ବର୍ତ୍ତମାନ : BSF, ARMY ଏବଂ ବାୟୁସେନାଙ୍କୁ ମୋଦୀ ସରକାରଙ୍କର ଆଦେଶ…. କହିଲେ ପ୍ରସ୍ତୁତ ରୁହ, ଯଦି ପାକିସ୍ତାନ ଏୟାରଫୋର୍ସ…

ଭାରତୀୟ ବାୟୁସେନା ଦ୍ଵାରା ମଙ୍ଗଳବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଏୟାର ଷ୍ଟ୍ରାଇକ କରି ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦର ପ୍ରମୁଖ ଠିକଣା ଗୁଡିକୁ ନଷ୍ଟ କରିବା ପରେ ଇଣ୍ଡିଆନ ଏୟାରଫୋର୍ସକୁ ହାଇ ଅଲର୍ଟରେ ରଖା ଯାଇଛି । ଭାରତ ତରଫରୁ ନିଜର ବାୟୁସେନା, ବିଏସଏଫ ଏବଂ ଆର୍ମୀର ସମସ୍ତ ଏୟାର ଡିଫେନସର ସିସ୍ଟମ ଗୁଡିକୁ ଅନ୍ତରାଷ୍ଟ୍ରୀୟ ବର୍ଡର ଏବଂ LOCରେ ହାଇ ଅଲର୍ଟରେ ରଖିବା ପାଇଁ ନିର୍ଦେଶ ଦିଆ ଯାଇଛି ।

ଏହା ସହିତ ନିର୍ଦେଶ ଦିଆ ଯାଇଛି କି ଯଦି ପାକିସ୍ତାନ ଏୟାରଫୋର୍ସ କୌଣସି ବି କାର୍ଯ୍ୟକାରୀ କରେ, ତବେ ତାହାର ଜବାବ ନିଶ୍ଚିତ ଦିଆଯିବ ।

ଅନ୍ୟ ପଟେ, POKରେ ଏୟାର ଷ୍ଟ୍ରାଇକ କରି ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦର ପ୍ରମୁଖ ଠିକଣାକୁ ନଷ୍ଟ କରିବା ପରେ ପାକିସ୍ତାନରେ ଇମରଜେଂସୀ ମିଟିଙ୍ଗ ଡକା ଯାଇଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ଭାରତୀୟଙ୍କର ଦ୍ଵାରା କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ ବିଦେଶ କାର୍ଯ୍ୟଳୟରେ ଏକ ଆପାତକାଳୀନ ବୈଠକ ଡାକିଛନ୍ତି ।


ଏହି ବୈଠକରେ ପୂର୍ବ ବିଦେଶ ସଚିବ ଏବଂ ବରିଷ୍ଠ ରାଜନେତା ମାନେ ଭାଗ ନେବେ , ଯେଉଁଥିରେ ବର୍ତ୍ତମାନ ପରିସ୍ଥିତି ଉପରେ ବିଚାର – ବିମର୍ଶ କରାଯିବ । ପାକିସ୍ତାନ ନ୍ୟୁଜ ୱେବସାଇଟରେ ପ୍ରକାଶିତ ଖବରରେ ଏହାର ସୂଚନା ଦିଆ ଯାଇଛି ।

ସୂତ୍ର ଅନୁସାରେ, ଭାରତ ତରଫରୁ POKରେ ବାଲାକୋଟ, ଚକୋଟୀ ଏବଂ ମୁଜଫ୍ଫରାବାଦରେ ସକାଳ ୩:୩୦ ସମୟରେ ଏହି ଏୟାର ଷ୍ଟ୍ରାଇକ କରା ଯାଇଥିଲା । ଏହି ଆକ୍ରମଣରେ ବାଲାକୋଟରେ ଥିବା ଜୈଶଙ୍କର କଣ୍ଟ୍ରୋଲ ରୁମ ପୂରାପୂରି ନଷ୍ଟ ହୋଇଯାଇଛି । ଜମ୍ମୁ – କାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରେ ପାକିସ୍ତାନ ସମର୍ଥିତ ଜୈଶ-ଏ-ମୋହମ୍ମଦ ଦ୍ଵାରା କରାଯାଇଥିବା ଆତଙ୍କି ଆକ୍ରମଣରେ ରାଗି ଭାରତ ତରଫରୁ ଏହି କାର୍ଯ୍ୟ ଅନୁଷ୍ଠାନ କରାଯାଇଛି ।

ବର୍ତ୍ତମାନ ପିଏମ ମୋଦୀ, ଗୃହ ରାଜନାଥ ସିଂହ, ରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ଏନଏସଏ ଏକ ମୁଖ୍ୟ ବୈଠକ କରୁଛନ୍ତି ।

ସୂତ୍ର ଅନୁସାରେ ଭାରତୀୟ ବାୟୁସେନା ଦ୍ଵାରା କରା ଯାଇଥିବା ଏହି ଆକ୍ରମଣ ପରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ସଲାହକାର ଅଜୀତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରା ଘଟଣାକ୍ରମ ବିଷୟରେ ବିସ୍ତାର ରୂପରେ ସୂଚନା ଦେଇଛନ୍ତି । ଶେୟାର କରନ୍ତୁ ଓ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *