ଚାଣକ୍ୟ ନୀତି – ଏହି ତିନୋଟି କାମ କରିବା ସମୟରେ ଲାଜ କରିବା ଉଚିତ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଜ୍ଞାନୀ ଓ ଅର୍ଥଶାସ୍ତ୍ରରେ ପାରଙ୍ଗମ ଓ ରାଜାଙ୍କର ପରାମର୍ଶଦାତା ଥିଲେ । ଆଜି ଦୁନିଆରେ ଅନେକ ଲୋକ ତାଙ୍କ ନୀତିବାଣୀ ଅନୁସରଣ କରି ସଫଳ ହେଉଛନ୍ତି । ଚାଣକ୍ୟ ନୀତି ଆଜିର ଲୋକଙ୍କ ସାମାଜିକ ଜୀବନ ଉପରେ ଅନେକ ଭଲ ପ୍ରଭାବ ପକାଉଛି ।

ଆଜି ଜାଣିବା ଚାଣକ୍ୟ କହିଥିବା ତିନୋଟି କାମ, ଯାହା କରିବା ସମୟରେ ଲାଜ କରିବା ଉଚିତ ନୁହେଁ । କାରଣ ଲାଜ କଲେ ନିଜର କ୍ଷତି ହୋଇଥାଏ ।

ଭୋଜନ କରିବା ସମୟରେ – ଅନେକ ଲୋକ ଖାଇବା ସମୟରେ ଲାଜ କରିଥାନ୍ତି ଓ ପେଟପୁରା ଖାଇପାରି ନଥାନ୍ତି । କୁହାଯାଏ ବ୍ୟକ୍ତି ଭୋକିଲା ରହିଲେ ନିଜ ଭିତରେ କ୍ରୋଧ ବଢିଥାଏ । ଆଉ କ୍ରୋଧରେ ଥିବା ସମୟରେ ଲୋକ ଅନେକ କିଛି ଭୁଲ କରି ବସେ।

ଜ୍ଞାନ ଆହାରଣ ସମୟରେ – ସ୍କୁଲରେ ପଢିବା ସମୟରେ କୌଣସି ପିଲାକୁ ପ୍ରଶ୍ନର ଉତ୍ତର ନଆସୁଥିଲେ ମଧ୍ୟ ସେ ନିଜ ଲାଜ କାରଣରୁ ଶିକ୍ଷକଙ୍କୁ ପଚାରି ପାରିନଥାଏ । ଯାହା ଭବିଷ୍ୟତରେ ତାକୁ ମୂର୍ଖ ଭାବରେ ସମାଜରେ ପରିଚୟ ଦେଇଥାଏ। ପଢିବା ସମୟରେ କେବେ ଲାଜ ନକରି ଶିକ୍ଷକଙ୍କ ସହ କଥାବାର୍ତା କରନ୍ତୁ।

ଧନ ସମ୍ପତି ମାମଲାରେ – କିଛି ଲୋକ ନିଜ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ଧନ ଉଦ୍ଧାର ଦିଅନ୍ତୁ କିନ୍ତୁ ପରେ ମାଗି ପାରନ୍ତି ନାହିଁ । ଏମିତି ଲାଜ କଲେ ସେ ବ୍ୟକ୍ତି ତାର ଅର୍ଜିତ ଧନକୁ ହରାଇବାର ସମ୍ଭାବନା ଥାଏ। ଏହାର ପ୍ରଭାବରେ ବ୍ୟକ୍ତିର ଚିନ୍ତା ଓ ଅଶାନ୍ତି ବଢ଼ିଯାଇଥାଏ ।

Leave a Reply

Your email address will not be published. Required fields are marked *