ନିର୍ଭିକତା ଓ ସାହସ ଦେଖାଇଲେ ଭାରତୀୟ ବାୟୁସେନାର ପାଇଲଟ୍ – ପାକ ଆର୍ମିଙ୍କୁ କହିଲେ “କ୍ଷମା କରନ୍ତୁ , ମୁଁ ଏହାଠାରୁ ଅଧିକା କିଛି କହିପାରିବି ନାହିଁ”

ତେବେ ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଛନ୍ତି ଭାରତୀୟ ପାଇଲଟ୍ ଜଣଙ୍କ । ହଡବଡେଇ ଯାଇ ହତାଶ ହେଉନାହାନ୍ତି କି ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା ବି କରୁନାହାନ୍ତି । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭିକତାର ବଡ ଉଦାହରଣ ଦେଖାଇଛନ୍ତି ଏହି ପାଇଲଟ ଜଣଙ୍କ । ତେବେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ।

ଭାରତୀୟ ପାଇଲଟଙ୍କୁ ଗିରଫ କରିବା ପରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ଭାଇରାଲ କରିଛି ପାକିସ୍ତାନ । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ୪୯ ସେକେଣ୍ଡର ଏହି ଭିଡିଓରେ ପାଇଲଟ ଜଣଙ୍କ ସଂପୂର୍ଣ୍ଣ ସାହାସର ସହ ପାକ ସେନା ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି । ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରି ପାକିସ୍ତାନ ମାଟିରେ ପଡିଯାଇଥିଲେ ଭାରତୀୟ ପାଇଲଟ ।

ଭିଡିଓରେ ପାଇଲଟ୍ ଜଣଙ୍କ କହୁଛନ୍ତି କି, ମୁଁ ଭାରତୀୟ ସେନା କମାଣ୍ଡର । ମୋ ସର୍ଭିସ ନମ୍ବର ୨୭୯୮୧ । ତା ପରେ ପାକିସ୍ତାନ ସେନା ଅଧିକାରୀ ଅଧିକ ତଥ୍ୟ ମାଗିବାରୁ ନିର୍ଭିକତାର ସହ ସେ ଏହାର ଉତର ଦେବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି ଏବଂ କହୁଛନ୍ତି ଯେ, କ୍ଷମା କରନ୍ତୁ, ମୁଁ ୟାଠୁ ବେଶି କିଛି କହିପାରିବି ନାହିଁ । ତାଙ୍କୁ ନିଜ କବଜାକୁ ନେଇଯାଇଥିବା ପାକ ସେନା । ଯାହାକୁ ନେଇ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

 

ତେବେ ପାକିସ୍ତାନ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓରେ ବାୟୁସେନାର ପାଇଲଟଙ୍କର ଆଖିରେ କଳାପଟି ବନ୍ଧା ଯାଇଥିବା ନଜର ଆସିଛି । ଏହା ପରେ ପାକିସ୍ତାନ ପକ୍ଷରୁ ଭାରତୀୟ ପାଇଲଟଙ୍କର ୧ ମିନିଟ ୧୯ ସେକେଣ୍ଡର ଏକ ଭିଡିଓ ଜାରି କରାଯାଇଛି ଯେଉଁଥିରେ ପାଇଲଟ ଜଣକ ହାତରେ ଚା କପ ଧରିଥିବାର ଦେଖିବାକୁ ମିଳିଛି । ସେ ସମୟରେ କହିଛନ୍ତି ଯେ ପାକ ସେନା ତାଙ୍କୁ ଭଲ ବ୍ୟବହାର କରୁଛନ୍ତି ।  ପାକ ସେନାର ଅଧିକାରୀ ମାନେ ଖୁବ ଭଦ୍ର, ମୋତେ ମାରଧର କରୁଥିବା ଭିଡ ଭିତରୁ ସେମାନେ ମୋତେ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *