ଖାଲି ଫ୍ଲାଟ୍ ରୁ ଆସୁଥିଲା ଅଜବ ଶବ୍ଦ, ଯେତେବେଳେ ପଡୋଶୀମାନେ କବାଟ ଖୋଲିଲେ…..

ଛତିଶଗଡର ରାଜଧାନୀ ରାୟପୁର ରେ ଏକ ବହୁତ ହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ଖାଲି ଫ୍ଲାଟ୍ ରେ କାନ୍ଦିବାର ଆୱାଜ୍ ଆସୁଥିଲା । ଯେତେବେଳେ ପଡୋଶୀମାନେ କବାଟ ଖୋଲିଲେ ତାଙ୍କୁ ଜଣା ପଡିଲା କି ସେହି ଆବାଜ୍ ଏକ ବୃଦ୍ଧାଙ୍କର ଥିଲା ଓ ସେ ରୋଗାଗ୍ରସ୍ତ ଥିଲେ । ମହିଳାଙ୍କ ତିନି ପୁଅ ମହିଳାଙ୍କୁ ମରିବା ପାଇଁ ଖାଲି ଫ୍ଲାଟ୍ ଛାଡିଚାଲିଯାଇଥିଲେ । ଆସନ୍ତୁ ଜାଣିବା ବିସ୍ତାରରେ ।

ପୁଅମାନେ ରୋଗାଗ୍ରସ୍ତ ଥିବା ମାକୁ ମରିବା ପାଇଁ ଏକେଲା ଛାଡିଥିଲେ ।

ଜଣାଯାଏ ଯେ ଛତିଶଗଡ ର ରାୟପୁର ରେ ଏକ ଫ୍ଲାଟ୍ ରେ ତିନିଜଣ ଲୋକ ନିଜ ସ୍ତ୍ରୀ , ଛୁଆ ଓ ଏକ ବୁଢି ମା ର ସହ ରହୁଥିଲେ । ବୁଢୀ ମା ସବୁବେଳେ ବିମାର୍ ରହୁଥିଲେ । ଓ ବିଛଣାରେ ପଡିରହୁଥିଲେ । ଏହି ସମୟରେ ତିନି ପୁଅମାନେ ଏକ ନୁଆ ଘର ନେଇଗଲେ । ଓ ସେମାନେ ସେଇ ନୁଆ ଘରକୁ ରହିବାକୁ ପଳେଇଲେ ।କିନ୍ତୁ ପୁରୁଣା ଫ୍ଲାଟ୍ ରେ ବୁଢୀ ମା କୁ ଛାଡି ପଳେଇଥିଲେ । ଓ ତାହା ସହ ବୁଢୀ ମାର ଦାମିକା ଗହଣା ଓ ଲୁଗା ସବୁ ନେଇକରି ପଳେଇଥିଲେ ।

ଏମିତି ହୋଇଥିଲା ମାମଲାର ଖୁଲାସା :

ପଡୋଶୀଙ୍କ କହିବା ଅନୁସାରେ ତାଙ୍କର ଫ୍ଲାଟ୍ ର କବାଟ ସବୁବେଳେ ଖୋଲା ରହୁଥିଲା । ସେଠାକୁ କେହି ଯିବା ଆସିବା କରୁନଥିଲେ । ଫ୍ଲାଟ୍ ରେ ବୁଢୀ ମା , ପୁଅ , ବୋହୂ , ନାତି ନାତୁଣୀ କେହି ବି ଦେଖିବାକୁ ମିଳୁ ନଥିଲେ । କିନ୍ତୁ କେହି କାନ୍ଦୁଥିବାର ଶବ୍ଦ ସବୁବେଳେ ଆସୁଥିଲା । ଯେତେବେଳେ ପଡୋଶୀଙ୍କୁ ସନ୍ଦେହ ହେଲା । ସେମାନେ ଫ୍ଲାଟ୍ ର ଭିତରେ ଯାଇକରି ଦେଖିଲେ । ତାପରେ ସେମାନେ ଆଶ୍ଚର୍ଯ୍ୟ ହେଇଯାଇଥିଲେ । ସେମାନେ ତାଙ୍କ ବୁଢୀ ମାକୁ ମରିବା ପାଇଁ ଏକେଲା ଛାଡି ପଳେଇଥିଲେ । ଏହି ମାଙ୍କ ଅବସ୍ଥା ଏତେ ଖରାପ ଥିଲା କି ସେ ଓଲଟ୍ ପାଲଟ୍ ବି ହେଇପାରୁନଥିଲେ । ସେ ପାରାଲିସିସ୍ ର ରୋଗୀ ଥିଲେ । ମାଙ୍କୁ ଦେଖିଲାଗୁଥିଲା କି ସେ ସପ୍ତାହ ହେଲା ଔଷଧ କିମ୍ବା ଖାଦ୍ୟ ଗ୍ରହଣ କରିନାହାନ୍ତି । ଏପରି ବୁଢୀ ମାର ହାଲତ୍ ଦେଖି ପଡୋଶୀମାନେ ଏହାର ସୂଚନା ସାମାଜିକ କାର୍ଯ୍ୟକର୍ତ୍ତା ମମତା ଶର୍ମାଙ୍କୁ ଦେଇଥିଲେ ।

ସମାଜସେବୀ କରିଥିଲେ ସାହାର୍ଯ୍ୟ :

ଜାନକାରୀ ମିଳିବା ପରେ ମହିଳା ସମାଜସେବୀ ମମତା ଶର୍ମା ସେହି ବୟସ୍କ ମହିଳାଙ୍କୁ ସାହାର୍ଯ୍ୟ କରିବା ପାଇଁ ସେହି ଫ୍ଲାଟ୍ ରେ ପହଞ୍ଚିଥିଲେ । ମମତା କହିଲେ କି ମହିଳାଙ୍କ ତିନି ପୁଅ ଥିବା ପରେ ମଧ୍ୟ ତାଙ୍କର ହାଲତ୍ ଏପରି ହେବା ଦୁଃଖର ବିଷୟ ଅଟେ । ଯେତେବେଳେ ତାଙ୍କ ପୁଅ ମାନେ ନୁଆ ଘରକୁ ଗଲେ ତାପରେ ସେମାନେ ତାଙ୍କ ମା ଙ୍କୁ ଦେଖାକରିବାକୁ ଆସିଲେ ନାହିଁ । ବୋଧେ ହୁଏ ସେମାନେ ରୋଗୀ ମାଁ ଙ୍କୁ ସେବା କରିବାକୁ ଚାହୁଁନଥିଲେ । ସେଥିପାଇଁ ସେ ତାଙ୍କୁ ମରିବା ପାଇଁ ଏକେଲା ଛାଡି ପଳେଇଥିଲେ । ମମତା ଶର୍ମା ନିଜେ ସେଇ ମାଙ୍କୁ ଔଷଧ ଓ ଖାଦ୍ୟ ଖୁଆଇଥିଲେ ।

ପୁଅମାନଙ୍କର ଉପରେ ରିପୋର୍ଟ ଦର୍ଜ କରିବାକୁ କରିଲେ ମନା :

ଆଶ୍ଚର୍ଯ୍ୟର କଥା ଏହି କି ଯେ ଏତେ ଦୁଃଖରେ ଥିବା ସତ୍ତ୍ୱେ ବୁଢୀ ମା ତାଙ୍କ ପୁଅମାନଙ୍କର ବିପକ୍ଷରେ ଏଫ୍ ଆଇ ଆର୍ ଦେବାପାଇଁ ମନା କରିଦେଇଥିଲେ । ସେଥିପାଇଁ ତାଙ୍କ ପୁଅମାନଙ୍କ ଉପରେ କୌଣସି ଆଇନ୍ ଗତ କାର୍ଯ୍ୟନୁଷ୍ଠାନ ନିଆଯାଇପାରିନଥିଲା । ଡିଏସ୍ ପି ବିକ୍ରାନ୍ତ ରାହି ଙ୍କ କହିବା ଅନୁସାରେ ସେ ତାଙ୍କ ତିନି ପୁଅଙ୍କୁ ଏକ ଲିଗାଲ୍ ୱାରେଣ୍ଟ ପଠାଇଛନ୍ତି । ସେ ଆଉ ତାଙ୍କ ମା କୁ ଏପରି ମରିବା ପାଇଁ ଛାଡିକି ଯିବେ ନାହିଁ । ଟିକେ ଭାବନ୍ତୁ ଜଣେ ମା ଛୋଟରୁ ବଡ କଲା ଓ ଟିକେ ଦେହ ଖରାପ ହେଲେ ସେ ତା ପାଖରୁ ଯାଏ ନାହିଁ। ସେପରି ପିଲା ଏମିତି ଖରାପ ସମୟରେ ଯେତେବେଳେ ସେବା କରିବାର ସମୟ ଆସେ। ସେମାନେ କିନ୍ତୁ ତାଙ୍କୁ ମରିବା ପାଇଁ ଛାଡି ପଳାଇଥାନ୍ତି । ବହୁତ ଦୁଃଖର ସହ କହିବାକୁ ପଡୁଛି କି ଏବେ ମଣିଷତ୍ୱ୍ ଆସ୍ତେ ଆସ୍ତେ ସମାପ୍ତ ହେବାକୁ ବସିଲାଣି

Leave a Reply

Your email address will not be published. Required fields are marked *