ବୁଧବାର, 17 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଅନେକ ଦିନରୁ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ପ୍ରଶଂସା ପାଇବେ । ଆପଣଙ୍କର ରୋଜଗାର ସମସ୍ୟା ସୁଧୁରି ଯିବ । ବନ୍ଧୁ ମିତ୍ରଙ୍କର ସହଯୋଗ ଏବଂ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ବୃଷ

ପାରିବାରିକ ଜୀବନ ଅତ୍ୟନ୍ତ ଆନନ୍ଦମୟ ହେବ । ବ୍ୟବସାୟରେ କାମ ହାସଲ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ । ଗୃହରେ କଲ୍ୟାଣକର କର୍ମ କରି ପ୍ରଶଂସିତ ହେବେ । ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ ।

ମିଥୁନ

ବ୍ୟବସାୟ ପାଇଁ ଦୂରଯାତ୍ରା ଯୋଗ ରହିଛି । ଯେତେ ସମ୍ଭବ ବାଦ-ବିବାଦରୁ ଦୂରେଇ ରୁହନ୍ତୁ । ଆଜି ଦିନରେ ମାନସିକ ସୁସ୍ଥତା ଅନୁଭବ କରିବେ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ ।

କର୍କଟ

ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । ଅର୍ଥଲାଭର ମଧ୍ୟ ଯୋଗ ରହିଛି । ଶୁଭ ସମାଚାର ମିଳିବ । ଆର୍ଥିକ ସହାୟତା ପାଇଁ ନୂତନପନ୍ଥା ଅନୁସରଣ କରିବେ । ଆୟ ବୃଦ୍ଧି ହେବ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ପାଇବେ ।

ସିଂହ

ବ୍ୟବସାୟରେ ସଫଳତା ମିଳିବ ଏବଂ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ ସହାୟତା ପାଇ ପରିବାରର ପରିସ୍ଥିତି ସମାଧାନ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

କନ୍ୟା

ଉଚିତ୍ ପରାମର୍ଶ ପାଇ ଅନେକ ଦିନତଳେ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନୂଆ ଯୋଜନାରେ ସଫଳତା ମିଳିବ । ବ୍ୟବସାୟପାଇଁ ଦୂରଯାତ୍ରାର ଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ସମସ୍ତ ପରିସ୍ଥିତି ସମାଧାନ ହେବା ସହ ସୁଖ ଲାଗି ରହିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଖୁସି ରହିବ ।

ତୁଳା

ପ୍ରେମ କ୍ଷେତ୍ରରେ ସଫଳ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ କାର୍ଯ୍ୟରେ ଲାଭ ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରି ସଫଳ ହେବେ । ଶତୃମାନେ ପରାଜିତ ହେବେ । ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ ।

ବିଛା

ଦୂରଯାତ୍ରାରେ କରି ଖୁସି ରହିବେ । ପ୍ରିୟଜନଙ୍କ ସହ ମିଳନ ହେବ । ଅନେକ ଦିନରୁ ଅଟକିଥିବା କାର୍ଯ୍ୟ ଆରମ୍ଭ ହେବ । ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳ ମଧ୍ୟ ମିଳିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ଦିନଟି ଉତ୍ତମ ।

ଧନୁ

ଆଜି ଦିନରେ ମନୋକାମନା ପୂରଣ ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କରି ପାରନ୍ତି । ଅନେକ ଦିନରୁ ସ୍ଥଗିତ ଥିବା ଧନ ମିଳିଯିବ । ଶୁଭ ସମାଚାର ମିଳିବ । ସାମାଜିକ କାର୍ଯ୍ୟରେ ମନ ବଳାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ସହାୟତାରେ ଆଶା ପୂରଣ ହେବ ।

ମକର

ପରିବାରରେ ଅପ୍ରିତିକର ପରିସ୍ଥିତିକୁ ସମାଧାନ କରିବେ । କମ୍ ପରିଶ୍ରମରେ କରି ଆଶାଜନକ ଫଳ ପାଇବେ । ଲୋକ ସମ୍ପର୍କ ବଢିବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତ ଚେଷ୍ଟାରେ ସଫଳ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବ ।

କୁମ୍ଭ

ପୁରାତନ ରୋଗର ଉପଶମ ମିଳିବ । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ସମସ୍ୟାର ସମାଧାନ ହେବ । ବାଦ-ବିବାଦ, ପ୍ରତି ଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

ମୀନ

ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବା ସହ ଦୂରଯାତ୍ରାର ଯୋଗ ରହିଛି । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ଆକସ୍ମିକ ଧନ ପ୍ରାପ୍ତିହେବ । ବାଦ-ବିବାଦ, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

Leave a Reply

Your email address will not be published. Required fields are marked *