କାହିଁକି ଗଣେଶ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ ! ପଛରେ ରହିଛି ଏହି ବଡ କାରଣ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଗଣେଶ ବିଘ୍ନହର୍ତା ଅଟନ୍ତି ଓ ବହୁତ ଶୀଘ୍ର ସେ ପ୍ରସନ୍ନ ମଧ୍ୟ ହୋଇଥାନ୍ତି ଗଣେଶ ଭଗବାନ ଏମିତି ଗୋଟେ ଭଗବାନ ଅଟନ୍ତି ଯିଏ ନିଜ ଭକ୍ତମାନଙ୍କୁ କେବଳ ଶ୍ରଦ୍ଧା ଦ୍ଵାରା ମାନି ଯାଇଥାନ୍ତି । ତୁଳସୀ ମାତା ବିଷୟରେ ଆମେ ସମସ୍ତେ ଜାଣିଛୁ ଯେ ମାତା ତୁଳସୀ ଭଗବାନ ଶ୍ରୀ ବିଷ୍ଣୁଙ୍କ କେତେ ପ୍ରିୟ ଅଟନ୍ତି । କୌଣସି ପୂଜାରେ ତୁଳସୀ ବହୁତ ଆବଶ୍ୟକ ଅଟେ, ଯଦି ସେହି ପୂଜା ଭଗବାନ ବିଷ୍ଣୁଙ୍କ ପ୍ପାଇନ ହୋଇଥାଏ ତେବେ ଏହା ବହୁତ ଆବଶ୍ୟକ ହୋଇଯାଇଥାଏ ।

ତେବେ ଭଗବାନ ଗଣେଶ ଓ ମାତା ତୁଳସୀ ବିଷୟରେ ଗୋଟେ ପୋରାଣିକ କଥା ଅଟେ ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଭଗବାନ ଗଣେଶ ଥରେ ଗଙ୍ଗା ତଟରେ ବସି ଧ୍ୟାନ କରୁଥିଲେ ଓ ସେ ଧ୍ୟାନରେ ବିଲୀନଥିଲେ, ସେହି ସମୟରେ ମାତା ତୁଳସୀ ବିବାହ ଉଦେଶ୍ୟରେ ପୁରା ପୃଥିବୀ ଭ୍ରମଣ କରୁଥିଲେ ଓ ସବୁ ଧାର୍ମିକ ଜାଗା ଯାଉଥିଲେ ସବୁ ଯାଗା ବୁଲିବା ସମୟରେ ମାତା ତୁଳସୀ ଭଗବାନ ଗଣେଶଙ୍କୁ ଧ୍ୟାନ କରିବାର ଦେଖିଲେ ଯାହା ପରେ ତାଙ୍କ ସୁନ୍ଦରତା ଦେଖି ମାତା ତୁଳସୀ ମନ୍ତ୍ର ମୁଗ୍ଧ ହୋଇଥିଲେ ।

Image Courtesy: Google

ଭଗବାନ ଗଣେଶ ପୁରା ଶରୀରରେ ଚନ୍ଦନ ଲଗେଇଥିଲେ ଓ ମଠାରେ ସିନ୍ଦୁର ଟୀକା, ଏହା ଛଡା ଭଗବାନ ଗଣେଶ ଅଣ୍ଟାରେ ପୀତାମ୍ବର ଓ ବେକରେ ବହୁତ ମୋତି ଓ ହୀରା ମାଳ ପିନ୍ଧିଥିଲେ । ଏହି ସବୁ ଦେଖି ତୁଳସୀ ମାତାଙ୍କୁ ଭଗବାନ ଗଣେଶ ସହ ବିବାହ କରିବାକୁ ଇଛା ହେଲା ଓ ସେ ଏହି ଭାବନା ନେଇ ଭଗବାନ ଗଣେଶଙ୍କ ଧ୍ୟାନ ଭଙ୍ଗ କଲେ ।

Image Courtesy: Google

ଯେତେବେଳେ ଭଗବାନ ଗଣେଶ ଏହା ଜାଣିବାକୁ ପାଇଲେ ଯେ କେବଳ ବିବାହ ପ୍ରସ୍ତାବ ରଖିବା ପାଇଁ ତୁଳସୀ ତାଙ୍କ ଧ୍ୟାନ ଭଙ୍ଗ କରିଛନ୍ତି ସେତେବେଳେ ସେ ବିବାହ କରିବେ ନାହିଁ ବୋଲି କହିଲେ ଓ ବ୍ରହ୍ମଚାରି ହୋଇ ରହିବେ ବୋଲି କହିଲେ ଯାହା ପରେ ମାତା ତୁଳସୀ ବହୁତ ଦୁଃଖିତ ହେଲେ ଓ କ୍ରୋଧ କରି ଭଗବାନ ଗଣେଶଙ୍କୁ ଶ୍ରାପ ଦେଲେ ଯେ ତମେ ଗୋଟେ ନୁହ ଦୁଇ ବିବାହ କରିବ ।

Image Courtesy: Google

ଏହା ପରେ ଭଗବାନ ଗଣେଶ କହିଲେ ତମ ବିବାହ ଗୋଟେ ଶଙ୍ଖ ନାମକ ଅସୁର ସହ ବିବାହ ହବ, ଏହି କଥା ଶୁଣି ତୁଳସୀ କାନ୍ଦିବାକୁ ଲାଗିଲେ ଯାହା ପରେ ଗଣେଶ ଭଗବାନ କହିଲେ, କଳିଯୁଗରେ ତମେ ଗୋଟେ ଗଛ ରୂପ ନବ ଯାହା ପୂଜନୀୟ ହବ ଓ ତମେ କୃଷ୍ଣଙ୍କ ପ୍ରିୟ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *