଅଧିକ ଦୂର ବ୍ୟାପୀ ଥାଏ ତେବେ ବିପଦ କେତେ ବଢିଯାଇଛି ତାହା ଆପଣ ମାନେ ବୁଝି ପାରନ୍ତି, ଯଦି ବୈଜ୍ଞାନିକ ମାନଙ୍କ କଥା ସତ ଅଟେ ତେବେ ବିପଦ ତ ବଢି ଯାଇଛି । ଏରୋସୋଲ ଟ୍ରାନ୍ସମିସନ ଠାରୁ ବଞ୍ଚିବା ପାଇଁ ଲୋକଙ୍କୁ ଏନ – ୯୫ ମାସ୍କ ପିନ୍ଧିବା ପାଇଁ କୁହାଯାଇ ପାରେ, ଯାହା ଡକ୍ଟର ପିନ୍ଧୁଛନ୍ତି, ମାସ୍କ ସହ ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ କଣ୍ଡିସନ ସବୁ ଉପରେ ସଂକ୍ରମଣ ବ୍ୟାପୀବାର କାରଣ ନିର୍ଭର କରିଥାଏ ।

Leave a Reply

Your email address will not be published. Required fields are marked *