ଯଦି ସ୍ୱପ୍ନ ଦେଖୁଥିବେ ତେବେ ଜାଣି ନିଅନ୍ତୁ ଏହି କଥା ।

ସ୍ୱପ୍ନ ମଣିଷ ଦେଖିବା ସ୍ୱାଭାବିକ ।ସ୍ୱପ୍ନ ସବୁବେଳେ ଭଲ ହୋଇନଥାଏ । ବେଳେ ବେଳେ ସ୍ୱପ୍ନ ଖରାପ ମଧ୍ୟ ହୋଇଥାଏ । କାରଣ ସେହି ସ୍ୱପ୍ନ ଉପରେ ଆମର କାହାର ବି ଅଧିକାର ନଥାଏ ।ଜୋତିସ୍ୟ ଶାସ୍ତ୍ର ଅନୁଯାଇ ଆମେ ଯେଉଁ ସ୍ୱପ୍ନ ଦେଖିଥାଉ ତାହାର ଭଲ ବ ଖରାପ ସଂକେତ ଆମ ଭବିଷ୍ୟତ ଉପରେ ପଡିଥାଏ ।ଆମେ ଯେଉଁ ସ୍ୱପ୍ନ ଦେଖୁ ତାହା ଖରାପ ହେଉ କିମ୍ବା ଭଲ ହେଉ ତାହାର ପରିଣାମ ନଜାଣି ଏହା ଆମେ ଆମ ସମ୍ପର୍କୀୟ ଏବଂ ନିଜ ଲୋକଙ୍କ ସମ୍ମୁଖରେ କହିଦେଇଥାଉ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯଦି ଆମେ ଏହି ସ୍ୱପ୍ନ କୁ କାହାରି ଆଗରୁ କହିଥାଉ ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ ।ଚାଲନ୍ତୁ ଜାଣିବା ଏପରି କିଛି ସ୍ୱପ୍ନ ବିଷୟରେ ଯେଉଁ ସ୍ୱପ୍ନ ଗୁଡିକୁ ଭୁଲରେ ଅନ୍ୟଲୋକ ଆଗରେ କୁହନ୍ତୁ ନାହିଁ କାରଣ ଏହାର ପ୍ରଭାବ ନଷ୍ଟ ହୋଇଯିବ । ପ୍ରଥମ ସ୍ୱପ୍ନ ଟି ହେଲା ଯଦି ତମେ ସ୍ୱପ୍ନରେ ନିଜ ମୃତ୍ୟୁ ଦେଖିଥିବ ତେବେ ଏହା ଆପଣଙ୍କ ଉପରେ ଭଲ ପ୍ରଭାବର ଆଭାସ ଅଟେ ।ଏହା ଜାଣିନିଆନ୍ତୁ ଯଦି ଆପଣଙ୍କ ଉପରକୁ ଆସୁଥିବା ବଡ ବିପଦ ଟଳିଯିବ । ମାତ୍ର କିଛି ଲୋକ ଏହି ସ୍ୱପ୍ନ ଦେଖି ଡ଼ରିଯାଇଥାନ୍ତି ଏବଂ ଏହାକୁ ଅନ୍ୟ ଲୋକଙ୍କ ପାଖରେ ପ୍ରକାଶ କରିଥାନ୍ତି ।

ଯାହା ଦ୍ୱାରା ସ୍ୱପ୍ନ ର ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଯାଇଥାଏ । ତେଣୁ କେବେବି ଏହି ସ୍ୱପ୍ନକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ।ଦିତୀୟ ସ୍ୱପ୍ନ ଟି ହେଉଛି ନିଜକୁ ନଦୀ ପାଖରେ ବୁଲିବାର କିମ୍ବା ଜଙ୍ଗଲରେ ବୁଲିବାର ଯଦି ଦେଖିବେ ଏହା ଆପଣଙ୍କ ପାଇଁ ବହୁତ ସୁଭ ଅଟେ । ଆପଣ ନିକଟ ଭବିଷ୍ୟତରେ କିଛି ଶୁଭ ସମାଚାର ଶୁଣିପାରନ୍ତି । ମାତ୍ର ଆପଣ ଯଦି ଏହାକୁ କାହା ସମ୍ମୁଖରେ କହୁଛନ୍ତି ତେବେ ଏହାର ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଥାଏ । ତୃତୀୟ ସ୍ବପ୍ନ ହେଉଛି ସ୍ୱପ୍ନରେ ସାପ ଡ଼Eକହିବା କିମ୍ବା ସାପକୁ ଧରିବାର ଦେଖିବା ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଦେଖାଇ ଥାଏ ।

ଏହାର ଅର୍ଥ ଆପଣ ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ର ଯୋଗ ରହିଛି। ଏବଂ କିଛି ସଫଳତା ପାଇଥାନ୍ତି। ତଏଣୁ ଯଦି ବି କିଛି ଏଭଳି ସ୍ୱପ୍ନ ଦେଖିବେ ତେବେ ଏହାକୁ କୌଣସି ବ୍ୟକ୍ତି ସମ୍ମୁଖରେ କହିବାର ଭୁଲ କେବେବି କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *