ପାନମଧୁରୀ ର ସେବନ କରିବା ଦ୍ଵାରା ଆମ ଶରୀରରେ କେଉଁ ସବୁ ଫାଇଦା ହୋଇଥାଏ ?

ପାନମଧୁରୀ ଏମିତି ଏକ ମସାଲା ଯାହା ପ୍ରତେକ ଘରେ ରହିଥାଏ । ଏହା ଏମିତି ଏକ ମସାଲା ଯାହା ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ପାନମଧୁରୀ ଏମିତି ଏକ ମସାଲା ଯାହା ଆମର ଦୈନନ୍ଦିନ ଜୀବନରେ ବ୍ୟବହାର ହେବା ସହ ଶରୀର କୁ ନିରୋଗ ରଖିବାରେ ସହାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପାନମଧୁରୀ ବ୍ୟବହାର କରିବାର ଫାଇଦା କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ସମସ୍ୟା ହେଉଥାଏ ତେବେ ପାନମଧୁରୀର ଭଲ ଭାବେ ଗୁଣ୍ଡ କରି ଏହାକୁ ମଥାରେ ଲଗାଇଲେ ଏହା ଦୂର ହୋଇଥାଏ । ଏହା ଛଡା ଭୋଜନ କରିବା ପରେ ଏହାର ସେବନ କରିଲେ ବହୁତ ଲାଭ ହୋଇଥାଏ ।

୨- ପାନମଧୁରୀ ପତ୍ରର ରସକୁ ରୁଇରେ ଭିଯାଇ ଆଖି ଉପରେ ରଖିଲେ ଆଖିରେ ହେଉଥିବା ଜଳାପୋଡା ସମୟା ଦୂର ହୋଇଥାଏ । ଏହା ଛଡା ୨ରୁ ୪ଟି ପାନମଧୁରୀର ଚୁରନ ଖାଇଲେ ଆଖି ଜନିତ ସମସ୍ୟାର ସମାଧାନ ହୋଇଥାଏ ।

୩- ଯଦି ଥଣ୍ଡା ଅଧିକ ହେଉଥାଏ ତେବେ ପାନମଧୁରୀ ର କାଢା ପ୍ରସ୍ତୁତ କରି ସେବନ କରିଲେ ଏହା ଦୂର ହୋଇଥାଏ । ଯଦି ପେଟ ସମସ୍ଯା ରାହୁଥାଏ ବା କବଜ ସମସ୍ୟା ରହିଥାଏ ତେବେ ଏହାର କାଢା ସେବନ କରିଲେ ଏହା ଦୂର ହୋଇଥାଏ ।

୪- ଅଞ୍ଜିର ସହ ପାନମଧୁରୀର ସେବନ କରିବା ଦ୍ଵାରା ଶୁଖିଲା କାଶ, ଗଳାରେ ଯନ୍ତ୍ରଣା ଓ କ୍ୟାନସର ଭଳି ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ପାନମଧୁରୀର ପତ୍ରର ରସ ସେବନ କରିଲେ ଆସ୍ତମା ନିୟନ୍ତ୍ରଣ ହୋଇଥାଏ ।

୫- ଭୋକ ନ ଲାଗୁଥିଲେ ପାନମଧୁରୀ ସହ କଳା ଲୁଣର ସେବନ କରିବା ଦ୍ଵାରା ଅଧିକ ଭୋକ ଲାଗିଥାଏ । ଏହା ଛଡା ପାନମଧୁରୀ ପତ୍ର ର ରସ ସେବନ କରିବା ଦ୍ଵାରା ମୂତ୍ରାଶୟର ସୁଜନ ଦୂର ହୋଇଥାଏ ।

୬- ଯେଉଁ ମହିଳାଙ୍କର ଋତୁସ୍ରାବ ସମସ୍ଯା ରହିଥାଏ ସେମାନେ ପାନମଧୁରୀ ମଞ୍ଜି ୧୦ରୁ ୨୦ଟି ନେଇ ଏହାର କାଢା ପ୍ରସ୍ତୁତ କରି ମହୁ ମିଶାଇ ସେବନ କରିଲେ ମାସିକ ଧର୍ମ ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ପାନମଧୁରୀ ପତ୍ରର ରସ ସହ ୧୦୦ ମିଲିଲିଟର କ୍ଷୀର ସହ ମିଶାଇ ସେବନ କରିଲେ ସନ୍ତପାନ କରାଉଥିବା ମହିଳାଙ୍କର କ୍ଷୀରର ବୃଦ୍ଧି ହୋଇଥାଏ ।

୭- ପାନମଧୁରୀ ସେବନ ଦ୍ଵାରା ମସ୍ତିଷ୍କରେ ସ୍ମରଣ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । କୋଲେଷ୍ଟରର ମୁଖ୍ୟ କାରଣ ହେଉଛି ପାଚନ କ୍ରିୟା ଅସନ୍ତୁଳନ ହେବା । ତେଣୁ ପାନମଧୁରୀର ସେବନ ଦ୍ଵାରା କୋଲେଷ୍ଟର ନିୟନ୍ତ୍ରଣ ହେବା ସହ ପାଚନ କ୍ରିୟା ଠିକ ଭାବେ ହୋଇଥାଏ ।

୮- ପାନମଧୀରି କୁ ଭଲ ଭାବେ ଗୁଣ୍ଡ କରି ମୁହଁ ରେ ଲଗାଇବା ଦ୍ଵାରା ମୁହଁ ରେ ଚମକ ଆସିଥାଏ । ଏହା ର ସେବନ ସ୍କିନ ପାଇଁ ବହୁତ ଫାଇଦା ହୋଇଥାଏ । ତେବେ ଏହା ଥିଲା ପାନମଧୁରୀ ର ସେବନ ଦ୍ଵାରା ଆମ ଶରୀର କୁ କଣ ସବୁ ଫାଇଦା ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *