ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ହନ୍ତସନ୍ତ ଭାରତୀୟ ଛାତ୍ର, ଋଷ ସୈନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ କଣ କରୁଛନ୍ତି ଶୁଣନ୍ତୁ ଏହି ଝିଅଟି କଣ କହୁଛି

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜୋରସୋର ରେ ଲାଗି ରହିଛି । ଯୁଦ୍ଧ ର ସ୍ଥିତି ଏତେ ଭୟଙ୍କର ହେଲାଣି ଯେ କେତେବେଳେ କଣ ହେବ ତାହା କହି ହେବ ନାହି । ବିଶେଷ କରି ୟୁକ୍ରେନରେ ପରିସ୍ଥିତି ଭୟଙ୍କର ରହିଛି । ଭୟ ଭିତରେ ଜୀବନ କାଟୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ ମାନେ ଯେଉଁ ମାନେ ସେଠାରେ ଅଧ୍ୟୟନ କରିବା ପାଇଁ ରହିଛନ୍ତି । ଏ ନେଇ ଜଣେ ଭାରତୀୟ ଛାତ୍ରୀ ସେଠିକାର ପରିସ୍ଥିତି ବିଷୟରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରୁଷିଆ ର ସୈନ୍ୟ ମାନେ ଚାରୁଆଡୁ ତାଙ୍କୁ ଘେରି ରହିଛନ୍ତି । ସାହାଜ୍ଯ କରିବା ପାଇଁ ସେଠାରେ କେହି ନାହାନ୍ତି । ସେମାନେ ଏମବିସିକୁ ଫୋନ କରୁଛନ୍ତି କିନ୍ତୁ ସେମାନେ କଲ ଗ୍ରହଣ କରୁ ନାହାନ୍ତି । ସେମାନେ ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାହା ସମ୍ଭବ ହୋଇପାରୁ ନାହି ।

ସେମାନେ ପୂରାପୂରି ଭାବେ ଫଶୀ ଯାଇଛତି । ସେମାନେ ଯେଉଁ ଠାରେ ରହୁଛନ୍ତି ସେଠାରେ ଗତ କାଲି ରାତିରେ କିଛି ଲୋକ ଆସି ଗେଟ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେମାନେ ଯେଉଁଠାରେ ଅଛନ୍ତି ସେଠାରେ କଣ ହେଉଛି ତାହା କେହି ବୁଝିପାରୁ ନାହାନ୍ତି । ଛାତ୍ରଛାତ୍ରୀ ମାନେ ସେଠାରୁ ବାହାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହି ।

ଛାତ୍ରୀ ଜଣକ କହିଛନ୍ତି ଯେଉଁ ମାନେ ଦେଶ ବାହରୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ରୁଷିଆ ସୈନ୍ୟ ମାନେ ସେମାନଙ୍କର ଝିଅ ମାନେ କୁଆଡେ ନେଇ ଯାଉଛନ୍ତି ତାହା କେହି ଜାଣି ନାହାନ୍ତି । ରୋମାନିଆ ବର୍ଡରରେ ଭିଡିଓ ଦେଖା ଯାଉଛି ଯେ ସେଠାରେ ଲୋକ ମାନେ କିପରି ଭାବେ ନିର୍ଯ୍ୟାତନା ଦିଆଯାଇ ମାରି ଦିଆ ଯାଇଛି ।

ଭାରତୀୟ ଛାତ୍ରୀ ଜଣକ କାନ୍ଦି କରି କହିଛନ୍ତି ଯେ ସେମାନେ ଫିଲ୍ମରେ ଦେଖୁଥିଲେ ଶତ୍ରୁ ମାନେ ଆକ୍ରମଣ କରିବା ପରେ ସେମାନଙ୍କୁ ସୈନ୍ୟ ମାନେ ବଞ୍ଚାଇ ଦେଉଥିଲେ । କିନ୍ତୁ ପ୍ରକୃତ ରେ ସେମାନଙ୍କୁ ଆଉନ କେହି ରକ୍ଷା କରି ପାରିବେ ନାହି ବୋଲି ଆଶା ଛାଦି ଦେଇଛନ୍ତି ଭାରତୀୟ ଛାତ୍ରୀ ଜଣକ । ସେମାନଙ୍କ ସହ କଣ ହେବ ତାହାକୁ ନେଇ ସମତେ ଚିନ୍ତା କରୁଛନ୍ତି ।

ଛାତ୍ରୀ ଜଣକ ଅନୁରୋଧ କରିଛନ୍ତି ଯେ ଭାରତୀୟ ସରକାର କିଛି ଆର୍ମୀ ମାନଙ୍କୁ ସେଠାକୁ ପଠାନ୍ତୁ ଯାହା ଦ୍ଵାରା ସେମାନେ ସୁରକ୍ଷିତ ଭାବେ ସେଠାରେ ଯାଇ ପାରିବେ । କାରଣ ଭାରତୀୟ ସେନା ମାନେ ହୁଏ ତ ସେମାନଙ୍କ ଜୀବନ ରକ୍ଷା କରି ପାରିବେ । ହାତ ଯୋଡି ଛାତ୍ରୀ ଜଣକ ଭାରତ ସରକାରଙ୍କୁ ନିବେଦନ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ସେ ଭାରତ ସରକାରଙ୍କୁ ସାହାଜ୍ଯ କରିବା ପାଇଁ ନିବେଦନ କରୁଛନ୍ତି । କେହି ତାଙ୍କର କଥା ଶୁଣୁ ନାହାନ୍ତି କି ସାହାଜ୍ଯ କରୁ ନାହାନ୍ତି । ଏହି ଭିଡିଓକୁ ଯେଉଁମାନେ ଦେଖୁଛନ୍ତି ସେମାନେ ଅଧିକରୁ ଅଧିକ ସେୟାର କରିବାକୁ ଛାତ୍ରୀ ଜଣକ ନିବେଦନ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *