ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି Video ଜରିଆରେ ଯାହା କହିଲେ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଦୀର୍ଘ ୨୬ ଦିନ ହେବ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନ ର ଅନେକ ସହର ଧ୍ଵଂସ ହେବା ସହ ଅନେକ କ୍ଷୟ କ୍ଷତି ହୋଇ ସାରିଛି । ଏହା ସହ ୟୁକ୍ରେନ ଓ ଋଷିଆ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ସାରା ବିଶ୍ଵ ରେ ଚିନ୍ତା ଜନକ ସ୍ଥିତି ଦେଖା ଯାଇଛି । ଅନ୍ୟ ପକ୍ଷରେ ଋଷିଆ ରାଷ୍ଟ୍ରପତି ପୁଟିନ ୟୁକ୍ରେନ କୁ ଦଖଲ କରିବା ପାଇଁ ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ସତ ହେବାର ନାଁ ନେଉ ନାହି ।

କାରଣ ଋଷିଆ ସେନାର କଡା ଜବାବ ଦେଉଛନ୍ତି ୟୁକ୍ରେନ ସେନା । ଅନ୍ୟ ପକ୍ଷ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶବାସୀ ଓ ସେନା ମାନଙ୍କର ମନୋବଳ ଦୃଢ କରିବା ପାଇଁ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ବାର୍ତ୍ତା ଦେଉଛନ୍ତି । ୟୁକ୍ରେନ ସେନା ଋଷିଆ ସେନାଙ୍କୁ କଡା ଜବାବ ଦେବା ସହ ସେମାନଙ୍କର ମୁକାବିଲା ଜାରି ରଖିଛନ୍ତି ।

ଅନ୍ୟ ପକ୍ଷ ରେ ଦୁଇ ଦେଶର ଏମିତି କିଛି ସତ୍ୟତା ସମାନକୁ ଆସିବାରେ ଲାଗିଛି ଯାହାକୁ ଦେଖି ସାରା ଦେଶରେ ଚିନ୍ତା ଦେଖା ଯାଉଛି । ଏହା ବ୍ଯତୀତ ଋଷିଆ ସେନାଙ୍କୁ ନିଜ ଗୁଳିରେ ଆହତ କରି ସାରିଲେଣି ୟୁକ୍ରେନ ସେନା । ଋଷିଆ ସେନା ମାନେ ଯୁଦ୍ଧ କରିବାକୁ ପାଞ୍ଚ ଘୁଞ୍ଚା ଦେଉଥିବା ବେଳେ ୟୁକ୍ରେନ ସେନା ନିଜକୁ ପ୍ରସ୍ତୁତ କରିବାରେ ଦେଖା ଯାଉଛି ।

ବର୍ତ୍ତମାନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ଜାରି କରିଛନ୍ତି ଯାହା ୟୁକ୍ରେନ ଦେଶବାସୀ ଙ୍କ ପାଇଁ ତାକତ ଭଳି କାମ କରିବ । ସୂଚନା ଅନୁସାରେ ଦେଶର ସାହସ ବଢାଇଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଏହା ସହ ସେନାର ମନୋବଳ ବଢାଇଛନ୍ତି ଜେଲେନସ୍କି ଏହି ଯୁଦ୍ଧ ସମୟରେ । ଏକ ଭିଡିଓ ମାଧ୍ୟମରେ ଜେଲେନସ୍କି କହିଛନ୍ତି ଯେ ଆମେ ଜିତିବା ଓ ନୂଆ ସହର ଗଢି ଉଠିବ ଓ ନୂତନ ସ୍ଵପ୍ନ ଦେଖାଯିବ, ଆମେ ଯାହା ହରାଇଛୁ ତାହା ସ୍ମରଣୀୟ ହୋଇ ରହିବ, ଏକ ନୂଆ କାହାଣୀ ଲେଖାଯିବ, ଆମେ ପୁଣି ଗୀତ ଗାଇବୁ, ପୁଣି ଉଶ୍ଚବ ପାଳନ କରିବୁ ।

ତେବେ ଜେଲେନସ୍କିଙ୍କର ଏଭଳି ଭିଡିଓ ବାର୍ତ୍ତା ଶୁଣିବା ପରେ ୟୁକ୍ରେନ ବାସିଙ୍କ ମନରେ ଆତ୍ମବଳ ବୃଦ୍ଧି ପାଇବା ସହ ୟୁକ୍ରେନ ସେନା ମାନେ ଋଷିଆ ସେନାଙ୍କୁ କଡା ଜବାବ ଦେବା ପାଇଁ ନିଜକୁ ସମ୍ପୁର୍ଣ୍ଣ ଭାବେ ସଜାଗ ହେବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *